banner
Breaking

ଆରଡିଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଉଡାନ

0

ଭୁବନେଶ୍ୱର,୧୧ା୧(ଓଡ଼ିଆ ନ୍ୟୁଜ): ଆରଡିଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଉଡାନ କଳାରାହାଙ୍ଗ ସ୍ଥିତ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟାପକ ତଥା ଓଡିଆ ଚଳଚିତ୍ରର ବରିଷ୍ଠ ଅଭିନେତା ଓ ପ୍ରଯୋଜକ ପ୍ରଦୁମ୍ନ ଲେଙ୍କା ଯୋଗଦେଇ କହିଥିଲେ ପିଲା ମାନଙ୍କର ଚରିତ୍ର ଗଠନ କରିବାରେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ମାନଙ୍କର ଗୁରୁଦାୟିତ୍ୱ ରହିଛି । ଏବଂ ଏଥିପାଇଁ ସୁନ୍ଦର ପରିବେଶ ମଧ୍ୟ ଆବଶ୍ୟକ । ସମୟାନୁର୍ବିତା, ଗୁରୁଭକ୍ତି ରଖି ଭଲ ପାଠ ପଢି ବିଦ୍ୟାଳୟର ନାମ ଉଜ୍ୱଳ କରିବା ସହିତ ଦେଶ ବିଦେଶରେ ସୁନାମ ଅର୍ଜନ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜଳି ରଥ, ଶିକ୍ଷକ ଭ୍ରମରବର ମହାନ୍ତି, ଯୁବଦ୍ୟୋଗୀ ପ୍ରଶାନ୍ତ କୁମାର ପରିଜା ପ୍ରମୁଖ ଯୋଗଦେଇ ଦୁଇଜଣ ମେଧାବୀ ଛାତ୍ରଙ୍କ ଦ୍ୱାରା ୨୦ ବର୍ଷ ତଳେ ମଞ୍ଜି ପଡିଥିବା ବିଦ୍ୟାଳୟଟି ଆଜି ମହା ଧୃମରେ ପରିଣତ ହୋଇଛି ବୋଲି କହିଥିଲେ । ବିଦ୍ୟାଳୟର ପରିବେଶ ଓ ଶିକ୍ଷାଦାନ ପଦ୍ଧତିକୁ ପ୍ରଶଂସା କରିଥିଲେ ।

ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତୁଷାର ରଞ୍ଜନ ପାଠୀ ସଭାପତିତ୍ୱ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟତମ ଉପଦେଷ୍ଟା ହିମାଂଶୁ ଶେଖର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ଶୁରଞ୍ଜିତା ବଡପଣ୍ଡା ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ସମାପନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.