banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି କର୍ମକ୍ଷେତ୍ରରେ ଶନି ସହ ଚନ୍ଦ୍ର ଯୋଗ ଆପଣଙ୍କୁ କର୍ମଦକ୍ଷତା, ଉଚ୍ଚ ସମ୍ମାନ, ବନ୍ଧୁଗହଣରେ ପ୍ରଶଂସିତ କରାଇବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ, ଯାନବାହନ ଲାଭ ସହ ଆଇନ ଅଦାଲତରେ ବିଜୟୀ ହେବେ। ଶିଳ୍ପ, ପରିବହନ, ବ୍ୟବସାୟ, ନିର୍ମାଣ, ବିବାଦୀୟ ଘଟଣା ଓ ସଭାସମିତି ତଥା ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।

ବୃଷ:-ଶନି କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ଆତ୍ମୀୟସ୍ବଜନ ଓ ହିତାକାଂକ୍ଷୀଙ୍କ ଆଦର, ଗୌରବରୁ ଆତ୍ମତୃପ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଆକସ୍ମିକ ସୁଯୋଗ ଆପଣା ଛାଏଁ ଆସିବ, ଅବଶ୍ୟ ତାହାର ସଦୁପଯୋଗ କରି ପାରିଲେ ଉପକୃତ । କିନ୍ତୁ ପ୍ରସ୍ତୁତି ପଥରେ ଥିବା କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପାରେ।

ମିଥୁନ:-ରବି ଓ ବୁଧ ନିଜ ନିଜ ଭାବରୁ ଦୁଃସ୍ଥାନସ୍ଥ ଯୋଗୁ ପାରିବାରିକ ସମସ୍ୟା ଓ ଅର୍ଥର ବୋଝ ମନକୁ ବିଚଳିତ କରିପାରେ। ଶୁକ୍ରଙ୍କ ଶୁଭ ସଂସ୍ଥାନରୁ କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ । ଏହାସାଙ୍ଗକୁ ଆଇନ, ଅଦାଲତ, ଇଲେକ୍‌ଟ୍ରୋନିକ୍ସ, ମେଡିକାଲ୍‌ ସାଇନ୍ସ, ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ କିଛି ଅସୁବିଧା ହେବନାହିଁ।

କର୍କଟ:-ଶୁକ୍ରଙ୍କ ଶୁଭଦୃଷ୍ଟିରେ ସାମାଜିକ ସମ୍ମାନ, ପାରିବାରିକ ଶାନ୍ତି, ବିଳାସବ୍ୟସନ, ଯାନବାହନାଦି ପ୍ରାପ୍ତି ହୋଇପାରେ। ଭାଇ, ବନ୍ଧୁ, ସହକର୍ମୀ, ଅଂଶୀଦାର ବ୍ୟବସାୟୀମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଆନୁଷ୍ଠାନିକ କାମ ତଥା ସଭା ସମିତିରୁ ପ୍ରଶଂସିତ ହୋଇପାରନ୍ତି।

ସି˚ହ:-ଆଜି ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ଅର୍ଥାଭାବ ପାରିବାରିକ ଅସ୍ଥିରତା ସୃଷ୍ଟି କରିବାର ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା କାରଣରୁ ଅହେତୁକ ଭୟ ଓ ଆଶଙ୍କାଜନିତ କୌଣସି କାର୍ଯ୍ୟ କରିବାରେ ଦ୍ୱନ୍ଦ୍ୱଯୁକ୍ତ ହେବେ। ନିଜ ଲୋକମାନଙ୍କଠାରୁ ଯାହା ଓ ଯେତିକି ପରିମାଣରେ ପାଇବା କଥା ତାହା ପାଇବା କଷ୍ଟକର ହୋଇପଡ଼ିବ।

କନ୍ୟା:-ବନ୍ଧୁ ଓ ସମ୍ପର୍କୀୟଙ୍କ ବେଖାତିର ମନୋଭାବ ଏବଂ ଅପପ୍ରଚାର ମାନସିକ ସ୍ଥିତିକୁ ଅସ୍ଥିର କରିପାରେ। ଶୁକ୍ର ପ୍ରଭାବରୁ ଅପୂରଣୀୟ ଆଶା ଓ ଅର୍ଥର ଅଭାବ ହେତୁ ସ୍ଥଗିତ କାର୍ଯ୍ୟ ଓ ମାନସିକ ସ୍ଥିତିରେ ଆଶାର ଝଲକ ପରିଲକ୍ଷିତ ହେବ। ପରିସ୍ଥିତି ଯାହାହେଉନା କାହିଁକି, ଆପଣ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।

