banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ସାମାଜିକ ସ୍ତରରେ ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ପାରିବାରିକ ସ୍ଥିତି, ଲୋକ ସମ୍ପର୍କ, ସଭାସମିତି, ସାହିତ୍ୟ ସଭା ପ୍ରଭୃତିରୁ ଖୁସି ରହିବେ। ସ୍ଥଗିତ କାମ ପାଇଁ ଘର ଲୋକଙ୍କୁ କୈଫୟତ୍‌ ଦେବାକୁ ପଡିପାରେ। ରୋଗପୀଡ଼ା ଉପଶମ ହେବ ଏବଂ ଶାରୀରିକ ସୁସ୍ଥତା ଫେରି ଆସିବ।

ବୃଷ:-ଆଜି ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆନନ୍ଦ ଅନୁଭବ କରିବେ। ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ସାଂସ୍କୃତିକ କାର୍ଯ୍ୟ ପାଇଁ ଅସୁବିଧା ହେବ ନାହିଁ। ଆଜିର ଶୁଭଚନ୍ଦ୍ର ଯାତ୍ରା, ଧର୍ମକାର୍ଯ୍ୟ, ଭ୍ରାତୃ ସମ୍ପର୍କ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। କର୍ମକ୍ଷେତ୍ରରେ ଉତେଜିତ ହୋଇ ଭୁଲ୍‌ କରିପାରନ୍ତି।

ମିଥୁନ:-ଆଜି ଅର୍ଥନୈତିକ ଦୃଷ୍ଟିକୋଣରୁ ଦିନଟି ଭଲରେ ଅତିବାହିତ ହେବ। ପାରିବାରିକ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତାର ସହ ତୁଲାଇବେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୌଣସି ବନ୍ଧୁଙ୍କ ସହ ସମ୍ପର୍କ ହାନି ହୋଇପାରେ।

କର୍କଟ:-ଆଜି ଆର୍ଥିକ ଅନଟନ ହେତୁ ଚାହୁଁଥିବା ଜିନିଷ ପ୍ରାପ୍ତିର ଆଶା ପୂରଣ ହୋଇପାରିବ ନାହିଁ। ପରିବହନ କ୍ଷେତ୍ରରେ, କ୍ରୀଡା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପାରସ୍ପରିକ ଭୁଲ୍‌ ନିଷ୍ପତ୍ତି ହେତୁ ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ।

ସି˚ହ:-ଆଜି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଚାଲିବା ସଙ୍ଗକୁ ପାରିବାରିକ ସ୍ଥିରତା ହଠାତ୍‌ ଆସି ନପାରେ। ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରି ସମସ୍ୟା ସୃଷ୍ଟି କରିପାରନ୍ତି। କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡିପାରନ୍ତି। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ବୁଦ୍ଧିଜିବୀଙ୍କ ଦ୍ୱାରା ପ୍ରଶଂସିତ ହେବେ।

କନ୍ୟା:-ଆଜି ନିଜ ପରିସରର ବ୍ୟକ୍ତିମାନଙ୍କ ଅନୁରୋଧ କ୍ରମେ ଜନମଙ୍ଗଳ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। କଳା, କାରିଗରୀ, ନିର୍ମାଣ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମାୟିକ ଚନ୍ତିତ ରହି ପାରନ୍ତି।

ତୁଳା:-ଆଜି ନିଜ ଲୋକଙ୍କ ବେଖାତିର ମନୋଭାବ କାରଣରୁ ମନ ଭଲ ଲାଗିବ ନାହିଁ। କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ କିନ୍ତୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ। ପରିବାରରେ ସୁଖଶାନ୍ତି ବଜାୟ ରହିବା ଲାଗି କିଛିଟା ସ୍ବାର୍ଥତ୍ୟାଗ ଜରୁରୀ ହୋଇ ପଡିବ।

ବିଛା:- ଆଜିର କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ମନୋରଞ୍ଜନ, ଯାତ୍ରା, ବନ୍ଧୁ ମିଳନରେ, ଆଲୋଚନା କିମ୍ବା ସଭା ସମିତିରେ ଆଗ୍ରହୀ ହେବେ। ପାରିବାରିକ କ୍ଷେତ୍ରରେ ସାଧାରଣ କଥାରୁ ଟେନସନ୍‌ ବଢ଼ିପାରେ। ମାଲିମକଦ୍ଦମାରେ ବିଜୟ ଆଶା କରିବେ।

ଧନୁ:-ଆଜି ପୂର୍ବ ସ୍ଥିରୀକୃତ କୌଣସି ନୂତନ ଯୋଜନା କାର୍ଯ୍ୟକାରୀ କରିବେ। ବିବାଦୀୟ ଘଟଣା ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଅପେକ୍ଷା କରିବାକୁ କହି ଠିକଣା ଜାଗାରେ ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇପାରନ୍ତି। ଯେକୌଣସି କ୍ଷେତ୍ରରେ ହେଉନା କାହିଁକି, ଭାବିଚିନ୍ତି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବେ।

ମକର:-ଆଜି ଦୀର୍ଘଦିନର ଅବଶୋଷ ମେଂଟିଯିବ ଏବଂ ଆଜିର ନୂତନ କର୍ମାରମ୍ଭ ପ୍ରୀତିପଦ ରହିବ। ମାନସିକ ଚାପ କାରଣରୁ ରକ୍ତଚାପ ବଢ଼ିପାରେ। ଆବଶ୍ୟକତା ପୂରଣ ସକାଶେ ଧାର କରଜ କରି କାମ ତୁଲାଇ ନେବେ। କାଳେ ଆପଣ କିଛି ସାହାଯ୍ୟ ମାଗିବେ, ଏହି ଆଶଙ୍କାରେ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ।

କୁମ୍ଭ:-ଆଜି ନୂତନ କର୍ମସସ୍ଥାନ ପାଇଁ ମନ ଦେଇପାରନ୍ତି, କିନ୍ତୁ କେତୁ ସମସ୍ୟା ସୃଷ୍ଟି କରିପାରନ୍ତି। ଯେକୌଣସି କାମ ହେଉ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସନ୍ତୁ ନାହିଁ। ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ଅନ୍ୟଥା ଅନୁତାପ କରିବା ସାର ହେବ।

ମୀନ:-ଆଜି କେତେକ କାମରେ ପ୍ରତିବନ୍ଧକ ଯୋଗୁ ଆଶାନୁଯାୟୀ ଅଗ୍ରଗତି ହୋଇ ପାରିବ ନାହିଁ। କୌଣସି ବନ୍ଧୁ ଠିକ ଖବର ଦେବାରେ ହେଳା କରିବା ଯୋଗୁଁ ଅସୁବିଧା ସୃଷ୍ଟି ହୋଇପାରେ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ସହକର୍ମୀଙ୍କ ସହ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହାତ ହୋଇପାରେ।

Khansweb Solution Bhubaneswar

Leave A Reply

Your email address will not be published.