banner
Breaking

ସୁସ୍ଥ ସମାଜ ଓ ବିକଶିତ ରାଷ୍ଟ୍ର ଗଠନ ପାଇଁ ଫିଟ ଇଣ୍ଡିଆ ଫ୍ରିଡ଼ମ ଦୌଡ ଆୟୋଜିତ।

0

ରାଉରକେଲା,୧୩/୯(ଓଡ଼ିଆ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ରାଉରକେଲାର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ପାନପୋଷ କ୍ରୀଡା ସଂଘଟନ ଓ କ୍ରୀଡା ଉନୟନ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଏକ ଫିଟ ଇଣ୍ଡିଆ ଫ୍ରିଡ଼ମ ଦୌଡ଼ ଆୟୋଜିତ ହୋଇଯାଇଛି।

ଆଜି ସ୍ଥାନୀୟ ସେକ୍ଟର-୧୪ ସ୍ଥିତ ରିଙ୍ଗ ରୋଡ଼ ଛକରୁ ସେକ୍ଟର ୧୩ ସ୍ପେସ ଛକ ପର୍ଯ୍ୟନ୍ତ ୩ କି.ମି ବ୍ୟାପି ଏକ ଫିଟ ଇଣ୍ଡିଆ ଫ୍ରିଡମ ଦୌଡ଼ ଆୟୋଜିତ ହୋଇଥିଲା। ଏଥିରେ ରାଉରକେଲା ର ଅନେକ ଜାତୀୟ ଓ ରାଜ୍ୟ ସ୍ତରର କ୍ରୀଡ଼ାବିତ ବିଭିନ୍ନ ପ୍ରକାରର ସ୍ଲୋଗାନ ଫ୍ଲାକ ଆର୍ଡ ମାନଧରି ଦୌଡ଼ି ଥିଲେ। ଏଥିରେ ଆନ୍ତର୍ଜାତୀୟ କବାଡି ରେଫ୍ରି ଅରବିନ୍ଦ ପାତ୍ର , ବରିଷ୍ଟ ହକି କୋଚ୍ ଅମୂଲ୍ୟ ନନ୍ଦ ବିହାରୀ ଓ ଆନ୍ତର୍ଜାତିକ ମହିଳା ହକି ଖେଳାଳୀ ଆଜମିନା କୁଜୁର ପ୍ରଭୂତି ଅତିଥି ରୂପେ ଉପସ୍ଥିତ ରହି ନିଜେ ସୁସ୍ଥ ରହିବା, ପରିବାରକୁ ସୁସ୍ଥ ରଖିବା, ସମାଜକୁ କିପରି ସୁସ୍ଥ ରଖିବା ଓ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ଅଗ୍ରଗତି କରିବାରେ ସହଯୋଗ କରିବା ଏହା ଉପରେ ଉପସ୍ଥିତ ଖେଳାଳୀ ମାନଙ୍କୁ ଉଦବୋଧନ ଦେଇଥିଲେ।

ଓଡ଼ିଶାର ପ୍ରଥମ ବେସରକାରୀ ସଂଘଟନ ହିସାବରେ ଏହି ଦୁଇ ସଂଘଟନ କୋଭିଡ ନିୟମକୁ ମାନି ଏଭଳି ଏକ ଦୌଡ଼ ମାଧ୍ୟମରେ ଯୁବ ସମାଜକୁ ନୂତନ ଦିଗ ଦର୍ଶନ ଦେବାର ପ୍ରୟାସକୁ ପ୍ରଶଂସା କରିବା ସହିତ ସଂଘଠନର ଉଜ୍ଜ୍ୱଳ ଭବିଷ୍ୟତ କାମନା ମଧ୍ୟ କରିଥିଲେ। ଏହି ଦୌଡ଼ କାର୍ଯ୍ୟ କ୍ରମକୁ ଦୁଇ ସଂଘଟନ ର ମହେନ୍ଦ୍ର ମିଶ୍ର ଓ ଜେମ୍ସ କୁଜୁର ପରିଚାଳନା କରିଥିଲେ। ସେହିଭଳି ସହରର ଭେଟ୍ରାନ ହକି ଆସୋସିଏସନ, ରାଉରକେଲା ରୁରାଲ ସ୍ପୋର୍ଟସ ଆସୋସିଏସନ ଓ ପୁମାସ ଇଣ୍ଟର ନେସନାଲ ସଂଘଠନର ଖେଳାଳି ମାନେ ମଧ୍ୟ ଏହି ଫିଟ ଇଣ୍ଡିଆ ଦୌଡ଼ରେ ସାମିଲ ହୋଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବାର୍ଥଲୋମି କେର୍କେଟା, ଵିକ୍ରମ ସ୍ୱାଇଁ, ବିଶ୍ୱାସ ଭେଙ୍ଗରା,, ଅଶୋକ ରାଉତ,ଦୁଷ୍ମନ୍ତ ବେହେରା,ମିନତୀ ପାତ୍ର, ଜେର୍ମାନ ଲାକ୍ରା, ସଂଜୀବ ଖାଲକୋ,ବରନାର୍ଡ ଲାକ୍ରା, ସତ୍ୟନାରାୟଣ ପଣ୍ଡା, ପ୍ରଦୀପ କୁମାର ପଣ୍ଡା, ଗୋପୀନାଥ ପଣ୍ଡା, ସୃଜନ ରଥ,କେଶବ ସ୍ୱାଇଁ ଓ ରାଜନ ଏକା ପ୍ରମୁଖ ଉପସ୍ଥିତ ରହି ଏଜ ସୁସ୍ଥ ସମାଜ ଗଠନ କରିବା ଓ ବିକଶିତ ରାଷ୍ଟ୍ର ଗଠନ କରାଇବା ଉଦେଶ୍ୟରେ ହୋଇଥିବା ଏହି ଦୌଡ଼ କୁ ସଫଳ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.