banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ଅକରିବେ ତାହା ନିର୍ବିଘ୍ନରେ ସମ୍ପନ୍ନ ହେବା କଷ୍ଟକର ହେବ। ପାରିବାରିକ ସମସ୍ୟା, ପରିବହନରେ ଝଗଡା, ଯାନ ବାହନରେ କ୍ଷତିର ସମ୍ଭାବନା ପ୍ରତି ସତର୍କତା ବିଧେୟ। କର୍ମକ୍ଷେତ୍ରସ୍ଥ ବିଶୃଙ୍ଖଳିତ ପରିସ୍ଥିତିରେ ପଡି ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ।

ବୃଷ:-ଆଜି ସାଧାରଣ କଥାରେ ଉତ୍ତେଜନା କିମ୍ବା ଭାବପ୍ରବଣତା ସୃଷ୍ଟି ହୋଇପାରେ। ଆଲୋଚନା ଅବସରରେ ପ୍ରମାଣସିଦ୍ଧ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ସକାଳୁ ମନଟା ବିଗିଡି ଯାଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ।

ମିଥୁନ:-ଆଜି ଦିନଟି କିଛି ଭଲ ଓ କିଛି ସମସ୍ୟା ଭିତରେ କଟିବ। କାର୍ଯ୍ୟବ୍ୟସ୍ତତା ଲାଗି ରହିବ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବା ଭଲ। ବନ୍ଧୁଙ୍କ ସାହାଯ୍ୟ ହେତୁ ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବାର ସମ୍ଭାବନା ରହିଛି। ମାଲି କମଦ୍ଦମା, ପ୍ରଶାସନ, ରାଜନୀତି, ତଥା ଗଠନମୂଳକ କାଯର୍‌ୟରେ ଉତ୍ସାହିତ ହେବେ।

କର୍କଟ:-ଆଜି ଦିନ ଭିତରେ ବିଶେଷ କିଛି ଅସୁବିଧା ହେବନି। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଚନ୍ଦ୍ର ରାଶ୍ୟାଧିପ ହୋଇ ନୀଚସ୍ଥ ଯୋଗୁଁ ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯାଇପାରେ। ଉପସ୍ଥିତ ବୁଦ୍ଧି ଯୋଗୁ ବିପଦ ମୁକ୍ତ ହେବେ। ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡିବ।

ସି˚ହ:-ଆଜି କର୍ମକ୍ଷେତ୍ରରେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ। ପୂର୍ବାଫାଲଗୁନୀର ପ୍ଲଟିଙ୍ଗ କାରବାର, ପରିବହନ, ପ୍ରଶାସନ, ମାଲିମକଦ୍ଦମା କ୍ଷେତ୍ର ଉନ୍ନତ ରହିବ। ଦ୍ରୁତୋନ୍ନତି ସଙ୍ଗକୁ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ପୂର୍ବ ଶତ୍ରୁତା ହେତୁ କଳହର ଆଶଙ୍କା ରହିଛି।

କନ୍ୟା:-ଚଆଜି ସକାଳୁ ସକାଳୁ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେବ। ପ୍ରତ୍ୟୁଷ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ  ଯାତ୍ରାରେ ବିଳମ୍ବ ଘଟିପାରେ। କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ।

ତୁଳା:-ଆଜି ସକାଳୁ ଶୁଭ ଖବର ପାଇ ମନ ଖୁସି ହୋଇଯିବ। ଖଳ ଲୋକଙ୍କ କଥାକୁ ବିଶ୍ୱାସ କରି ନିଜର ଅତି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯିବ। ଗୁରୁଜନମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ, ଅର୍ଥ ଲାଭରୁ ଖୁସି ରହିବେ। ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିପାରନ୍ତି।

ବିଛା:-ଆଜି ପ୍ରତ୍ୟେକ କ୍ଷେତ୍ରରେ ଅସ୍ଥିର ଫଳ ପାଇବା ଯୋଗୁ ବିଭିନ୍ନ ଦୁର୍ଭାବନାରେ ମନ ବିଚଳିତ ରହିବ। ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲାରେ ଆଶାଜନକ ଫଳ ପାଇବେ। ଘରୋଇ କାମରେ ବନ୍ଧୁମାନେ ସହଯୋଗ ପ୍ରତିଶ୍ରୁତି ଦେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।

ଧନୁ:-ଆଜି ବିଭିନ୍ନ ସମସ୍ୟା ସଙ୍ଗକୁ ଖର୍ଚ୍ଚ ବଢିଯିବାରୁ ମାନସିକ ସ୍ଥିତି ବିଗିଡି ଯିବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ଅତି ନିଜର ଲୋକଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ହତାଦର କରିବେ। ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ।

ମକର:-ଆଜି ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ବନ୍ଧୁଙ୍କ ରୁଗ୍‌ଣ ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଅଯଥା କଳହରୁ ଦୂରେଇ ରୁହନ୍ତୁ । ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ଉଚ୍ଚବର୍ଗଙ୍କ ସହାୟତା ପାଇବା ସହ କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ।

କୁମ୍ଭ:-ଆଜି କର୍ମକ୍ଷେତ୍ର, ପରିବାର, ଯାନ ବାହନ, ବନ୍ଧୁ ସମ୍ପର୍କକୁ ଦୃଢୀଭୂତ କରିବ। ଚତୁର୍ଥଭାବରେ ଗ୍ରହପ୍ରଭାବରୁ ବିନା ଆହ୍ବାନରେ ଅନ୍ୟମାନଙ୍କ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ସକାଳୁ ଯାତ୍ରା କରିବାକୁ ମନସ୍ଥ କରି ବାଟରୁ ଫେରି ଆସିବାକୁ ପଡିବ। ଶିକ୍ଷା, ଗବେଷଣା, କଳା, ସାହିତ୍ୟ, ସଙ୍ଗୀତ ଓ ଆଲୋଚନା କ୍ଷେତ୍ର ପ୍ରଶସ୍ତ ରହିବ।

ମୀନ:ଆଜି ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦ ବଢ଼ିପାରେ। ଅଫିସ୍‌ରେ ଅଧସ୍ତନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କଲେ ନିଜକୁ ହିଁ ଅପମାନିତ ହେବାକୁ ପଡିବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଜମିଜମା କିମ୍ବା ପିଲାଙ୍କ ସମ୍ବନ୍ଧୀୟ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ।

Khansweb Solution Bhubaneswar

Leave A Reply

Your email address will not be published.