banner
Breaking

ଆଜିଠାରୁ ପାଳିତ ହେବ ସାଧାରଣତନ୍ତ୍ର ଦିବସ

0

ନୂଆଦିଲ୍ଲୀ, ୨୩ ।୧: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସକୁ ନେଇ କେନ୍ଦ୍ର ସରକାର ୨ଟି ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଏବେ ସାଧାରଣତନ୍ତ୍ର ଦିବସ ସମାରୋହ ୨୪ ଜାନୁୟାରୀ ପରିବତ୍ତେ ୨୩ ଜାନୁୟାରୀରୁ ପାଳନ କରାଯିବ । ୨୩ ଜାନୁୟାରୀ ନେତାଜି ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତି । ଏହାସହ ଏହି ସମାରୋହ ୩୦ ଜାନୁୟାରୀ ପର୍ଯ୍ୟନ୍ତ ଆୟୋଜନ କରାଯିବ । କିନ୍ତୁ ମୁଖ୍ୟ ସମାରୋହ ୨୬ ଜାନୁୟାରୀରେ ହେବ । ସେହିପରି ଫ୍ଲାଇଫାଷ୍ଟ ସକାଳ ୧୦ଟା ପରିବର୍ତ୍ତେ ସାଢେ ୧୦ଟାରେ ଆରମ୍ଭ କରାଯିବ । ପରେଡ ସମୟରେ ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି ଭିଜିବିଲିଟି ।
ସୂଚନାଯୋଗ୍ୟ, ଏଥର କରୋନା ମହାମାରୀକୁ ନଜରରେ ରଖି ୨୬ ଜାନୁୟାରୀ ସମାରୋହରେ କୌଣସି ବିଦେଶି ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବା ବେଳେ ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ସାମିଲ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.