banner
Breaking

କର୍କଟ ପିଡ଼ିତଙ୍କ ନିମନ୍ତେ ପାଣ୍ଠି ସଂଗ୍ରହ ଓ ସଂସ୍କୃତିକ କାର୍ଯ୍ୟକ୍ରମ

0

ଭୂବନେଶ୍ୱର , ୫/୦୨(ଓଡ଼ିଆ ନ୍ୟୁଜ) ରେଡ଼୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶଖା, ସମ୍ପଲି କେୟାର କ୍ଲିନିକ୍ ଓ ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ କର୍କଟ ପିଡ଼ିତଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ରେଡ଼୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶଖାର ସଭାପତି ଶ୍ରୀ ବିଜୟ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଓ ଚେୟାରମ୍ୟାନ(ମୋ କଲେଜ) ଶ୍ରୀ ଆକାଶ ଦାସ ନାୟକ, ଅଭିନେତ୍ରୀ ଭୂମିକା ଦାସ, ହାସ୍ୟ କଳାକାର ସ୍ମୃତି ରଞ୍ଜନ (ନଟିଆ) ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀ ନାୟକ ଅନୁଷ୍ଠାନମାନଙ୍କର ଏହି ପ୍ରୟାସ ମାଧ୍ୟମରେ ବହୁ ପିଡ଼ିତ ଲାଭବାନ ହେବା ସହ ଅନୁଷ୍ଠାନର ଏହି ନିଆରା କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ ଏବଂ ଅନ୍ୟମାନେ ଏହିପରି ମହତ୍ ପ୍ରୟାସ ଆପଣେଇବା ପାଇଁ ଅହ୍ୱାନ ଦେଇଥିଲେ । ରେଡ଼୍‌ସ୍ୱସ୍ତିକ୍ ସୋସାଇଟିର ଦୀର୍ଘ ୧୮ବର୍ଷ ଧରି କ୍ୟାନ୍‌ସର ପିଡ଼ିତ ଓ ଭିନ୍ନକ୍ଷମମାନଙ୍କ ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଆସୁଛି ଓ ଆଗାମୀ ଦିନରେ ଏହି ପ୍ରୟାସ ଜାରି ରହିବ ବୋଲି ଅନୁଷ୍ଠାନର ସଭାପତି ଶ୍ରୀ ଆଚାର୍ଯ୍ୟ ମତ ପ୍ରକାଶ କରିଥିଲେ ।

ଅନ୍ୟ ଅତିଥି ଭାବରେ ପୋଲିସ୍ ଗୃହ ନିଗମର ନିର୍ଦ୍ଦେଶକ ଡ଼ଃ. ଲଳିତ୍ ଦାସ, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ସଂଙ୍ଗୀତା ଗୋସାଇଁ, ଗ୍ୟାଷ୍ଟୋଲୋଜିଷ୍ଟ ଡ଼ାଃ. ମନୋଜ୍ କୁମାର ସାହୁ, ବରିଷ୍ଠ ଅନକୋଲୋଜିିଷ୍ଟ୍ ଡ଼ାଃ. ଘନଶ୍ୟାମ ବିଶ୍ୱାସ, ଚାଟାର୍ଡ଼ ଆକାଉଟାଣ୍ଟ ଏସ୍‌.ସି.ଭଦ୍ରା, ମେଟ୍ରୋଗ୍ରୁପ୍‌ର ମ୍ୟାନେଜିଙ୍ଗ ପାର୍ଟନର ଇଂ ପିୟୁଷ ମହାନ୍ତି, କଣ୍ଠଶିଳ୍ପୀ ଅନିନ୍ଦିତା ଦାସ, ଆୟକର ବିଭାଗର ପୂର୍ବତନ ସଚିବ ଶ୍ରୀ ଶରତ ଦାସ, ସିମ୍ପଲି କେୟାର କ୍ଲିନିକର କାର୍ଯ୍ୟ ନିବାହୀ ଅଧିକାରୀ ଡା଼ଃ. ନିମାଇଁ ଚରଣ ପରିଜା, ସିମ୍ପଲି କେୟାର କ୍ଲିନିକ୍‌ର ଉପଦେଷ୍ଠା ଡ଼ାଃ. ସ୍ମରଜିତ୍ ପଟ୍ଟନାୟକ, ଲାୟନ ମିନତୀ ବେହେରା କ୍ୟାନ୍‌ସର ଫାଉଣ୍ଡେସନ୍‌ର ସମ୍ପାଦିକା ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ରେଡ଼୍ ସ୍ୱସ୍ତିକ୍ ସୋସାଇଟି କୋଷାଧ୍ୟକ୍ଷ ଓ ସମ୍ପାଦକ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ । ଏହି ଅବସରରେ ସାଜ୍ ଓ ଆୱାଜ୍ ତରଫରୁ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍‌ଙ୍କର ଲୋକପ୍ରିୟ ସଙ୍ଗୀତମାନ ପରିବେଷଣ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.