banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ଏକାଦଶସ୍ଥ ଶୁକ୍ର ଯୋଗୁ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁମାନଙ୍କ ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ଅବ୍ୟାହତ ରହିବ । ଚନ୍ଦ୍ର ପାପଗ୍ରହ ରାହୁ ସଂଯୁକ୍ତ ହେତୁ ପାରିବାରିକ ସ୍ତରରେ ରାଗ, ରୁଷା ଓ ଅଭିମାନଭରା ପରିବେଶ ସୃଷ୍ଟି ହୋଇପାରେ । ଅର୍ଥ ସମ୍ପର୍କୀୟ ଆବଶ୍ୟକତା ପୂରଣ ହେବାରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ ।
ବୃଷ:-ମିତ୍ର ଶନିଙ୍କ ଦୃଷ୍ଟିରେ ଶୁକ୍ର ଥିବାରୁ ସ୍ବାସ୍ଥ୍ୟ ସମସ୍ୟା ବିଶେଷ ଗୁରୁତର ନ ହେଲେ ମଧ୍ୟ ତଜ୍ଜନିତ ଟେନ୍‌ସନ ଲାଗି ରହିବ । ଅର୍ଥର ଆବଶ୍ୟକତା ପୂରଣ କରିବା ସକାଶେ ଜମିଜମା,ପୁରାତନ ଗୃହ, ଯାନ୍ତ୍ରିକ ଜିନିଷ, ଯାନବାହନ ପ୍ରଭୃତି ବିକ୍ରି କରିପାରନ୍ତି। ଶିଳ୍ପ ଓ ବ୍ୟବସାୟ, ପ୍ରଶାସନ, ପ୍ରକାଶନ, ପରିବହନ ଓ ନିର୍ମାଣରେ ଆଂଶିକ ସଫଳତା ମିଳିବ ।
ମିଥୁନ:-ବୁଧ ସମେତ ଏକାଧିକ ସପ୍ତମସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନଙ୍କ ଉପରେ ପୂର୍ଣ୍ଣ ଭରସା କଲେ ପରିଶେଷରେ ମୁଣ୍ଡରେ ହାତଦେଇ ବସିବାକୁ ପଡିପାରେ । ଆବଶ୍ୟକତା ସମୟରେ ବାକି ରହିଥିବା ଅର୍ଥ ପାଇବା ସକାଶେ ଚେଷ୍ଟା କରି ମଧ୍ୟ ସଫଳ ହେବା କଷ୍ଟକର ହେବ । ପୁରାତନ ଜିନିଷର ମରାମତି କିମ୍ବା ନିର୍ମାଣାଧୀନ କାମରେ ପରିସ୍ଥିତି ବଦଳି ଯିବାର ସୂଚନା ରହିଛି ।
କର୍କଟ:-ଦୁଃସ୍ଥାନରେ ରାଶ୍ୟାଧିପ ରାହୁ ଯୁକ୍ତ ହେତୁ ନିଷ୍ପତ୍ତିର ଶେଷ ପର୍ଯ୍ୟାୟରେ ଜଣେ ବନ୍ଧୁଙ୍କ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଯାତ୍ରା ସମୟରେ, ଯାନବାହନ ଚାଳନାରେ, ଆନୁଷ୍ଠାନିକ କାମରେ ଓ କ୍ରୟବିକ୍ରୟରେ ସତର୍କତା ଅବଲମ୍ବନ କରନ୍ତୁ । ମାଲିମକଦ୍ଦମାରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି , ବାସ୍ତବରେ ସେପରି କିଛି ହେବନି ।
ସି˚ହ:-ସ୍ବଗୃହୀ ମଙ୍ଗଳ ଯୋଗୁ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ପାରିବାରିକ ଜୀବନ ପ୍ରାୟତଃ ଭଲ ରହିବ । ଅଂଶୀଦାରଙ୍କ ସହ ଯୋଗରେ ରପ୍ତାନି, ବାଣିଜ୍ୟ, ଲୌହ, ତୈଳ, ଯନ୍ତ୍ରାଂଶ, ବ୍ୟବସାୟ ଓ ପରିବହନରେ ସମସ୍ୟାର ପରିସମାପ୍ତି ଘଟିବ । ସରକାରୀ ସୂତ୍ରରୁ କିମ୍ବା ଘରୋଇ ସମ୍ପର୍କୀୟମାନଙ୍କ ନିକଟରୁ ଚଢାସୁଧରେ ଧାରକରଜ କରିପାରନ୍ତି।
କନ୍ୟା:-ଦିନଟିରେ ବୁଧ ପୂର୍ବାଷାଢା ନକ୍ଷେତ୍ର ରହିଥିବାରୁ ପାରିବାରିକ, ଆର୍ଥିକ ଓ ବ୍ୟବସାୟିକ ଦିଗ ପାଇଁ ବିଶେଷ ଅନୁକୂଳ ରହିବ । କଳା, ସାହିତ୍ୟ, ସାମ୍ବାଦିକତା,ଏଜେନ୍ସିପ୍‌ , ସଂଗଠନ ପ୍ରଶାସନ, ପ୍ରକାଶନ, ଗଣଯୋଗାଯୋଗ ତଥା ଆଇନ ଅଦାଲତରେ ସଫଳତା ପାଇପାରିବେ । ନିଜର ଅବହେଳା କାରଣରୁ କୌଣସି ମୂଲ୍ୟବାନ୍‌ ସୁଯୋଗ ହରାଇପାରନ୍ତି।