ତୁଳା:-ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସୀ ମନରେ କାମ କରିବାରେ ଆଜି କୌଣସି ଅସୁବିଧା । ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, କଚେରି ମାମଲା ତଥା ସାମାଜିକସ୍ତରରେ ସମ୍ମାନ ଲାଭର ଯୋଗ ରହିଛି। ନୂତନ ଗୃହ ନିର୍ମାଣ, ଯାନବାହନ ମରାମତି, ପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନା ପ୍ରଭୃତିରେ ସମୟ କଟାଇ ପାରନ୍ତି।

ବିଛା:-ଭାଗ୍ୟସ୍ଥାନକୁ ଭାଗ୍ୟାଧିପତିଙ୍କ ସହ ଶନିଙ୍କ ଦୃଷ୍ଟି ଯୋଗୁ ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି, ତାହା ବ୍ୟତିକ୍ରମ ଭିତରେ ସଫଳ ହେବ। ବନ୍ଧୁମାନଙ୍କ ସାହାଯ୍ୟରୁ ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ହେବେ।

ଧନୁ:-ଆର୍ଥିକ ଅଭିବୃଦ୍ଧି ସହ ଆପଣଙ୍କ ସୁନ୍ଦର ବିଚାରଧାରା ବନ୍ଧୁଗହଣରେ ପ୍ରଶଂସିତ ହେବା ସହ ଜନାଦୃତ ହେବ। କୋଣଭାବସ୍ଥ ଶୁକ୍ର ଯୋଗୁ ଶିକ୍ଷା, ସନ୍ତାନ, ପରୀକ୍ଷା ଓ ଇଣ୍ଟରଭ୍ୟୁ କ୍ଷେତ୍ରରେ ସଫଳତା ପାଇବେ। ସଭାସମିତି, ବିବାଦୀୟ କ୍ଷେତ୍ର ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ବ୍ୟବସାୟରେ ଭଲ କାରବାର ହେବ।

ମକର:-ଶ୍ରବଣା ନକ୍ଷତ୍ର ସକାଶେ ଚନ୍ଦ୍ର ଓ ଶନିଙ୍କ ରାଶ୍ୟାବସ୍ଥାନ ଆପଣଙ୍କୁ ଥଣ୍ଡା ରୋଗରେ ପୀଡ଼ିତ କରାଇପାରେ। ବିଭିନ୍ନ ବିଷୟ ଚିନ୍ତାକରି ମାନସିକ ସ୍ଥିତି ସନ୍ତୁଳିତ ମଧ୍ୟ ରହିବ ନାହିଁ। ଯେତେ ପ୍ରକାର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହେବା ଅସମ୍ଭବ ହୋଇପଡିବ। ଧନିଷ୍ଠା ବନ୍ଧୁମାନଙ୍କ ସହ ସମ୍ପର୍କହାନି ଯୋଗୁ ଚିନ୍ତା ପ୍ରକଟ କରିବେ।

କୁମ୍ଭ:-ରବି ଧନସ୍ଥାନସ୍ଥ ଯୋଗୁ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ଅର୍ଥଲାଭ ଓ ସମସ୍ୟା ସମାଧାନ ହୋଇଯିବ। ରାଜନୈତିକ ସ୍ଥିତିରେ ଉନ୍ନତ ଫଳ ପାଇବେ। ସ୍ବଗୃହାଭିମୁଖୀ ଶୁକ୍ର ପ୍ରଭାବରେ ପାରିବାରିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ। କିନ୍ତୁ ଈର୍ଷାପରାୟଣ କିମ୍ବା ଭଲ ସମ୍ପର୍କ ନ ଥିବା ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି।

ମୀନ:-ଆଜି ଉଚ୍ଚ ଆଶା ସଫଳ ହେବ। ପଦସ୍ଥ ବ୍ୟକ୍ତିଙ୍କ ସହାୟତା ପାଇବେ ଏବଂ ନୂତନ ବନ୍ଧୁସମ୍ପର୍କ ସ୍ଥାପନ ହେବ। ଆଜିର ପ୍ରତ୍ୟୁଷ ଯାତ୍ରା ଆପଣଙ୍କ ପାଇଁ ସଫଳତା ଆଣିଦେବ। ବାଣିଜ୍ୟ, ପରିବହନ ଓ ସଭାସମିତି ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଏବଂ ଗୌରବାର୍ଜନ ନିଶ୍ଚିତ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।

Khansweb Solution Bhubaneswar

Leave A Reply

Your email address will not be published.