banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଦୀର୍ଘଦିନ ହେଲା ଯେଉଁମାନେ ପାଖ ମାଡୁ ନ ଥିଲେ ଆଜି ସେମାନେ ନିଜ ତରଫରୁ ମିଶିବା ପାଇଁ ଆଗେଇ ଆସିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ଅଶ୍ୱିନୀ ନକ୍ଷତ୍ରର ପୁରୁଣା କଥାକୁ ନେଇ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। କର୍ମକ୍ଷେତ୍ରରେ ଉପର କର୍ମକର୍ତ୍ତାମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିପାରନ୍ତି।
ବୃଷ:-ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଲେ ମଧ୍ୟ ନିଜ ଦାୟିତ୍ୱରେ ରହିଥିବା କର୍ମ ସମ୍ପାଦନ କରିବାକୁ ବାଧ୍ୟ ହେବେ। ଆଜି ଅଫିସ୍‌ କାର୍ଯ୍ୟରେ ବେଶି ବ୍ୟସ୍ତ ରହି ଘର ପାଇଁ ରହିଥିବା ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେଇପାରନ୍ତି। ରୋହିଣୀ ନକ୍ଷତ୍ର ବ୍ୟବସାୟ ସ୍ତରରେ ଅର୍ଥ ପାଇବା ସକାଶେ ଚେଷ୍ଟା କରୁଥିବା ସ୍ଥାନରୁ ଆଂଶିକ ସଫଳତା ମିଳିବ।
ମିଥୁନ:-ନିଜ କଥା ପଛକୁ ପକାଇ ବାହାର ଲୋକମାନଙ୍କ କାମରେ ବିଶେଷ ସମୟ ଦେଇପାରନ୍ତି। ପରିସ୍ଥିତିର ପ୍ରତିକୂଳତାରେ ବନ୍ଧୁମାନେ ବିରୁଦ୍ଧାଚରଣ କରିପାରନ୍ତି। ଆରଦ୍ରା ନକ୍ଷତ୍ରର ହଜିଯାଇଥିବା ଜିନିଷ କିମ୍ବା ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର ପାଇବା ସମ୍ଭାବନା ରହିଛି। ରାଜନୀତିରେ ଜନସେବା ପ୍ରତି ମନ ବଳିବ, କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀ କେହି ଚଞ୍ଚକତା ପ୍ରଦର୍ଶନ କରିପାରନ୍ତି।
କର୍କଟ:-କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ସ୍ଥାନ ପରିବର୍ତ୍ତନ କରିବାକୁ ଚିନ୍ତାକରିପାରନ୍ତି। କାହା କଥା ନ ଶୁଣି ନିଜ ଇଚ୍ଛାରେ କାମ କରିବା ଭଲ ହେବ। ଅଶ୍ଳେଷା ନକ୍ଷତ୍ର, ସଭାସମିତିର ଆଲୋଚନା ମଧ୍ୟରେ କୌଣସି ବନ୍ଧୁଙ୍କ ହସ୍ତକ୍ଷେପକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ବାଣିଜ୍ୟ, ବ୍ୟବସାୟ, ସଙ୍ଗଠନ, ଗବେଷଣା ପ୍ରଭୃତି କ୍ଷେତ୍ର ମଧ୍ୟମ ପ୍ରକାରର ରହିବ।
ସି˚ହ:-ଅର୍ଥଲାଭର ଆଶା ପୂରଣ ହେବା ଦିଗରେ କେତେକାଂଶରେ ସଫଳତା ମିଳିପାରେ। ପାରିବାରିକ ଜୀବନରେ ବୁଝାମଣା ନେଇ ଅଶାନ୍ତିକର ପରିସ୍ଥିତି ଦେଖାଦେବା ଆଶଙ୍କା ରହିଛି। ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତି ଉପରେ ଭରସାକଲେ ଅସୁବିଧାରେ ପଡ଼ିପାରନ୍ତି। ପୂର୍ବାଫାଲ୍‌ଗୁନୀର ନୂତନ ଘର, ଗାଡ଼ି କିମ୍ବା କିଛି ଯାନ୍ତ୍ରିକ ଜିନିଷ କିଣିପାରନ୍ତି।
କନ୍ୟା:-ଆଜି ବନ୍ଧୁମାନଙ୍କ ଗହଣରେ, ସଭାସମିତିରେ, ଆନୁଷ୍ଠାନିକ ତଥା କର୍ମକ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ପାରିବାରିକ, ପରିବହନ, ପ୍ରଶାସନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଆଜିର ଯାତ୍ରା କେତେକାଂଶରେ ଫଳପ୍ରଦ ହେବ, କିନ୍ତୁ ମାନସିକ ଅସ୍ଥିରତା ଲାଗି ରହିବ। ଭାଇ, ବନ୍ଧୁ ଓ କୁଟୁମ୍ବଙ୍କ ସହ ସୁସମ୍ପର୍କ ଅକ୍ଷୁଣ୍ଣ ରହିବ।
ତୁଳା:-ଆଜି ଯେଉଁଭଳି ଚିନ୍ତା କରୁଛନ୍ତି, ଠିକ୍‌ ସେହିପରି ହିଁ ହେବ ଏବଂ ବନ୍ଧୁମାନଙ୍କ ସାହାଯ୍ୟରୁ ଆର୍ଥିକ ସ୍ଥିତି ବେଶ୍‌ ମଜଭୁତ ରହିବ। ଯାତ୍ରାରେ କାର୍ଯ୍ୟସିଦ୍ଧି ସହ ନୂତନ ଯାନବାହନ କିମ୍ବା ଦ୍ରବ୍ୟଲାଭରୁ ଖୁସି ହେବେ। ସ୍ବାତୀ ନକ୍ଷତ୍ର ସଭାସମିତିରେ ନ୍ୟାୟୋଚିତ ପରାମର୍ଶ ଦେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ବିଛା:-କୌଣସି ଏକ ସାଧାରଣ କଥାକୁ କେନ୍ଦ୍ରକରି ସୁସମ୍ପର୍କ ଥିବା ବ୍ୟକ୍ତିଟି ମୁହଁ ଫେରାଇ ନେଇପାରେ। ଆଜିର ଉତ୍ସବାନୁଷ୍ଠାନରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହେବାର ସୌଭାଗ୍ୟ ଅର୍ଜନ କରିପାରନ୍ତି। ପରିବାରରେ ଖର୍ଚ୍ଚ ପରିମାଣ ଦିଗୁଣା ହେବା ସହ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିପାରେ। କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ ।

