banner
Breaking

ରଥଯାତ୍ରା ନେଇ ବଢିଲା ସମ୍ଭାବନା। ସବୁ ପ୍ରଭୁଙ୍କ ଇଚ୍ଛା।

0

ପୁରୀ,୧୬/୬(ଓଡ଼ିଆ ନ୍ୟୁଜ): ଲୀଳାମୟ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ।ତାଙ୍କ ଲୀଳା ଖେଳାରେ ଚାଲିଛି ଏ ଜଗତ। ସେ ଚାହିଁଲେ ସବୁକିଛି ସମ୍ଭବ ହୋଇଯିବ। ଯଦି ତାଙ୍କ ଇଚ୍ଛା ହେବ ଯେମିତି ହେଉ ବଡ଼ଦାଣ୍ଡରେ ରଥ ଗଡିବ।ମହାମାରୀ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ହେବାନେଇ ସମ୍ଭାବନା ବଢିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶ୍ରୀଗୁଣ୍ଡିଚା ଦିନ ରଥ ପ୍ରତିଷ୍ଠା ପାଇଁ ଶ୍ରୀମନ୍ଦିର ପୁରୋହିତଙ୍କୁ ଅନୁମତି ପତ୍ର ମିଳିଛି । ଆଜି ଶ୍ରୀମନ୍ଦିର ପୁରୋହିତଙ୍କୁ ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ପ୍ରଦାନ କରିଛି ଶ୍ରୀ ମନ୍ଦିର ପ୍ରଶସାନ । ତେବେ ଅନୁମତି ପତ୍ର ମିଳିବା ନେଇ ପୁରୋହିତ ସିଦ୍ଧେଶ୍ୱର ମହାପାତ୍ର ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଏବେ ମହାପ୍ରଭୁଙ୍କ କୃପାରୁ ପ୍ରତିକୂଳ ପରିସ୍ଥିତିରେ ସବୁକିଛି ଚାଲୁ ରହିଛି । ଏଭଳି ସ୍ଥିତିରେ ଆଶା କରିବା ମହାପ୍ରଭୁଙ୍କ ରଥଯାତ୍ରା ହେଉ । ସେହିପରି ଅନ୍ୟ ପକ୍ଷରେ ମଙ୍ଗଳବାର ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବାକୁ ପୌରସଂସ୍ଥା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୯ ତାରିଖ ସୁଦ୍ଧା ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡରୁ ଉଠାଦୋକାନୀମାନଙ୍କୁ କ୍ୟାବିନ୍‌ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ମାଇକ୍‌ ଯୋଗେ ବଡ଼ଦାଣ୍ଡରୁ ଉଠିଯିବାକୁ ପୌରସଂସ୍ଥା ପକ୍ଷରୁ ଘୋଷଣା କରାଯାଉଥିବା ସୂଚନା ମିଳିଛି।
ତେବେ ରାଜ୍ୟରେ ବର୍ତ୍ତମାନ ପରିସ୍ଥିତିରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ବଢିବାରେ ଲାଗିଛି । କରୋନା କଟକଣା ଅନେକାଂଶରେ ମହାପ୍ରଭୁଙ୍କ ପରମ୍ପରା ଉପରେ ମଧ୍ୟ ପ୍ରଭାବ ପକାଇଛି । ଏହାରି ଭିତରେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ହେବ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ରହିଥିଲା । ହେଲେ ଏବେ ରଥଯାତ୍ରା ନେଇ ଆଶା ବଢୁଛି । ଅନ୍ୟପଟେ ପୁରୀକୁ ସମ୍ପୁର୍ଣ୍ଣ ସିଲ୍ କରି ରଥଯାତ୍ରା କରିବା ନେଇ ମତ ପ୍ରକାଶ ପାଇଥିଲା। ସେ ଯାହାବି ହେଉ ସବୁ ପ୍ରଭୁଙ୍କ ଇଚ୍ଛା।

Khansweb Solution Bhubaneswar

Leave A Reply

Your email address will not be published.