banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ଆପଣ କଳ୍ପନା କରି ନ ଥିବା ମର୍ଯ୍ୟାଦାଜନକ ସ୍ଥିତିରେ ପହଞ୍ଚିଯିବେ। ପାରିବାରିକ କ୍ଷେତ୍ର ମଧ୍ୟମ ପ୍ରକାର ରହିବା ସ୍ଥଳେ ସାମାଜିକ ଜୀବନ ଉନ୍ନତତର ହେବ । ଅର୍ଥନୈତିକ ଅଭିବୃଦ୍ଧି, କଥନଶୈଳୀର ଲାଳିତ୍ୟ, ଲୋକପ୍ରିୟତା ବୃଦ୍ଧି ପାଇବ। ଈର୍ଷାପରାୟଣ ଆତ୍ମୀୟମାନେ ଦୂରେଇ ଯାଇପାରନ୍ତି ।

ବୃଷ:-ଆଜି ମାନସିକ ସ୍ଥିତିରେ ସାମାନ୍ୟ ବ୍ୟତିକ୍ରମ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ଅପ୍ରତିଦ୍ୱନ୍ଦ୍ୱୀ ରହିବେ । ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ ଲାଗି ଯତ୍ପରୋନାସ୍ତି ଚେଷ୍ଟା କରିପାରନ୍ତି। ସକାଳୁ ଘରେ ଦ୍ରବ୍ୟ ନଷ୍ଟ ହୋଇପାରେ । ନିଜ ପରିସରରେ ଘଟିଯାଉଥିବା ସମ୍ପର୍କବିହୀନ ବ୍ୟକ୍ତିଙ୍କ ଘଟଣାରେ ମୁଣ୍ଡ ପୂରାନ୍ତୁ ନାହିଁ ।

ମିଥୁନ:-ଆଜି ଆର୍ଥିକ ଅନଟନ ଦୂରେଇଯିବ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଏବଂ ସଜ୍ଜନମାନଙ୍କ ସଙ୍ଗ ଲାଭକରି ଖୁସି ରହିବେ। ପାରିବାରିକ, ଲୋକ ସମ୍ପର୍କ କ୍ଷେତ୍ରରେ ଆଶଙ୍କା କରି ମନ ଅସ୍ଥିର ରହିବ । ଅନିୟମିତ ଆହାର ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।

କର୍କଟ:-ଆଜିର ଗ୍ରହସ୍ଥିତି ଏପରି ଯେ-କୌଣସି କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ମିଳିବନି। ପୁଷ୍ୟା ନକ୍ଷତ୍ରର ସାମ୍ପ୍ରତିକ ପରିସ୍ଥିତି ବଦଳି ଯିବାର ଶୁଭ ସୂଚନା ପାଇ ଖୁସି ହେବେ । ଅଫିସ୍ କାମରେ କୌଣସି ବ୍ୟକ୍ତି ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ।

ସି˚ହ:-ଆଜି ଆପଣ ଋଣମୁକ୍ତ ହେବା ସାଙ୍ଗକୁ ଆରୋଗ୍ୟଲାଭ କରିବେ । ଷଷ୍ଠସ୍ଥ ଗ୍ରହ ପ୍ରଭାବରୁ ଆପଣଙ୍କୁ କେହି ଅସୁବିଧାରେ ପକାଇ ପାରିବନାହିଁ । ସମ୍ପର୍କୀୟମାନେ ନିଜ ଫାଇଦା ପାଇଁ ଫନ୍ଦିଫିକର କରିପାରନ୍ତି। ଗବେଷଣା, ଅନୁସନ୍ଧାନ, ରଚନାତ୍ମକ କାର୍ଯ୍ୟ ତଥା ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ ।

