banner
Breaking

ରଥଯାତ୍ରା ସପକ୍ଷରେ କଣ କହିଲେ ଶଙ୍କରାଚାର୍ଯ୍ୟ ଜାଣନ୍ତୁ।

0

ପୁରୀ , ୨୧।୬(ଓଡ଼ିଆ ନ୍ୟୁଜ): ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ି ପାରିବନି ମହାପ୍ରଭୁଙ୍କ ରଥ। ମହାମାରୀ କରୋନା ସଂକ୍ରମଣକୁ ନେଇ ରଥଯାତ୍ରା ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନ୍ୟାୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ରବିବାର ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ଜୁନ୍‌ ୨୦ରେ ରାୟର ପୁର୍ନବିଚାର ପାଇଁ ଏକାଧିକ ପିଟିସନ ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟ ଚାହିଁଥିଲେ ସ୍ବେଚ୍ଛାକୃତ ଭାବେ ଏହି ଆବେଦନ ଗ୍ରହଣ କରିପାରିଥାନ୍ତେ। ବିଶେଷ ପରିସ୍ଥିତିରେ ନ୍ୟାୟାଳୟ ଅବକାଶ ସମୟରେ ଚାଲିଥାଏ। କିନ୍ତୁ ରଥଯାତ୍ରା ବନ୍ଦ ପାଇଁ ଏହା ସୁଚିନ୍ତିତ ଯୋଜନା। ଗ୍ରୀଷ୍ମ ଅବକାଶ ପୂର୍ବରୁ ଏଭଳି ରାୟ ଆସିବା ଯୋଜନାକୁ ଏକପ୍ରକାର ସ୍ପଷ୍ଟ କରିଛି ବୋଲି ସେ କହିଛନ୍ତି।
ସେ ଆହୁରି କରିଛନ୍ତି ଯେ ଯଦି ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେଲେ ଜଗନ୍ନାଥ କ୍ଷମା ଦେବେ ନାହିଁ, ତେବେ ରଥଯାତ୍ରା ନ ହେଲେ କଣ ଜଗନ୍ନାଥ କଣ କ୍ଷମା ଦେବେ? ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ରଥଯାତ୍ରା ବନ୍ଦ ନିଷ୍ପତ୍ତି କ୍ଷେତ୍ରରେ ଧାର୍ମିକ ତଥା ଆଧ୍ୟାତ୍ମିକ ଦୃଷ୍ଟିକୋଣକୁ ବିଚାରକୁ ନିଆଯାଇନାହିଁ। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଆଲୋଚନା ଓ ବିଚାରବିମର୍ଶର ଆବଶ୍ୟକତା ଥିଲା ବୋଲି ସେ ମତ ରଖିଛନ୍ତି।
୨ହଜାର ୫୦୩ ବର୍ଷର ଏହି ପରମ୍ପରା ପାଳନ ପାଇଁ ସମସ୍ତେ ବ୍ୟଗ୍ର। ତେଣୁ ଶାସ୍ତ୍ରସମ୍ମତ ପ୍ରଥାକୁ ଆଧାର କରି ରଥଯାତ୍ରା ପ୍ରସଙ୍ଗରେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.