banner
Breaking

ସ୍ତ୍ରୀ କୁ ହତ୍ୟା କରି ନାଟକ ରଚିଲା ସ୍ବାମୀ। ଶେଷରେ ବନ୍ଧା ହେଲା।

0

ରାୟଗଡ଼ା,୩୦ା୧: ରାୟଗଡ଼ା ଜିଲା କୁମ୍ବିକଟା ପଞ୍ଚାୟତ ହୁଲୁକାତୁଣ୍ଡା ଗ୍ରାମରେ ଗତ ୨୨ ତାରିଖରେ ମହିଳାଙ୍କୁ ଗଳାକାଟି ହତ୍ୟା ଏବଂ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ସ୍ବାମୀ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ କୁହାଯାଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ନେଇ ପୋଲିସ ତଦନ୍ତ ଚଳାଇଥିଲା। ରାୟଗଡ଼ା ଟାଉନ ଥାନା ପୋଲିସ ଏବଂ ଏସ୍‌ପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳକୁ ଯାଇ ଖୋଳତାଡ଼ କରିଥିଲେ। ତଦନ୍ତ ବେଳେ ପାରିବାରିକ କଳହକୁ ନେଇ ସ୍ବାମୀ ହିଁ ସ୍ତ୍ରୀ କାସାଇଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। କାସାଇଙ୍କ ମୁଣ୍ଡ ଏବଂ ବେକକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ସ୍ବାମୀ ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରାଯାଇଛି। ସୂଚନାଯୋଗ୍ୟ, ୨୨ତାରିଖରେ ସ୍ବାମୀ ବିଜୟ ହୁଲୁକା ଘରେ ନ ଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ସହ ସୁନାଗହଣା ଚୋରି କରିଥିବା ନେଇ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ବିବେକାନନ୍ଦ ଶର୍ମା, ଏସ୍‌ଡିପିଓ ତପନ ନାରାୟଣ ରଥ, ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.