banner
Breaking

ରମାଦେବୀ ବିଶ୍ବବିଦ୍ୟାଳୟର ୟୁଜି,ପିଜି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ।

୯୦% ଛାତ୍ରଛାତ୍ରୀ ଅନଲାଇନ ସପକ୍ଷରେ।

0

ଭୁବନେଶ୍ୱର,୧୦।୯(ବୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ୟୁଜି, ପିଜି ଓ ବିଏଡ୍‌ ପରୀକ୍ଷା ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରିଛି। ୟୁଜି ଶେଷ ସେମିଷ୍ଟର ପାଇଁ ୨୧ରେ ପ୍ରାକ୍ଟିକାଲ ଏବଂ ୨୩ ଓ ୨୪ ତାରିଖରେ ଥିଓରୀ ପରୀକ୍ଷା ହେବ। ସେହିପରି ପିଜି ଶେଷ ସେମିଷ୍ଟର ପାଇଁ ୨୧ରେ ପ୍ରାକ୍ଟିକାଲ ଓ ୨୮ ତାରିଖରେ ଥିଓରୀ ପରୀକ୍ଷା ହେବ। ଉଭୟ ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧୨ଟା ଓ ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବ। ଅନ୍ୟପକ୍ଷରେ ବିଏଡ୍‌ ପରୀକ୍ଷା ପାଇଁ ମଧ୍ୟ ସମୟସୂଚୀ ପ୍ରକାଶ ପାଇଛି। ଆସନ୍ତା ୨୧ ଓ ୨୪ ତାରିଖରେ ଥିଓରୀ ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ତେବେ ସମସ୍ତ ୟୁଜି, ପିଜି ଓ ବିଏଡ୍‌ ପରୀକ୍ଷା ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମୋଡ୍‌ରେ ହେବ। ଛାତ୍ରୀଛାତ୍ରମାନେ କେଉଁ ଆଧାରରେ ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେସମ୍ପର୍କରେ ପୂର୍ବରୁ ବିଶ୍ୱବିଦ୍ୟାଳୟକୁ ଜଣାଇବେ। ତେବେ ୯୦% ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ଦେବେ ବୋଲି ଆଶା କରାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.