କନ୍ୟା:-ଆଜି ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ ପାଇଁ ଅସନ୍ତୋଷ ସୃଷ୍ଟି ହୋଇପାରେ। ଆମଦାନୀ କାରବାର, ପରିବହନ, କଚେରି ମାମଲା ବିଶୃଙ୍ଖଳିତ ରହିବାର ଆଶଙ୍କା ରହିଛି।

ତୁଳା:-ତୃତୀୟଭାବସ୍ଥ ଶୁକ୍ର ଆପଣଙ୍କୁ ସାହିତ୍ୟ, ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟ ମାଧ୍ୟମରେ ଆନନ୍ଦ ପ୍ରଦାନ କରିବ। ଆଜି କୌଣସି ବ୍ୟକ୍ତିଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କଚେରି ମାମଲା ମନ୍ଥର ହେତୁ ଅନୁଶୋଚନା କରିପାରନ୍ତି। ଅଫିସ୍ କାମରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ ସ୍ଥଗିତ କାମ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ।

ବିଛା:-ରାଶିରେ କେତୁ ପ୍ରଭାବରୁ ବିଭିନ୍ନ ଅସଙ୍ଗତ କଥା ମନକୁ ବିଭ୍ରାନ୍ତ କରାଇବ । ଅନୁରାଧା ନକ୍ଷତ୍ର ଯାହା ହୋଇ ପାରିନାହିଁ, ସେଥିପାଇଁ ଚିନ୍ତା ନ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କଲେ ଉପକୃତ ହେବେ। ଆକସ୍ମିକ ଭାବେ ରୋଗପୀଡା ଅନୁଭବ ହୋଇପାରେ । ସତ୍ୟର ପରିପନ୍ଥୀ ହେତୁ ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ ।

ଧନୁ:-କର୍ମାଧରପଙ୍କ ଦୁର୍ବଳତା ହେତୁ ଆଜି ଦିନରେ କାମ ହାସଲ କଷ୍ଟକର ହୋଇପାରେ । ଅପରାହ୍ନରେ ଆଲୋଚନା ପରିସରରେ ବନ୍ଧୁଙ୍କ ଔଚିତ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ । ପାରିପାର୍ଶ୍ୱିକ ପରିସ୍ଥିତି ସୁହାଉ ନ ଥିବାରୁ ଆନମନା ରହିପାରନ୍ତି ।

ମକର:-କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି କାର୍ଯ୍ୟ ହାସଲର ରାସ୍ତା ଉନ୍ମୁକ୍ତ କରିପାରନ୍ତି । ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ସାଂସ୍କୃତିକ କାମରେ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ ଓ ପରିବହନରେ ଲାଭବାନ୍ ହେବେ।

କୁମ୍ଭ:-ନିଜର ଦୂରଦର୍ଶୀ ଗୁଣ ହେତୁ ସବୁ ପରିସ୍ଥିତିରେ ନିଜକୁ ଖାପଖୁଆଇ ନେବାରେ ଅସୁବିଧା ରହିବ ନାହିଁ। ଦ୍ୱାଦଶସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । କିନ୍ତୁ କର୍ମକ୍ଷେତ୍ରରେ ରୁକ୍ଷ ବ୍ୟବହାର ସହକର୍ମୀଙ୍କ ମନରେ ଆଘାତ ଦେଇପାରେ ।

ମୀନ:-ସ୍ବଭାବରୁ ଅଷ୍ଟମସ୍ଥ ଚତୁଃଗ୍ରହଜନିତ କୌଣସି କାମ ସକାଶେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ଅନ୍ୟଥା ସାଙ୍ଗରେ ନେବା ଜିନିଷକୁ ଭୁଲି ଯାଇପାରନ୍ତି। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଅନ୍ୟମାନେ ଶତ୍ରୁତା କଲେ ମଧ୍ୟ ଆପଣଙ୍କ ପ୍ରତିଷ୍ଠା ନୂ୍ୟନ ହେବ ନାହିଁ।

Khansweb Solution Bhubaneswar

Leave A Reply

Your email address will not be published.