banner
Breaking

ରେଙ୍ଗାଲି ପ୍ରକଳ୍ପକୁ ଅନୁମୋଦନ

0

ଭୁବନେଶ୍ୱର,୨୫ା୧୨ (ବ୍ୟୁରୋ): ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ରେଙ୍ଗାଲି ଭୂତଳ ପାଇପ ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଏଥିପାଇଁ ୪୪୩.୨୨ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଏହାର ସମସ୍ତ ଖର୍ଚ୍ଚ ବହନ କରିବେ। ୨୦୨୩ ଡିସେମ୍ବର ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହି ପ୍ରକଳ୍ପ ଦ୍ୱାରା ୨୬,୩୩୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏହାଛଡ଼ା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ସାଳନ୍ଦୀ ମୁଖ୍ୟ ବାମପାର୍ଶ୍ୱ କେନାଲର ୨୫୭,୪୬, ୪୮,୩୮୪ ଟଙ୍କାର ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ୧୮ ମାସ ମଧ୍ୟରେ ଶେଷ ହେବ। ଏହି ପ୍ରକଳ୍ପ ଖର୍ଚ୍ଚ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ପାଣ୍ଠିରୁ ଖର୍ଚ୍ଚ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ୯୮୦୩ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ।
ଏଥିସହିତ ଜିଲା ବିଚାରପତି ଏବଂ ସିଭିଲ ଜଜ୍‌ କ୍ୟାଡରରେ ନ୍ୟାୟିକ ଅଧିକାରୀଙ୍କ ଆଇନଗତ ଓ ପ୍ରଶାସନିକ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସୁପର ଜୁଡିସିଆଲ ସର୍ଭିସ ଏବଂ ଓଡ଼ିଶା ଜୁଡିସିଆଲ ସର୍ଭିସ ରୁଲ୍‌-୨୦୦୭କୁ ସଂଶୋଧନ କରାଯିବ। ଆଇନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ପ୍ରାଣୀ ଚିକିତ୍ସା ସେବା ବର୍ଗରେ ମୂଳ ପଦବୀରେ ନିଯୁକ୍ତି କରାଯିବା ସହିତ ପଦୋନ୍ନତିଭିତ୍ତିକ ପଦବୀ ସୃଷ୍ଟି କରିବା ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା (ନିଯୁକ୍ତି ଓ ସେବା) ନିୟମାବଳୀ ୨୦୨୧ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି।
ସହରାଞ୍ଚଳର କାଉନସିଲର ଓ ମହାନଗର ନିଗମର କର୍ପୋରେଟର ପଦବୀ ଥିବା ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ ହେବ। ଏହାସହ ଏଥର ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବାକୁ ଯାଉଥିବା ପୌରାଧ୍ୟକ୍ଷ ଓ ମେୟରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ସଂଶୋଧନ କରାଯିବ। ନଗର ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।
୨୦୦୪ ଫେବୃୟାରୀ ୧୬ରେ ଭାରତୀୟ ତୈଳ ନିଗମ, ପାରାଦୀପ ତୈଳ ବିଶୋଧନାଗାର ଏବଂ ରାଜ୍ୟ ସରକାରଙ୍କ ସହିତ ହୋଇଥିବା ବୁଝାମଣା ଅନୁଯାୟୀ ଆସନ୍ତା ୫ ବର୍ଷ ସକାଶେ ବିଦ୍ୟୁତ୍‌ ଶୁଳ୍କ ଛାଡ଼ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି

Khansweb Solution Bhubaneswar

Leave A Reply

Your email address will not be published.