banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

୧ ଫେବୃଆରୀ ୨୦୨୧(ସୋମବାର)

0

ମେଷ:-ଆଜି ପ୍ରତ୍ୟେକ କାର୍ଯ୍ୟର ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇଲେ ମଧ୍ୟ ସମାଲୋଚନା ଶୁଣିବାକୁ ମିଳିବ । ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ବନ୍ଧୁମିଳନ, ଦୂରଯାତ୍ରା, ଶୁଭକାର୍ଯ୍ୟରେ ସହଯୋଗ କରିପାରନ୍ତି ।

ବୃଷ:-ଆଜି ଆପଣ ଆତ୍ମପ୍ରଶଂସା ଶୁଣି ଭାବ ବିଭୋର ହେବେ । ସମ୍ପର୍କୀୟଙ୍କ ଈର୍ଷାର ବଶବର୍ତ୍ତୀ ହୋଇ ପରୋକ୍ଷ ସମାଲୋଚିତ ହେବେ। ଆନୁଷ୍ଠାନିକ କାର୍ଯ୍ୟ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ଦେହରେ ବସା ବାନ୍ଧି ରହିଥିବା ପୁରୁଣା ରୋଗଜନିତ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି ।

ମିଥୁନ:-ଆଜି ନିକଟତମ ବ୍ୟକ୍ତିଙ୍କ ସାହାଯ୍ୟ ସିନା ପାଇବେ ନାହିଁ, କିନ୍ତୁ କୌଣସି କାମ ଅଟକି ରହିବ ନାହିଁ । ଅଚାନକ ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । କର୍ମକ୍ଷେତ୍ରରୁ ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବ । ଶିଳ୍ପ, ବାଣିଜ୍ୟ, କଳ କାରଖାନା, ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ ।

କର୍କଟ:-ଆଜି ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବା ସଙ୍ଗକୁ ମାନସିକ ସନ୍ତୁଳନ ହରାଇବେ । କୌଣସି ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ କଷ୍ଟ ତୀବ୍ରତର ହୋଇପାରେ । ରାସ୍ତାରେ ଯିବା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ ।

ସି˚ହ:-ଆଜିର କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଲେ ହେଁ ଦିନ ଗୋଟାଏ ପରେ ସବୁ ବଦଳି ଯିବ । ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ପଡ଼ିବ। ବ୍ୟବସାୟ, ମାଙ୍ଗଳିକ କାମ, ଆଲୋଚନା ସଭା, ପ୍ରଶାସନ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ। ଶନିକ୍ଷେତ୍ରସ୍ଥ ଶୁକ୍ରଙ୍କ ପ୍ରଭାବରୁ କଫଜନିତ ପୀଡା ପାଇପାରନ୍ତି ।

କନ୍ୟା:-ଆଜି ମାନସିକ ଅସ୍ଥିରତା ଅନୁଭବ କଲେ ମଧ୍ୟ କାମଗୁଡିକ ବ୍ୟତିକ୍ରମ ଭିତରେ ହିଁ ସମ୍ପନ୍ନ ହେବ । ମାଙ୍ଗଳିକ କାମ ସକାଶେ ଘରେ ବନ୍ଧୁ ମିଳନ, ଆମୋଦପ୍ରମୋଦର ସୁଅ ଛୁଟିବ । ଅଫିସ୍‌ରେ କୌଣସି ଖୋଜୁଥିବା ଅତ୍ୟାବଶ୍ୟକ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି । ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ ।

ତୁଳା:-ଆଜି ବୃଥା ଭାବନାରୁ ଦୂରେଇ ରୁହନ୍ତୁ । ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ଆପଣାଛାଏଁ ସମାଧାନ ହୋଇଯିବ । ସୁବିଧା ସୁଯୋଗ ବିଭିନ୍ନ ଦିଗରୁ ଆସି ଜୁଟିବ। ଆବଶ୍ୟକତା ମଧ୍ୟ ପୂରଣ ହୋଇପାରିବ। ବାଣିଜ୍ୟାରମ୍ଭ, ଶୁଭ କାର୍ଯ୍ୟ ସମ୍ପାଦନ, ସତ୍‌ସଙ୍ଗ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରାଇବ ।

