banner
Breaking

ପୁଣି ଜଣେ ନାବାଳିକାକୁ ବଳତ୍କାର।

0

ରାଉରକେଲା ,୧୪।୪: ବିସ୍କୁଟ ଆଣିବା ପାଇଁ ଦୋକାନକୁ ଯାଇଥିବା ବେଳେ ଷ୍ଟିଲ ସିଟି ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳର ଜଣେ ନାବାଳିକା(୧୨ବର୍ଷ)ଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଯୁବକଙ୍କୁ ବୁଧବାର ଗିରଫ କରିଛି ।
ଗତ ୪ ଦିନ ତଳେ ନାବାଳିକା ଜଣକ ବିସ୍କୁଟ କିଣିବା ପାଇଁ ଘର ନିକଟ ଦୋକାନକୁ ଯାଇଥିଲେ। ନାବାଳିକାଙ୍କୁ ଏକୁଟିଆ ଯାଉଥିବା ଦେଖି ବସ୍ତିର ଜଣେ ଯୁବକ ଘରକୁ ଡାକି ନେଇ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ ନାବାଳିକାଙ୍କୁ ଧମକ ଦେଇଥିଲେ ଯୁବକ। ଭୟରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ଜଣାଇ ନ ଥିଲେ। ନାବାଳିକାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ପଚରାଉଚରା କରିବାରୁ ନାବାଳିକା ଘର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପରେ ପରିବାର ଲୋକେ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.