banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି କର୍ମକ୍ଷେତ୍ରରେ ଅପ୍ରିୟସତ୍ୟ ଭାଷଣ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିପାରେ। ଅବଶ୍ୟ ଦ୍ୱିଜା ବିଚାରବୁଦ୍ଧି ପ୍ରୟୋଗ କରି ପ୍ରତ୍ୟେକ ସମସ୍ୟାର ସରଳ ସମାଧାନ କରିପାରିବେ। ସାମାଜିକ ସ୍ତରରେ ଆପଣଙ୍କ ଦକ୍ଷତାର ମୂଲ୍ୟାୟନ ହେବା ସଙ୍ଗକୁ ପୁରସ୍କୃତ ହୋଇପାରନ୍ତି। ଅଫିସ୍‌ କାମରେ ଭୁଲ୍‌ ବୁଝାମଣା ଯୋଗୁ ମାନସିକ ସ୍ଥିରତା ରହି ନ ପାରେ।

ବୃଷ:-ଆଜି ପରିବାରରେ ଅର୍ଥନୈତିକ ଅଭିବୃଦ୍ଧି ଘଟିବା କାରଣରୁ ମନ ପ୍ରଫୁଲ୍ଲ ରହିବ। କୃତ୍ତିକା ନକ୍ଷତ୍ରର ସମସ୍ୟା ପୂର୍ବପରି ରହିବ, ତଥାପି ଭୟ କରିବାର କାରଣ ନାହିଁ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ସହ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ଓ ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।

ମିଥୁନ:-ଆଜି ଆପଣ ଯେତେ ରାଗିଥିଲେ ମଧ୍ୟ ଟିକିଏ ଟିକିଏ ଫୁସୁଲା ଫୁସୁଲି କଥାରେ ମନ ପୂରା ବଦଳି ଯିବ। ଆମତ୍ୀୟମାନେ ନିଜର ଫାଇଦା ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରି ମନ ଊଣା କରିପାରନ୍ତି। ସାମାଜିକ ସ୍ତରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପାରେ।

କର୍କଟ:-ଆଜି ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। ପୁନର୍ବସୁ ସକାଶେ ଆଜିର ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ। ବ୍ୟବସାୟରେ ଲାଭ ମିଳିବ; ମାତ୍ର ନିଜର ଅବହେଳାରୁ ଅନ୍ୟ ବାଟରେ ବ୍ୟୟ ହେବ। ସହକର୍ମୀଙ୍କ ସହାୟତାରେ କାର୍ଯ୍ୟ ହାସଲ କରି ଖୁସୀ ହେବେ।

ସି˚ହ:-ଆଜିର କାମଗୁଡିକ ଯଥାରୀତି ସମ୍ମାନ ପ୍ରଦାନ କରିବାରେ ଅସୁବିଧା ହେବନାହିଁ। ପାଖ ପଡୋଶୀଙ୍କ କୂଟିଳ କଥାକୁ ଠିକ୍‌ ଭାବେ ବୁଝି ପାରିବେନି। ଯୋଜନା, ଜମିଜମା, ଯାନ୍ତ୍ରିକ କାରବାର, ଯାନବାହନ କ୍ରୟ ବିକ୍ରୟରେ ଅଗ୍ରଗତି ହେବ। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ।

କନ୍ୟା:-ଆଜି ସବୁ ପ୍ରକାରର ସୁବିଧା ଥିଲେ ମଧ୍ୟ ପ୍ରତ୍ୟେକ କାମ ପ୍ରତିବନ୍ଧକ ମଧ୍ୟରେ ଅଟକି ରହିବ। ଏଣେ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତିମାନଙ୍କର ନୂତନ କର୍ମସଂସ୍ଥାନ ପାଇଁ ମନ ବଳିପାରେ।

ତୁଳା:-ଆଜିର କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ଆତ୍ମୀୟ ତଥା ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁଁ କର୍ମ ମୁଖର ହେବେ ଏବଂ ନିଜ ପରିସରରେ ପ୍ରତିଷ୍ଠିତ ହେବେ। ପରିସ୍ଥିତିରେ ପଡି ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। ଧର୍ମ କାର୍ଯ୍ୟ କରିବା ସଙ୍ଗକୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।

ବିଛା:-ଆଜି ପ୍ରତ୍ୟେକ କାର୍ଯ୍ୟ ମନ୍ଥର ଗତିରେ ଚାଲିବା କାରଣରୁ ସାମୟିକ ଅନୁଚିନ୍ତା କରିପାରନ୍ତି। ପ୍ରିୟ ବ୍ୟକ୍ତିଟିର ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାରେ ମନରୁ ସରସତା ଉଭେଇଯିବ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଅଫିସ୍‌ କାମରେ ମାନସିକ ଅବସାଦ ଦୂର ହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

ଧନୁ:-ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ ସାମୟିକ ଭାବରେ କିଛିଟା ଲାଘବ ହେବାର ଅନୁଭବ କରିବେ। ପରିସ୍ଥିତିର ମୁକାବିଲା କରନ୍ତୁ, ଅବଶ୍ୟ ସଫଳତା ହାସଲ କରିପାରିବେ। ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜଖବର, ଚୁକ୍ତିପତ୍ର ସ୍ବାକ୍ଷର, ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି। ଯୋଗାଣ କାରବାର ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।

ମକର:-ଆଜି କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ଧନିଷ୍ଠା ନକ୍ଷତ୍ର ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଅତି ନିକଟରେ ରହୁଥିବା ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ। ଶୃଙ୍କଳା ଓ ସ୍ବାଭାବିକ ଜୀବନଯାତ୍ରାରେ ବ୍ୟତିକ୍ରମ ହେତୁ ଶାରୀରିକ ପୀଡାରେ କଷ୍ଟ ପାଇପାରନ୍ତି।

କୁମ୍ଭ:-ଆଜି ବନ୍ଧୁଙ୍କ ସହ ଆଲୋଚନା, ପିଲାଙ୍କ କୃତିତ୍ୱ, କଳା, ସାହିତ୍ୟାଦିରୁ ସମ୍ମାନ ଆଜି ପାଇଁ ସୁଖଦ ଖବର ହୋଇପାରେ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ବାରମ୍ବାର ପୁରୁଣା କଥାକୁ ଆଲୋଚନା କରିବା ଠିକ୍‌ ହେବନି। କର୍ମକ୍ଷେତ୍ରରେ ପ୍ରତି ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ସମସ୍ୟାର କାରଣ ହୋଇପାରେ।

ମୀନ:-ଆଜି ପାରିବାରିକ ଜୀବନ ସୁଖ, ସନ୍ତୋଷରେ ଅତିବାହିତ ହେବ। କର୍ମକ୍ଷେତ୍ର ମଧ୍ୟ ତଦନୁରୂପେ ପ୍ରୀତିପ୍ରଦ ହେବା ସୂଚନା ରହିଛି। ଘର ପାଇଁ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବିଭିନ୍ନ କ୍ଷେତ୍ରରୁ ଅର୍ଥ ସଂଗ୍ରହର ଚେଷ୍ଟା ସଫଳ ହେବ। ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।

Khansweb Solution Bhubaneswar

Leave A Reply

Your email address will not be published.