banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ- ଶୁକ୍ଳପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ବହୁ ଚେଷ୍ଟା କରି ସାଧାରଣ ଫଳ ପାଇବେ । ସାଂସାରିକ ଅସ୍ଥିରମନା ରହିବେ । ରାଜନୀତିରେ ପ୍ରତିଦ୍ୱନ୍ଦ୍ୱିତା ରହିବ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭଅଙ୍କ-୭, ଶୁଭ ରଙ୍ଗ-କଫି ।

ବୃଷ-ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ସବୁରି କ୍ଷେତ୍ରରେ ଅଗ୍ରଗତି କରିବେ । ସାଂସାରିକ ସୁଖ ସନ୍ତୋଷ ପ୍ରାପ୍ତି ହେବ । ମହିଳାମାନେ ଆଦରଣୀୟା ହେବେ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

ମିଥୁନ- ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରର ପରିସର ବୃଦ୍ଧି ପାଇବ । ସାଂସାରିକ ସହଯୋଗ ମିଳିବ । ପ୍ରଶାସନିକ ଓ ରାଜନୀତିରେ ପ୍ରସିଦ୍ଧି ବଢ଼ିବ । ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

କର୍କଟ- ଶୁକ୍ଳପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଶୃଙ୍ଖଳିତ ଭାବରେ କର୍ମ କରିବେ । ସାଂସାରିକ ସହଯୋଗ ମିଳିବ । ମହିଳାମାନେ ଅନୁଶାସନ ପ୍ରିୟ ହେବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭଅଙ୍କ-୩, ଶୁଭରଙ୍ଗ-କ୍ରିମ୍‌ ।

ସିଂହ- ଦୁଃସ୍ଥାନରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି । ସାଂସାରିକ ସମସ୍ୟା ଘେରରେ ରହିବେ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲ୍‌ଭର ।

କନ୍ୟା- ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସୁଖ ସମ୍ମାନ ପାଇବେ । ସାଂସାରିକ ଉନ୍ନତି କରିବେ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌ ।

ତୁଳା-ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ଚଳଚଞ୍ଚଳ ରହିବେ । ସାଂସାରିକ ସୁଖୀ ରହିବେ । ମହିଳାମାନେ ପରିଶ୍ରମୀ ହେବେ । ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

ବିଛା- ଶୁକ୍ଳପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କର୍ମ କ୍ଷେତ୍ରରେ ଉନ୍ନତି ହେବ । ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭଅଙ୍କ-୭, ଶୁଭ ରଙ୍ଗ-କଫି ।

ଧନୁ- ଶୁକ୍ଳପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ ହେଉଥିବା କାର୍ଯ୍ୟ ବିଗିଡ଼ି ଯାଇପାରେ । ସାଂସାରିକ ସମସ୍ୟାବହୁଳ ରହିବ । ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ । ବାଣିଜ୍ୟରେ ସମସ୍ୟା ରହିବ । ଶୁଭଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌ ।

ମକର- ତୃତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସୁନାମ ପାଇବେ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ମହିଳାମାନେ ଉନ୍ନତି କରିବେ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା ।

କୁମ୍ଭ- ଶୁକ୍ଳପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ ପ୍ରତି କାର୍ଯ୍ୟରେ ଆଗେଇ ଚାଲିବେ । ସାଂସାରିକ ଅର୍ଥପ୍ରାପ୍ତି ହେବ । ରାଜନୀତିରେ ଚଳଚଞ୍ଚଳ ରହିବେ । ବାଣିଜ୍ୟରେ ଉନ୍ନତି ହେବ । ଶୁଭଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର ।

ମୀନ-ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ କର୍ମ କ୍ଷେତ୍ରରେ ସହଯୋଗ ମିଳିବ । ସାଂସାରିକ ଦୂରଯାତ୍ରା କରିପାରନ୍ତି । ଚାକିରିରେ ପ୍ରଶଂସା ପାଇବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।

Khansweb Solution Bhubaneswar

Leave A Reply

Your email address will not be published.