banner
Breaking

ଝରାଫୁଲ ମୃତ୍ୟୁ ଘଟଣାର ଆଉଏକ ଫୁଟେଜ ମିଳିଛି।

0

ଭୁବନେଶ୍ୱର,୩୦।୧(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ସୁଦ୍ଧା ରହସ୍ୟଘେରରେ ରହିଛି । ଏହାରି ମଧ୍ୟରେ ‘ଝରାଫୁଲ’ର ଆଉ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯେଉଁଥିରେ ଭୁବନେଶ୍ୱରର ଏକ ରେଷ୍ଟୁରାଣ୍ଟରେ ଝରାଫୁଲ ଓ ରାକେଶ ଖାଉଥିବାର ଦେଖିବାକୁ ମିଳିଛି । ପୋଲିସ ହାତରେ ଲାଗିଛି ରାଜଧାନୀର ଏକ ରେଷ୍ଟୁରାଣ୍ଟର ସିସିଟିଭି ଫୁଟେଜ । ଏହି ଭିଡିଓରେ ରାକେଶ ଝରାଫୁଲଙ୍କୁ ଖୁଆଇ ଦେଉଥିବାର ଦେଖିବାକୁ ମିଳିଛି । ୨୬ ତାରିଖରେ ଝରାଫୁଲ ଓ ରାକେଶ ଫାଷ୍ଟଫୁଡ ଦୋକାନକୁ ଆସିଥିଲେ । ଖାଇବା ମାତ୍ରେ ପେଟ କାଟୁଛି କହି କାନ୍ଦି ପକାଇଥିଲେ ଝରାଫୁଲ । ଫାଷ୍ଟଫୁଡରେ ବସିବା ମାତ୍ରେ ବାନ୍ତି ମଧ୍ୟ କରିଥିଲେ ଝରାଫୁଲ ।

ତେବେ ଯାଜପୁର କୁଆଖିଆ ମୂଳାପାଳ ଛକ ନିକଟରୁ ବୁଧବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କୁଆଖିଆ ଥାନାଠାରୁ ପ୍ରାୟ ୩ କି.ମି ଦୂର ମୂଳାପାଳ-କରଜଙ୍ଗା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନ ଦିଆଲଖଣ୍ଡ ମୌଜାର ରାସ୍ତା କଡ଼ରୁ ଉକ୍ତ କଲେଜ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଥିଲା । ୨ ଯୁବକ ଏକ ସ୍କୁଟରରେ ମୃତଦେହ ଆଣି ଫିଙ୍ଗିଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ନେଇ ଯାଜପୁର ଏସପି ସୂଚନା ଦେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.