ତୁଳା:-ନିଜଗୃହରୁ ଶନି ଦ୍ୱାଦଶସ୍ଥ ଯୋଗୁ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ପାରିବାରିକ ଜୀବନ କଟିବ । ହୋଟେଲ, ଶିଳ୍ପ, ଲୌହ, ବିଦ୍ୟୁତ, ସମ୍ବନ୍ଧିତ ବାଣିଜ୍ୟ, ବ୍ୟବସାୟରେ ଆଶାଜନକ ସୁଫଳ ପାଇବେ । ଆଜିର ଅର୍ଥ ସଂକଟ ଦୂରୀଭୂତ ହେବାରେ ଭଲ ସମ୍ପର୍କ ରହିଥିବା ସହକର୍ମୀଟି ସାହାଯ୍ୟ କରିବେ । ଆନୁଷ୍ଠାନିକ କ୍ଷେତ୍ର, ରାଜନୀତି କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବିଛା:-କେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରୁ କର୍ମକ୍ଷେତ୍ରରେ, ସଭାସମିତିରେ ଓ ଆନୁଷ୍ଠାନିକ କାମରେ ସମ୍ମାନ ଓ ପଦମର୍ଯ୍ୟାଦା ପାଇବାର ସମ୍ଭାବନା ମଧ୍ୟ ରହିଛି । କଳା, ସାହିତ୍ୟ,ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଆର୍ଥିକ ଅଭିବୃଦ୍ଧି ସକାଶେ ବିଭିନ୍ନ ପ୍ର୍ରକାରର ଯୋଜନାକୁ ବାସ୍ତବରୂପ ଦେବାରେ ସମର୍ଥ ହୋଇପାରନ୍ତି।
ଧନୁ:-ରାଶିରେ ବହୁତ ଗ୍ରହ ଅବସ୍ଥାନ କରି ପରିବାରରେ ସମସ୍ୟା ଜନିତ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇଲେ ମଧ୍ୟ ମନରେ ଶାନ୍ତି ଆସିବ ନାହିଁ । ଅର୍ଥ ସମ୍ପର୍କୀୟ କାରବାରରେ ସତର୍କ ନ ରହିଲେ ଅସୁବିଧାରେ ପଡିବେ । କଳା, ସାହିତ୍ୟ, କ୍ରୀଡା ପ୍ରଭୃତି କ୍ଷେତ୍ରରେ ସମସ୍ୟା ଲାଗିରହିବ।
ମକର:-ଧନସ୍ଥାନରେ କର୍ମାଧିପ ଧନଲାଭ କରାଇବା ଚେଷ୍ଟା କରୁଥିବା କାମଗୁଡିକ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ । କ୍ରୟ ବିକ୍ରୟ ପରିପ୍ରେକ୍ଷୀରେ ଗୃହୋପଯୋଗୀ ଜମିଜମା ସଂକ୍ରାନ୍ତୀୟ କଥାବାର୍ତ୍ତାରେ ଅଗ୍ରଗତି ଘଟିବ । ବାଣିଜ୍ୟ, ବ୍ୟବସାୟ, ପରିବହନ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଗବେଷଣା ଓ ମିଡିଆ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
କୁମ୍ଭ:-ଶୁଭଗ୍ରହ ପ୍ରଭାବରୁ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଆଗଧାଡିର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଭାବରେ ଗ୍ରହଣୀୟ ହେବେ । ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ବିଶେଷ ଅସୁବିଧା ହୋଇ ନ ପାରେ । ବାଣିଜ୍ୟ, ବ୍ୟବସାୟ, ପ୍ରକାଶନ, ମାଲିମକଦ୍ଦମା କ୍ଷେତ୍ରରେ ଆଶାତୀତ ସଫଳତା ମିଳିବ ।
ମୀନ:-ତୃତୀୟାଧିପଙ୍କ ଶୁଭତ୍ୱ କାରଣରୁ ଭୁଲ୍‌ ବୁଝାମଣାରୁ ଦୂରେଇ ଯାଇଥିବା ବନ୍ଧୁମାନେ ପାଖେଇ ଆସିବେ। ଗୃହ, ଯାନବାହନ, ଜମିଜମା, ଲୋକସମ୍ପର୍କ, ଲେଖାପଢା,ଗବେଷଣା, ଅନୁସନ୍ଧାନ କାମରେ ଅଗ୍ରଗତି ଅବଶ୍ୟମ୍ଭାବୀ । ଶିଳ୍ପ,ବ୍ୟବସାୟ, କଚେରି ମାମଲା, ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ ।

Khansweb Solution Bhubaneswar

Leave A Reply

Your email address will not be published.