banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ସାମଗ୍ରିକ ଦୃଷ୍ଟିକୋଣରୁ ସଫଳତା ପାଇବେ। ଧନହାନିଜନିତ ମନସ୍ତାପ କରିପାରନ୍ତି। ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ସାମାଜିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।

ବୃଷ:-ଆଜି ମାନସିକ ଚାପଗ୍ରସ୍ତ ହୋଇ ଅଶାନ୍ତ ରହିପାରନ୍ତି। ଆଜି ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଝଗଡାର ସମ୍ଭାବନା ରହିଛି। ଧନାଧିପତିଙ୍କ ଦୁର୍ବଳତା କାରଣରୁ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ। ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମ ଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।

ମିଥୁନ:-ଆଜି ସଜାଗ ରହି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ନିଜର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ପ୍ରତ୍ୟେକ କାମରେ ଟେନ୍‌ସନ କିିଛି ମାତ୍ରାରେ ଲାଗିରହିବ। କର୍ମକ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ।

କର୍କଟ:-ଆଜି ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଆଣିପାରେ; ଯାହା ଅନ୍ୟମାନଙ୍କ ପାଇଁ ସହଜଲଭ୍ୟ ଆପଣଙ୍କ ପାଇଁ ଦୁରୂହ ହୋଇପଡିବ। ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇଯିବ।

ସି˚ହ:-ଆଜି କର୍ମକ୍ଷେତ୍ରରେ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ବନ୍ଧୁଙ୍କ ଅସହଯୋଗରେ କେତେକ ବ୍ୟତିକ୍ରମ ଘଟିପାରେ। ବନ୍ଧୁଙ୍କ ସହାୟତାରେ ବ୍ୟବସାୟିକ, ଆର୍ଥିକ, ସାମାଜିକ ପ୍ରତିଷ୍ଠା ପାଇଁ ଚେଷ୍ଟିତ ହେବେ। ରାସ୍ତାରେ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।

କନ୍ୟା:-ଆଜି ସ୍ଥଗିତ କାର୍ଯ୍ୟ ହାସଲ କ୍ଷେତ୍ରରେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି। ଆକସ୍ମିକ ଭାବରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ବନ୍ଧୁମାନଙ୍କ କାର୍ଯ୍ୟାବଳୀର ସମୀକ୍ଷା କରି ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିପାରନ୍ତି। ଆର୍ଥିକ ପରିସ୍ଥିତି ଦୁଶ୍ଚିନ୍ତାର କାରଣ ହୋଇପାରେ।

ତୁଳା:-ଆଜି ସମସ୍ୟା ମଧ୍ୟରେ ଗତି କରି ମଧ୍ୟ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କ୍ରୀଡ଼ା, କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ହାସଲ କରିବେ। ସଭାସମିତିରେ ବୁଦ୍ଧିଜୀବୀଙ୍କ ସାନିଧ୍ୟ ଲାଭ କରି ଖୁସି ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ସଫଳ ହେବାରେ ପ୍ରତିବନ୍ଧକ ରହିବ ନାହିଁ।

ବିଛା:-ଆଜି ହିତୈଷୀମାନଙ୍କ ସହାୟତାରେ ଆଜିର କାମଗୁଡିକ ଯଥା ସମୟରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ କୌଣସି ଯୁବ ବ୍ୟକ୍ତିଙ୍କଠାରୁ ଅଯାଚିତ ଭାବେ ଯଥେଷ୍ଟ ସହାୟତା ପାଇବେ। ପାରିବାରିକ କ୍ଷେତ୍ରରେ ସ୍ତ୍ରୀ କିମ୍ବା ଭଉଣୀଙ୍କ ଆଡୁ ସମସ୍ୟା ଆସିପାରେ। କୌଣସି ବ୍ୟକ୍ତିବିଶେଷଙ୍କ ପରୋକ୍ଷ ଶତ୍ରୁତା କାର୍ଯ୍ୟହାନିର କାରଣ ସାଜିପାରେ।

ଧନୁ:-ଆଜି ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ହେତୁ ସାମୟିକ ମନ ଖୁସି ରହିବ। କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ମଧ୍ୟାହ୍ନରେ ଟେନ୍‌ସନ୍‌ ବଢିପାରେ। ଅଟକି ରହିଯାଇଥିବା କାମ ସମ୍ପନ୍ନ ଲାଗି ମନ ବଳାଇପାରନ୍ତି। ଯାତ୍ରା, ବାଣିଜ୍ୟ ଓ ପରିବହନ ଭଲରେ ଚାଲିବାରୁ ଆଶ୍ୱସ୍ତି ଲାଭ କରିବେ।

ମକର:-ଆଜି ଅଶାନ୍ତ ମନକୁ ଶାନ୍ତ କରାଇବାରେ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। କାମଟିକୁ ପୂର୍ଣ୍ଣାଙ୍ଗ କରିବା ସକାଶେ ଅର୍ଥ ସଙ୍କଟ ରହିବ ନାହିଁ। ନିଜ ପରିସରର ବ୍ୟକ୍ତିଙ୍କ କଥାକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ରୋଗ ଯନ୍ତ୍ରଣାରେ କଷ୍ଟ ପାଉଥିବା ଗୁରୁଜନଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିବେ।

କୁମ୍ଭ:-ଆଜି ସବୁକଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡିବେ। ଶିକ୍ଷା, ପରୀକ୍ଷା, ସାକ୍ଷାତ୍‌କାର ତଥା ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ। ପାରସ୍ପରିକ ଉତ୍ତମ ବୁଝାମଣା ଅବ୍ୟାହତ ରହିଥିବାରୁ ପାରିବାରିକ କ୍ଷେତ୍ର ପୂର୍ବପରି ରହିବ। ଚତୁଃପାର୍ଶ୍ୱରେ ଘଟି ଯାଉଥିବା ଘଟଣାଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ।

ମୀନ:-ଆଜି ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟିର ଆଶଙ୍କାକୁ ଏଡି ହେବ ନାହିଁ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ କିମ୍ବା ପରୋକ୍ଷ ଶତ୍ରୁତା ହେତୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ଆଜି ହଠାତ୍‌ କୌଣସି ସମଶ୍ରେଣୀୟ ବ୍ୟକ୍ତିଙ୍କ ସହ ବାଦାନୁବାଦ ହୋଇପାରେ। ପୂର୍ବଭାଦ୍ରପଦ ନକ୍ଷତ୍ର ସକାଶେ ଆଜିର ଜୀବନଯାତ୍ରା ବିଶେଷ କଷ୍ଟପ୍ରଦ ହେବନାହିଁ।

Khansweb Solution Bhubaneswar

Leave A Reply

Your email address will not be published.