banner
Breaking

ରେପୋ ରେଟ ବଢାଇଲା ନାହିଁ ଆରବିଆଇ

0

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ତାହାର ଆର୍ଥିକ ନୀତିର ସମୀକ୍ଷା ଅବସରରେ ରେପୋ ରେଟ୍‍ ୪%ରେ ଅପରିବର୍ତ୍ତିତ ରଖିଛି । ସେହିଭଳି ରିଭର୍ସ ରେପୋ ରେଟ୍‍ ମଧ୍ୟ ପୂର୍ବଭଳି ୩.୩୫% ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ରେପୋ ଏବଂ ରିଭର୍ସ ରେପୋ ରେଟ୍‍ ଅପରିବର୍ତ୍ତିତ ରଖିବାକୁ ଆରବିଆଇର ଆର୍ଥିକ ପରିଚାଳନା କମିଟି ନିଷ୍ପତ୍ତି ନେଇଛି । କୋଭିଡର ଦ୍ୱିତୀୟ ଲହର ପରବର୍ତ୍ତୀ ସମୟରେ ଦେଶରେ ଉପଭୋକ୍ତା ଚାହିଦାରେ ଉନ୍ନତି ଘଟୁଛି । ଏଥିସହିତ ଗ୍ରାମାଞ୍ଚଳରେ ଚାହିଦା ସ୍ଥିତିରେ ମଜଭୁତ ବୃଦ୍ଧି ସହିତ କୃଷି କ୍ଷେତ୍ରରେ ନିଯୁକ୍ତିରେ ବୃଦ୍ଧି ଘଟୁଛି । ତାହାସହିତ ରବି ଫସଲ ବୁଣାବୁଣି କ୍ଷେତ୍ରରେ ଆଶାନୁରପ ପ୍ରଗତି ଘଟିଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟଶସ୍ୟ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଯୋଗାଇବାକୁ ଘୋଷଣା କରିବା ଦ୍ୱାରା ଦେଶର କୋଟି କୋଟି ପରିବାର ଏହାଦ୍ୱାରା ଉପକୃତ ହୋଇଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଆରବିଆଇ ତାହାର ଆର୍ଥିକ ନୀତି ଅପରିବର୍ତ୍ତିତ ରଖିଥିବା ଶ୍ରୀ ଦାସ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.