banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ-ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ବୈଷମତାକୁ ଆପଣେଇବାକୁ ବାଧ୍ୟ ହେବେ। ଅବଶ୍ୟ ଅନାନ୍ୟ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଦିନଟି ବହୁତ ଭଲରେ ଭଲରେ ବିତିବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗର ହାତ ଆପଣଙ୍କ ପାଖକୁ ଲମ୍ବି ଆସିବ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଭଆବଦ୍ଧ ହେବେ।ଶୁଭ ରଙ୍ଗ- ପିଙ୍କ୍,ଶୁଭ ଅଙ୍କ- ୧
ବୃଷ-ଚନ୍ଦ୍ର ସହ ରାହୁ ସଂଯୋଗ କାରଣରୁ ମନ ଭିତରେ ଯାହା ଥାଉନା କାହିଁକି ମୁହଁରେ କଅଁଳ କଥା କହି କାମ ହାସଲ କରିପାରିବେ। ବନ୍ଧୁଙ୍କ ସମର୍ଥନ କାମକୁ ଆଗକୁ ବଢାଇ ନେବାରେ ସାହାଯ୍ୟ କରିବ। ଆଲୋଚନା ପରିସରରେ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। ମହିଳାମାନେ ପାରିବାରିକ ସମସ୍ୟାଗ୍ରସ୍ଥ କାରଣରୁ ମନ ଦୁଃଖରେ ରହିପାରନ୍ତି।ଶୁଭ ରଙ୍ଗ- ଧଳା୍,ଶୁଭ ଅଙ୍କ- ୨
ମିଥୁନ-କୋଣଭାବରେ ଗ୍ରହସ୍ଥିତି ହେତୁ ଆର୍ଥିକ ଉନ୍ନତି ମନୋବଳକୁ ବୃଦ୍ଧି କରିବ ଏବଂ ଅର୍ଥବଳରେ ଅସାଧ୍ୟ ସାଧନର ରାସ୍ଥା ଉନ୍ମୁଚ୍ଛ ହେବ।  କିନ୍ତୁ କାର୍ଯ୍ୟବ୍ୟସ୍ତତା ହେତୁ ମାନସିକ ଚାପ ବୃଦ୍ଧି ଜନିତ ମୁଣ୍ଡବ୍ୟଥା ସହ ସ୍ବାସ୍ଥ୍ୟହାନୀ ଦେଖାଦେଇପାରେ ା ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ସମସ୍ୟା ଆସିବାର ଆଶଙ୍କା ରହିଛି ।ଶୁଭ ରଙ୍ଗ- କ୍ରୀମ, ଶୁଭ ଅଙ୍କ- ୩
କର୍କଟ-ଏକାଦଶରେ ପାପଗ୍ରହ କାରଣରୁ ଟିକିଏ ଟିକିଏ କଥାରେ ଅଯଥା ବିରକ୍ତିବୋଧ ଓ ଲଘୁ କ୍ରୋଧ ପ୍ରକାଶ କରି ଆତ୍ମୀୟସ୍ବଜନଙ୍କ ବିରାଗଭାଜନ ହେବେ। ଅବଶ୍ୟ ପରିସ୍ଥିତକୁ ସାମ୍‌ନା କରିବାକୁ ଯାଇ ଉପସ୍ଥିତିବୁଦ୍ଧି ପ୍ରୟୋଗକରି ସମ୍ଭାଳି ନେବେ। ଆଲୋଚନା, ବ୍ୟବାସାୟ ପ୍ରଭୃତି ଯେକୈାଣସି କ୍ଷେତ୍ରରେ ମଧ୍ୟ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।ଶୁଭ ରଙ୍ଗ- ଲାଲ ,ଶୁଭ ଅଙ୍କ- ୯
ସି˚ହ-କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ପ୍ରଗାଢ ଚେଷ୍ଟା କରି ପାରନ୍ତି। ଅଧୁରା କାମକୁ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସ୍ବାସ୍ଥ୍ୟ ସଚେତନତା ଅଭାବରୁ ସାମୟିକ ଅସୁସ୍ଥତା ଦେଖାଦେବାର ଆଶଙ୍କା ଦେଖା ଦେଇପାରେ।ଶୁଭ ରଙ୍ଗ- ସବୁଜଶୁଭ ଅଙ୍କ- ୫
କନ୍ୟା-ଆଜି ଆପଣ ଏକାଧାରରେ ଏକାଧାରରେ ଅର୍ଥ, ସମ୍ମାନ, ବନ୍ଧୁମିଳନ, ଓ ସାମାଜିକ ପ୍ରତିଷ୍ଠାର୍ଜନ କରିବେ। ପାପଗ୍ରହ ମଧ୍ୟସ୍ଥ ବୁଧ ଓ ଗୁରୁ ମାତ୍ର ବିଭିନ୍ନ ପ୍ରକାରର ପାରିବାରିକ ଦୁଃଶ୍ଚିନ୍ତାରେ ମନକୁ ଆନ୍ଦୋଳିତ କରିପାରନ୍ତି। ଅଚାନକ ଭାବରେ ଅଶୌଚ ସମ୍ବାଦ ଶୁଣି ବିସ୍ମିତ ହେବେ। ଅଧିକାଂଶ କ୍ଷେତ୍ରରେ ଦୁଃସାହାସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ।ଶୁଭ ରଙ୍ଗ- ମେଟାଲିକ,ଶୁଭ ଅଙ୍କ- ୪
