banner
Breaking

ରାଉରକେଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ।

0

ସୁନ୍ଦରଗଡ଼,୯।୫(ବ୍ୟୁରୋ): ସୁନ୍ଦରଗଡ଼ ଜିଲାରେ କରୋନା କାୟା ବିସ୍ତାର କରିଥିବା ବେଳେ ବିଶେଷକରି ରାଉରକେଲା ମହାନଗର ନିଗମରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ ତ୍ରିପାଠୀ ରବିବାର ରାଉରକେଲା ଗସ୍ତରେ ଯାଇଛନ୍ତି। ସେ ସେଠାରେ କୋଭିଡ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଉରକେଲା ସମେତ ସୁନ୍ଦରଗଡ଼ ଜିଲାରେ କୋଭିଡ୍‌ ସ୍ଥିତି ସମୀକ୍ଷା ପରେ ଖୁବ୍‌ଶୀଘ୍ର ଜିଲାରେ ୯୦ ଆଇସିୟୁ ଓ ୧୨୦ ଅକ୍ସିଜେନ ବେଡ ବ୍ୟବସ୍ଥା ହେବ । ଆସନ୍ତା ମଙ୍ଗଳବାରଠାରୁ ରାଉରକେଲାରେ ୧୮-୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.