ବିଛା:-ଆଜି ମନ ଠିକ୍‌ ନ ଥିବା କାରଣରୁ କୌଣସି କଥାକୁ ଠିକ୍‌ ଭାବେ ଶୁଣିବେ ନାହିଁ କିମ୍ବା ବୁଝିପାରିବେ ନାହିଁ । ବିଚାରଧାରା ଭିନ୍ନ ହେବା କାରଣରୁ କାର୍ଯ୍ୟପଦ୍ଧତି ମଧ୍ୟ ବିଶୃଙ୍ଖଳିତ ରହିବ । ଆକସ୍ମିକ ଭାବରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ବାଣିଜ୍ୟ, ପରିବହନ, ପ୍ରକାଶନ, ପ୍ରଶାସନ, ନିର୍ମାଣାଦି କାର୍ଯ୍ୟ ଠିକଠାକ୍‌ ଚାଲିବ ।

ଧନୁ:-ଦ୍ୱିତୀୟସ୍ଥ ଏକାଧିକଗ୍ରହ ହେତୁ ନିଜେ କଷ୍ଟ ସ୍ବୀକାର କରି ଅନ୍ୟମାନଙ୍କ ମୁହଁରେ ହସ ଉକୁଟାଇବାର ଚେଷ୍ଟା କରିବେ । ପ୍ରବଳ ବିରୁଦ୍ଧାମତ୍କ ପରିବେଶ ସତ୍ତ୍ୱେ ସମସ୍ୟା ସମାଧାନରେ ସମର୍ଥ ହେବେ । ରାଜନୀତି, ସାହିତ୍ୟ, ଗବେଷଣା, କଳା-ସଂସ୍କୃତି, ବିଦେଶ ଯାତ୍ରା, ମାଙ୍ଗଳିକ କାର୍ଯ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ।

ମକର:-ରାଜଯୋଗ ପ୍ରଭାବରୁ ଆଜି ଗତକାଲିର ସ୍ଥଗିତ କାମ ସକାଶେ ପ୍ରଭାତରୁ ହିଁ କାମରେ ଲାଗି ପଡିବାକୁ ବାଧ୍ୟ ହେବେ । ବନ୍ଧୁଙ୍କ ଭିଡରେ ନିଜ ଲୋକଟିର କଥା ଶୁଣିବାକୁ ବେଳ ପାଇବେ ନାହିଁ। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ। କିନ୍ତୁ ମନର ରାଗ ଭିତରେ ଭିତରେ କୁହୁଳି ଉଠିବ ।

କୁମ୍ଭ:-ବକ୍ରୀ ବୁଧଙ୍କ ହେତୁ ଅସାବଧାନତା ଓ ଅନ୍ୟମନସ୍କତାରୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ । ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ । ପାରିବାରିକ ଦିଗଟି ଉଠାପକା ରୀତିରେ ଗଡି ଚାଲିବ।

ମୀନ:-ଆଜି ଆକସ୍ମିକ ଭାବେ ଜଣେ ନୀଚ ଜାତିର ବ୍ୟକ୍ତିଙ୍କ ଅବଦାନ ଭୁଲି ପାରିବେ ନାହିଁ। ଆମତ୍ୀୟ ତଥା ସମଶ୍ରେଣୀୟ ବ୍ୟକ୍ତିଙ୍କ ସମାଲୋଚନାର ପାତ୍ର ହେବାକୁ ପଡିପାରେ। ଦ୍ୱାଦଶସ୍ଥ ବୁଧଙ୍କ ହେତୁ ଖର୍ଚ୍ଚ ପରିମାଣ ବଢିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ

Khansweb Solution Bhubaneswar

Leave A Reply

Your email address will not be published.