ଧନୁ:-ଆଜି ନୂତନ ଯୋଜନା, ଅବହେଳିତ କାମ, କୌଣସି ଆଲୋଚନା ପ୍ରଭୃତିରେ ସଫଳତା ମିଳିବ। ଈର୍ଷାପରାୟଣ ନିଜ ଲୋକମାନେ ଦାଉ ସାଧିବା ପାଇଁ ଚେଷ୍ଟା କରିପାରନ୍ତି। ସାମାଜିକ ସ୍ତରରେ, ରାଜନୀତି କ୍ଷେତ୍ର, ସଭାସମିତିରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ମୂଳା ନକ୍ଷତ୍ରର ମାନସିକ ଅଶାନ୍ତି ମଧ୍ୟରେ ସମୟ କାଟିବାକୁ ବାଧ୍ୟ ହେବେ।

ମକର:-ଆନୁଷ୍ଠାନିକ କାମରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଶ୍ରବଣା ନକ୍ଷତ୍ରର ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଦକ୍ଷତା ଓ କୃତିତ୍ୱଭିତ୍ତିକ ପ୍ରଶଂସା ଓ ପ୍ରୋତ୍ସାହନ ଲାଭକରି ମନୋବଳ ବୃଦ୍ଧିପାଇବ। ଯାତ୍ରାରେ ଦୀର୍ଘ ସମୟ ଧରି ବନ୍ଧୁଙ୍କୁ ପ୍ରତୀକ୍ଷା କରି ରହିବା ଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ।
କୁମ୍ଭ:-ଆର୍ଥିକ ଦୁରବସ୍ଥା ଦୂରେଇଯିବାରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ନୂଆ ଯୋଜନା ଉପରେ ଗୁରୁତ୍ୱ ଦେଇ କୃତକାର୍ଯ୍ୟ ହେବେ। ଶତଭିଷା ନକ୍ଷତ୍ରର ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ। କଳା, ସାହିତ୍ୟ, ସଭାସମିତି, ଚୁକ୍ତିପତ୍ର, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ।
ମୀନ:-କର୍ମକ୍ଷେତ୍ରରେ ସହକର୍ମୀଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହୋଇଯିବେ। ନିକଟ ସମ୍ପର୍କୀୟମାନେ କୌଣସି ଘରୋଇ ଆଲୋଚନା ସକାଶେ ଆପଣଙ୍କୁ ଡାକିପାରନ୍ତି। ଉତ୍ତରଭାଦ୍ରପଦ ନକ୍ଷତ୍ର ଦକ୍ଷତା ହେତୁ କର୍ମକ୍ଷେତ୍ର୍ରରେ କିମ୍ବା ନିଜ ପରିସରରେ ପ୍ରତିଷ୍ଠିତ ହେବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବନାହିଁ।

Khansweb Solution Bhubaneswar

Leave A Reply

Your email address will not be published.