ତୁଳା-ମଙ୍ଗଳ ପ୍ରଭାବରେ ଜମିଜମା, ଗୃହ ପରିବର୍ତ୍ତନ, ସ୍ଥାନାନ୍ତର ତଥା ଅର୍ଥ ସମ୍ପର୍କୀୟ ଅନୁଚିନ୍ତା କରିବେ। ପାଖ,ପଡୋଶୀ/ସ୍ବାମୀ/ସ୍ତ୍ରୀଙ୍କ ଆଲୋଚନା ପ୍ରଭୃତି ବିଷୟରେ ସମୟ ଅତିବାହିତ ହେବ। ଉପସ୍ଥିତି ବୁଦ୍ଧି ଖଟାଇ ପରିବାରର ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେବେ। ଦିନଭରି କାର୍ଯ୍ୟବ୍ୟସ୍ତ ରହିବେ।ଶୁଭ ରଙ୍ଗ- ସିଲଭର,ଶୁଭ ଅଙ୍କ- ୨
ବିଛା
-ବିଭିନ୍ନ ପ୍ରକାରର ରୁଚିବିରୁଦ୍ଧ କାର୍ଯ୍ୟ ଆପଣଙ୍କ ମାନସିକ ଅସ୍ଥିରତାକୁ ବୃଦ୍ଧି କରିପାରେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ କିମ୍ବା ନିଜ ପରିସରରେ ବନ୍ଧୁବର୍ଗ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ସହଯୋଗର ପ୍ରତିଶ୍ରୁତି ବନ୍ଧୁଙ୍କ ଠାରୁ ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ବନ୍ଧୁଙ୍କ ଘରରୋଇ କାମରେ ପାରିବାରିକ ସମସ୍ୟା ସମାଧାନ କରି ପ୍ରଶଂସିତ ହେବେ।ଶୁଭ ରଙ୍ଗ- ମେହେରୁନ୍,ଶୁଭ ଅଙ୍କ- ୯
ଧନୁ-ଶନି ଓ ରାହୁ ଜନିତ ଆପଣଙ୍କ ଭୁଲ୍‌ ନିଷ୍ପତି ଓ ବିବାଦୀୟ ମନ୍ତବ୍ୟ ପରିବେଶ ଓ ପରିସ୍ଥିତିକୁ ଗମ୍ଭୀର କରିଦେଇପାରେ। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ ପରିବାରର ସଦସ୍ୟ ମାନେ ଆପଣଙ୍କୁ ଭୁଲ୍‌ ବୁଝିପାରନ୍ତି। ବ୍ୟବସାୟ ଓ ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରପାରିବେ।ଶୁଭ ରଙ୍ଗ- ବାଇଗଣି,ଶୁଭ ଅଙ୍କ- ୮
ମକର ଆଜିର ଯାତ୍ରା ସମୟରେ ସ୍ଥାନ,କାଳ,ପାତ୍ରାନୁସାରୀ କଥାର ବ୍ୟତିକ୍ରମ ଅଯଥା ବିବାଦର ସୂତ୍ରପାତ କରିବ। ବେକାର କଥାରେ ଯୁକ୍ତିତର୍କ କରି ନିଜ ନିଜ ଭିତରେ ଅଯଥା କଳହରୁ ଦୂରେଇ ରୁହନ୍ତୁ। ଶିଳ୍ପ, ବାଣିଜ୍ୟ, କଳା, ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍‌, ସଭାସମିତି ଓ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।ଶୁଭ ରଙ୍ଗ-କଳା,ଶୁଭ ଅଙ୍କ- ୮
କୁମ୍ଭ-ସାଧାରଣ କଥାକୁ ନେଇ ବିତର୍କରୁ ଲୋକ ସମ୍ପର୍କ ହାନୀ ଓ ବନ୍ଧୁବର୍ଗଙ୍କ ସହ ସମ୍ପର୍କକୁ ତିକ୍ତ କରାଇବ। କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହୁଥିଲେ ମଧ୍ୟ କାମଟିକୁ ସମ୍ପନ୍ନ କରି ପାରିବେ ନାହିଁ କିମ୍ବା ଛାଡି ପାରିବେ ନାହିଁ। ବାଣିଜ୍ୟ, ବ୍ୟବସାୟ,ପରିବହନ, ମାଲିମକଦ୍ଦମା କିମ୍ବା ନିର୍ମାଣକାର୍ଯ୍ୟ ସମସ୍ୟା ବହୁଳ ହୋଇପାରେ।ଶୁଭ ରଙ୍ଗ- ସବୁଜ,ଶୁଭ ଅଙ୍କ- ୫
ମୀନ-ଆପଣଙ୍କ ନିରପେକ୍ଷ ବିଚାରଧାରା ଜନାଦୃତ ସହ ସାମାଜିକ ପ୍ରତିଷ୍ଠା ପ୍ରଦାନରେ ସହାୟକ ହେବ। ଅନ୍ୟ ମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜକୁ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ଈର୍ଷା କରୁଥିବା ଲୋକମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ।ଶୁଭ ରଙ୍ଗ- ପିଙ୍କ୍,ଶୁଭ ଅଙ୍କ- ୧

Khansweb Solution Bhubaneswar

Leave A Reply

Your email address will not be published.