banner
Breaking

ଦ୍ବିତୀୟ ଭୂଇଁ ରଥ ଉପରକୁ ଉଠିଲା।

0

ପୁରୀ ,୭।୬(ବ୍ୟୁରୋ): ଜୁନ୍‌ ୨୩ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ତିନିରଥର ମୁଖ୍ୟ ମହାରଣା ସେବକଙ୍କ ତତ୍ତ୍ବାବଧାନରେ କାମ ଜାରି ରହିଛି। ଶନିବାର ରଥଖଳାରେ ତୃତୀୟ ଭୂଇଁ କାମ ଶେଷ ହୋଇଛି। ଏତଦ୍‌ବ୍ୟତୀତ ତିନିରଥରେ ନଡ଼ିଆ ଗର (ଖଦିଓରା) ରଥଦଣ୍ଡା ସହ ୧୪ ନାହାକା ପାଇଁ ଫିଟିଙ୍ଗ କରାଯାଇଛି। ଦ୍ୱିତୀୟ ଭୂଇଁ ରଥ ଉପରକୁ ଉଠିଛି। ରୂପକାର ସେବକମାନେ ନାଟଗୋଡ଼ରେ ରାହୁ ରୂପ ଖୋଦେଇ କରୁଛନ୍ତି। ଏଥିସହ ଚାର ପରିଛା ଦେହରେ ଡାଳିଲତା ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି ପରିସର ଅସ୍ଥାୟୀ ଶାଳରେ ଓଝା ସେବକମାନେ ଜୋକିଆ କଣ୍ଟା ତିଆରି କରୁଛନ୍ତି। ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସମ୍ପୃକ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସମସ୍ତ ସେବକ ସୁସ୍ଥ ଥିବା ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.