banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ସୋମବାର, ୨ ମାର୍ଚ୍ଚ ୨୦୨୦

0

ମେଷ:-ଆଜି ଚନ୍ଦ୍ରଙ୍କ ପ୍ରଭାବରେ ସୁବିଧାରେ କାମ ହାସଲ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବ ମାତ୍ର ବାଣିଜ୍ୟ,ବ୍ୟବସାୟ ଓ ରାଜନୀତିରେ ଚେଷ୍ଟା କରି ସଫଳ ହେବେ।

ବୃଷ:-ରାଶିରେ ଚନ୍ଦ୍ର ରହିଥିବାରୁ ଭାବ ପ୍ରବଣତା ବଶତଃ ପରିହାସଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ। ନିଜର ଅଳସୁଆମି ଯୋଗୁ କିଛି ନ କରି ଅନ୍ୟମାନଙ୍କ ଦ୍ୱାରା କାମ ଉଠାଇ ପାରନ୍ତି। ଶତ୍ରୁମାନେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ । ଅର୍ଥ ସମ୍ପର୍କୀୟ ବୁଝାମଣାରେ ତ୍ରୁଟି ରହିଯାଇପାରେ।

ମିଥୁନ:-ରବିଙ୍କ ସ୍ବଗୃହାବଲୋକନ ଆପଣଙ୍କୁ ଆମତ୍ବଳ ସମ୍ପନ୍ନ କରାଇବା ସହ ବୁଧଗ୍ରହ ସମ୍ପର୍କୀୟଙ୍କ ସାହାଯ୍ୟପ୍ରାପ୍ତ କରାଇବ । କିନ୍ତୁ ଆଲୋଚନା କ୍ଷେତ୍ରରେ ସତ୍ୟ ପ୍ରକାଶ କରି ବିବାଦଗ୍ରସ୍ତ ହୋଇପାରନ୍ତି। ପାରିବାରିିକ ଜୀବନ ସୁଖ ସନ୍ତୋଷରେ କାଟିବେ । ଆଜିର ବ୍ୟବସାୟ, ପରିବହନ ଓ ଯାତ୍ରା ତଥା ଆଇନ ଅଦାଲତ କ୍ଷେତ୍ରରେ ସଫଳତା ପାଇବେ।

କର୍କଟ:-ଲାଭସ୍ଥାନରେ ଏକାଦଶାଧିପତି ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସାହାଯ୍ୟ କରିବେ। ଅନୁକୂଳ ବାତାବରଣ ମଧ୍ୟରେ ଦୀର୍ଘ ଦିନରୁ ରହି ଆସିଥିବା ସମସ୍ୟା ସମାଧାନ ହେବ। ରହିଯାଇଥିବା ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷତ୍ତି ନେବେ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ସି˚ହ:-ଗୁରୁ ସହ ମଙ୍ଗଳଙ୍କ ସମ୍ବନ୍ଧରୁ ବନ୍ଧୁଙ୍କ ସହିତ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପଡୋଶୀଙ୍କ ଦୁଃଖଦ ପରିସ୍ଥିତିକୁ ନେଇ ମାନସିକ ବ୍ୟଥା ଅନୁଭବ କରିବେ । ଗୃହ ନିର୍ମାଣାଦି କାର୍ଯ୍ୟ ତ୍ୱରାନ୍ବିତ ହେବ। ଅର୍ଥ ସମ୍ପର୍କୀୟ ସମସ୍ୟା ସୁଧୁରିବାକୁ ଚେଷ୍ଟା କରିବାରେ ପରିବାରର ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ ।

କନ୍ୟା:-ଦୁଃସ୍ଥାନରେ ବୁଧଙ୍କ ସ୍ଥିତି ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ପରିସ୍ଥିତିରେ ପଡି ଅନନ୍ୟୋପାୟ ହୋଇ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ବାଧ୍ୟହେବେ। ପିଲାମାନଙ୍କ କଳହକୁ କେନ୍ଦ୍ର କରି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହୋଇଯିବ।

ତୁଳା:-ସପ୍ତମକେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରେ ଆକସ୍ମିକ ଆଶା ପୂରଣ ହେବାରୁ ସୁସ୍ଥ ମନ ନେଇ କାମ କରିବେ । ପରିବାରରେ ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦୀୟ ସ୍ଥିତିରେ ପଡିପାରନ୍ତି। ଆର୍ଥିକ ସ୍ଥିତି, ସହକର୍ମୀଙ୍କ ସହଯୋଗ ନେଇ ସନ୍ତୁଷ୍ଟ ରହିପାରନ୍ତି।

ବିଛା:-ଘାତଚନ୍ଦ୍ର ଜନିତ ମାନସିକ ଅସ୍ଥିରତା ଲାଗି ରହିବ ଏବଂ କୌଣସି କାମ ଶୃଙ୍ଖଳିତ ଭାବରେ କରିପାରିବେ ନାହିଁ। ବନ୍ଧୁବର୍ଗଙ୍କ ସହାୟତାରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢିଚାଲିବ। ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ କିନ୍ତୁ ଆପଣଙ୍କ ଆଶା ପୂରଣ ହୋଇପାରିବ । ଶତ୍ରୁତା କରୁଥିବା ନୀଚ୍ଚମନା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇ ପାରନ୍ତି।

ଧନୁ:-ଗ୍ରହବୈଗୁଣ୍ୟତାରୁ ମାନସିକ ଓ ଶାରୀରିକ ସୁସ୍ଥତା ରହି ନ ପାରେ। ଦୀର୍ଘସମୟ ଏକାକୀ ନିରୋଳାରେ ରହି ଅତୀତର ବିବାଦୀୟ ବିଷୟରେ ସମୀକ୍ଷା କରିବେ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।

ମକର:-ବଳଶାଳୀ ରାଶ୍ୟାଧିପତିଙ୍କ ସ୍ଥିତିରୁ ସ୍ବାସ୍ଥ୍ୟ, କର୍ମକ୍ଷେତ୍ର ଭଲ ରହିବା ସହ ଭାଇବନ୍ଧୁ ପଡୋଶୀଙ୍କ ସହ କଳହ ଲାଗିପାରେ। କିନ୍ତୁ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ଆଜିର ଯାତ୍ରା,ବ୍ୟବସାୟ, ରାଜନୀତି ଓ ପ୍ରଶାସନ ପାଇଁ ଦିନଟି ଭଲ। ଜଣେ ନିଃସହାୟ ଲୋକଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ।

କୁମ୍ଭ:-ସାମାନ୍ୟ କଥାରେ ଉତ୍ତେଜିତ ହୋଇ ପରିବେଶକୁ ଗରମାଗରମ କରିଦେଇପାରନ୍ତି। କିନ୍ତୁ ଶତଭିଷା ନକ୍ଷତ୍ର ଅସୁବିଧାଜନକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ଆକସ୍ମିକ ଭାବେ ଯୋଡି ହୋଇଯିବ। ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ବନ୍ଧୁଦ୍ୱାରକୁ ଗମନ କରିବାକୁ ମନସ୍ଥ କରିପାରନ୍ତି।

ମୀନ:-ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ଆପଣଙ୍କ ଆଶା ଓ କାମନାକୁ ଚରିତାର୍ଥ କରିବାରେ ସହାୟକ ହେବ। ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ, ପୁରାଣ ପଠନ, ଆଲୋଚନା ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ସାହିତ୍ୟଚର୍ଚ୍ଚା ପ୍ରଶାସନିକ ସ୍ତରରେ ଓ ରାଜନୀତିରେ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ ।

Khansweb Solution Bhubaneswar

Leave A Reply

Your email address will not be published.