banner
Breaking

ଆଜି ଭାଲେଣ୍ଟାଇନ୍ ଡେ ର ପ୍ରଥମ ଦିନ ରୋଜ ଡେ।

0

ଭୁବନେଶ୍ୱର, ୭।୨: ପ୍ରେମ ଚିରନ୍ତନ ସତ୍ୟ, ଅତିବ ସୁନ୍ଦର ଓ ଦୁଇଟି ଆତ୍ମାର ଅପୂର୍ବ ମିଳନ। ସେଦିନର ଆଉ ଆଜିର ପ୍ରେମରେ ରହିଛି ଆକାଶ ପାତାଳର ପ୍ରଭେଦ। ଆଜିର ଯୁବପିଢ଼ି ସପ୍ତ ଋତୁ ସମ୍ଭାରରେ ମସଗୁଲ। ପ୍ରେମର ପର୍ବ ଆଣିଛି ସମ୍ଭାବନାର ସନ୍ଧିକ୍ଷଣ , ଆଖିରେ ଆଖିଏ ସ୍ୱପ୍ନ , ମନରେ ଅସୁମାରୀ ଆଶା । ମନ ଭିତରେ ଚାପି ହୋଇରହିଛି ଅନେକ ଅକୁହା କଥା । ମନ ଯାହା କହିବାକୁ ଚାହୁଁଥିଲା, ତାହା ଆଜି ମନର ବାରଣ୍ଡା ଡେଇଁଛି ପ୍ରେମ ଅତୀତରେ ଥିଲା, ଆଜି ଅଛି ଓ ଆସନ୍ତାକାଲି ବି ରହିବ । ସୂର୍ଯ୍ୟ, ଚନ୍ଦ୍ର ଆଉ ଈଶ୍ୱରଙ୍କ ଭଳି ପ୍ରେମ ହେଉଛି ନୀଳ ଆକାଶରେ ଶାନ୍ତ ଚନ୍ଦ୍ରରେଖା । ଅସରନ୍ତି ଅନ୍ତାକ୍ଷରୀ ହେଉଛି ପ୍ରେମ, କମା ଶୂନ୍ୟ କବିତା । ଯାହା କେବେ ସରେନି , ବରଂ ମାଡ଼ି ଚାଲେ ଆଗକୁ…ଆଉ ଢ଼େର ଆଗକୁ… । ପ୍ରେମ ଋତୁ ଆସିଲେ ମନକୁ ବାଉଳା କରେ ପ୍ରେମର ବଂଶୀସ୍ୱନ ।
ଶୁକ୍ରବାର ପାଇଁ ଗୁରୁବାର ରାତିରୁ ମନ ଛଟପଟ । ଅପେକ୍ଷା ସକାଳର ସୂର୍ଯ୍ୟକୁ । କେମିତି ସୂର୍ଯ୍ୟ ଉଇଁବ ଆଉ ମନର ମଣିଷକୁ ଗୋଲାପ ଦେବି । ପ୍ରେମ ନିବେଦନ କରିବି । ଏମିତି ସବୁକୁ ନେଇ ଅପେକ୍ଷା କରିଛନ୍ତି ଯୁବପିଢ଼ି। ଆଜିଥିଲା ପ୍ରେମ ପର୍ବର ପ୍ରଥମ ଦିନ ରୋଜ୍‌ ଡେ । ଏହାକୁ ପାଳନ କରିବା ପାଇଁ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରି ରହିଥିବା ପ୍ରେମୀ ଯୁଗଳଙ୍କ ମନଉଣା କରିଛି ବର୍ଷା। ପ୍ରଥମ ଦିନ ରୋଜ୍‌ ଡେରେ ନିଜ ମନର ମଣିଷକୁ କିଏ ସୁନ୍ଦର ଗୋଲାପଟିଏ ଦେଇଛିତ କେହି କେହି ସୋସିଆଲ ମିଡିଆରେ ଗୋଲାପ ଫୁଲର ଫଟୋ ଦେଇ ମଧ୍ୟ ରୋଜ୍‌ ଡେ’ ଅଭିନନ୍ଦନ ଜଣାଇଛନ୍ତି । ଏପଟେ ରୋଜ୍‌ ଡେ ରାଜଧାନୀର ଫୁଲ ବଜାରକୁ ନାଲି ଗୋଲାପରେ ଭରିଦେଇଛି । ଗୋଲାପ ଗୋଟିଏର ଦାମ୍‌ ୨୦ ଟଙ୍କା ରହିଛି । ସେହିପରି ଫୁଲତୋଡ଼ା ୧୫୦ରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । କିଏ ଗୋଟିଏ ସୁନ୍ଦରିଆ ଗୋଲାପ ତ ଆଉ କିଏ ଗୋଲାପର ଫୁଲତୋଡ଼ା ଦେବା ପାଇଁ ବରାଦି ଦେଇଛନ୍ତି । ସର୍‌ପ୍ରାଇଜ୍‌ ପ୍ଲାନିଂରେ ବ୍ୟସ୍ତ ଯୁବପିଢ଼ି।
ଭାଲେଣ୍ଟାଇନ୍‌ ସପ୍ତାହକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ବିଭିନ୍ନ କଲେଜ ଓ ପାର୍କ ପରିସରରେ ପ୍ରେମୀ ଯୁଗଳଙ୍କ ଏବେଠାରୁ ମେଳି ଜମିଲାଣି । ପ୍ରତି ମୂହୁର୍ତ୍ତକୁ ମନର ମଣିଷ ପାଇଁ କିଏ କେତେ ସ୍ପେଶାଲ୍‌ କରିପାରିବ ସେଥିପାଇଁ ଚାଲିଛି ପ୍ରତିଯୋଗିତା । କିଏ ଗିଫ୍ଟ ଓ କାର୍ଡରେ କାମ ଚଳାଇଦେବାକୁ ଯୋଜନା କରୁଛନ୍ତି ତ ଆଉ କିଏ ସରପ୍ରାଇଜ୍‌ ଦେବା ପାଇଁ ପ୍ଲାନିଂ କରୁଛନ୍ତି । ମନର ମଣିଷକୁ କ’ଣ ଉପହାର ଦେବେ, କିଭଳି ଭାବେ ପ୍ରେମ ନିବେଦନ କରିବେ ସେଥିପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି । ଫୁଲ, କେକ୍‌୍‌, ଗିଫ୍ଟ ସପ୍‌ଗୁଡ଼ିକରେ ଜିନିଷ କିଣା ହେଉଛି । ବିଶେଷ କରି ଶିକ୍ଷାନୁଷ୍ଠାନ ନିକଟ ସପ୍‌ଗୁଡିକରେ ଭିଡ଼ ଜମୁଛି ।

Khansweb Solution Bhubaneswar

Leave A Reply

Your email address will not be published.