banner
Breaking

କଟକରେ ଆରବିଏଲ ବ୍ୟାଙ୍କର ନୂଆ ଶାଖା , ଗ୍ରାହକଙ୍କୁ ମିଳିବ ଗୁଣାତ୍ମକ ବ୍ୟାଙ୍କିଙ୍ଗ୍ ସେବା

0

ଭୁବନେଶ୍ୱର : କଟକ ଦୋଳମୁଣ୍ଡାଇରେ ଆରବିଏଲ୍ ବ୍ୟାଙ୍କର ନୂତନ ଶାଖା ଆରମ୍ଭ ହୋଇଛି । ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ଆରବିଏଲ୍ ବ୍ୟାଙ୍କର ପାନ୍ ଇଣ୍ଡିଆରେ ୫୨୦ଟି ଶାଖା ରହିଥିବା ବେଳେ ପୂର୍ବ ଭାରତରେ ୫୬ଟି ରହିଛି । ସେହିପରି ଏହି ଶାଖାକୁ ମିଶାଇ ଓଡ଼ିଶାରେ ଆରବିଏଲ୍ ବ୍ୟାଙ୍କର ୬ଟି ଶାଖା ରହିଛି । ପୂର୍ବରୁ ଭୁବନେଶ୍ୱରରୁ ୩ଟି, ସମ୍ବଲପୁର ଏବଂ ଯାଜପୁରରେ ୧ଟି ଲେଖାଏଁ ଶାଖା ରହିଛି । ପ୍ରଥମ ଥର ପାଇଁ କଟକରେ ଏହାର ନୂତନ ଶାଖା ଆରମ୍ଭ ହୋଇଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବ୍ୟାଙ୍କର ଭିପି ତଥା କ୍ଲଷ୍ଟର ମୁଖ୍ୟ ସନ୍ଦୀପ ପାଉଲ ଓ ଏସ୍‌ଭିପି ତଥା ପୂର୍ବ ଜୋର୍ନାଲ ମୁଖ୍ୟ ସୁଦୀପ ଚାଟାର୍ଜୀ ଓ ଶାଖା ପରିଚାଳକ ସମ୍ବିତ ଚୌଧୁରୀ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ଚାର୍ଟାଜୀ କହିଛନ୍ତି ଯେ ଓଡ଼ିଶାରେ ଆମ ବ୍ୟାଙ୍କ ଶାଖାକୁ ସମ୍ପ୍ରସାରଣ କରାଯାଇଛି । ରାଜ୍ୟର ପ୍ରତ୍ୟେକ କୋଣର ଗ୍ରାହକଙ୍କୁ ଗୁଣାତ୍ମକ ବ୍ୟାଙ୍କିଙ୍ଗ୍ ସେବା ପହଞ୍ଚାଇବା ପାଇଁ ଆମେ ପ୍ରତିଶୃତିବଦ୍ଧ । ଆଗାମୀ ଦିନରେ ଓଡ଼ିଶାର ଅନ୍ୟ ସହର ଏବଂ ଗ୍ରାମରେ ନୂଆ ଶାଖା ଖୋଲିବାକୁ ଯୋଜନା ରଖାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.