banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ସବୁ ସୁବିଧା ଥାଇ ମଧ୍ୟ ବିନା ଖର୍ଚ୍ଚରେ କିଛି କରିପାରିବେ ନାହିଁ। ଯାତ୍ରା କରିବେ କିନ୍ତୁ ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯାଇପାରେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ।

ବୃଷ:-ଆଜି କର୍ମ କ୍ଷେତ୍ରରେ ଯାହାକୁ ଯାହା କହିଲେ ସେହି ବ୍ୟକ୍ତି ତାହାକୁ ଓଲଟା ଅର୍ଥରେ ଗ୍ରହଣ କରିବ। ପରିବାରରେ ସାଧାରଣ କଥାରେ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ଅବଶ୍ୟ ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଯାତ୍ରା ସଫଳ ହେବ। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରିଯିବ।

ମିଥୁନ:-ଆଜି ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିବେ। ଆକସ୍ମିକଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି। ନିଜ ଗୃହ ସମସ୍ୟାକୁ ସଜାଡିବାକୁ ଯାଇ ବହୁତ ହଇରାଣ ହେବାକୁ ପଡିପାରେ।

କର୍କଟ:-ଆଜି ଯେକୌଣସି ସମସ୍ୟା ଆସିଲେ ତାହାକୁ ସାମ୍ନା କରିବେ। ବନ୍ଧୁଙ୍କ ପରାମର୍ଶରେ ନୂଆ ଯୋଜନା ଆରମ୍ଭ କରିପାରନ୍ତି। ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ ପଶ୍ଚାତ୍ତାପର କାରଣ ହୋଇପାରେ। ଦୀର୍ଘଦିନରୁ ଋଣ ପରିଶୋଧ ନ କରିପାରିବା କାରଣରୁ କରଜଦାତାଙ୍କ ଚାପ ବୃଦ୍ଧି ପାଇବ।

ସି˚ହ:-ଆଜି ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିପାରେ। କେତୁ ଚତୁର୍ଥସ୍ଥ ହେତୁ ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ। ଆଇନ ଅଦାଲତର ରାୟ ସପକ୍ଷରେ ଯିବାରୁ ସାମୟିକ ଖୁସି ରହିବେ। ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

କନ୍ୟା:-ଆଜି ପରିବାରରେ କିଛିଟା ଗୋଳମାଳିଆ ପରିସ୍ଥିତି ନୂତନ ସମସ୍ୟା ସୃଷ୍ଟି କରିବ। ଶନି ଓ ବୃହସ୍ପତିଙ୍କ ସଂଯୋଗରୁ ପିଲାଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିବ। ଦୀର୍ଘପଥ ଭ୍ରମଣ କାରଣରୁ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ। ଘରେ ବନ୍ଧୁ ମିଳନ ଓ ଆମୋଦ ପ୍ରମୋଦ ସକାଶେ ନୂତନ ଯୋଜନା କରିବେ।

ତୁଳା:-ଆଜି ବନ୍ଧୁଙ୍କ ନିକଟରୁ ପାଇବାକୁ ଥିବା ଅର୍ଥକୁ ନେଇ ବାକ୍‌ବିତଣ୍ଡା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ବହୁତ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ କହିବା ହେତୁ ପରୋକ୍ଷ ଶତ୍ରୁତା ସୃଷ୍ଟି ହେବ। ଅପରାହ୍ନରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ।

ବିଛା:-ଆଜି ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ଯେକୌଣସି କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କଲେ ଲାଭ ହେବନି। ପରିଜନଙ୍କ ସ୍ବାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ନିଜକୁ ହଇରାଣ ହେବାକୁ ପଡିପାରେ। ଏଜେନ୍ସିପ୍‌, ସାମ୍ବାଦିକତା, ରାଜନୀତି, କଳା,ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ।

ଧନୁ:-ଆଜି ପରୋକ୍ଷଶତ୍ରୁତାର ପ୍ରଭାବ ଅନୁଭବ କରିବାକୁ ପଡିପାରେ। ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇପାରନ୍ତି। ଆଜି ସହକର୍ମୀ, ଭାଇ ଭଉଣୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ଅନ୍ୟମାନଙ୍କଠାରୁ ଅର୍ଥ, କାମ, ଆଦାୟ କରିବାରେ ସଫଳ ହେବେ।

ମକର:-ଆଜି କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ସୁଫଳ ପାଇବେ। ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟହାସଲ କରିବାର ଅପଚେଷ୍ଟା କରିପାରନ୍ତି।

କୁମ୍ଭ:-ଆଜି ପାରିବାରିକ କ୍ଷେତ୍ରରେ ପୂର୍ବରାଗକୁ ନେଇ କାହା କଥାକୁ କିଏ ସମର୍ଥନ କରିବେ ନାହିଁ। ପାପଗ୍ରହ କର୍ମସ୍ଥ ଯୋଗୁଁ କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଯାତ୍ରାରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଘରେ ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢିଯିବ।

ମୀନ:-ଆଜି ବନ୍ଧୁଙ୍କ ନିକଟରୁ ଯାହା ଆଶା କରୁଥିଲେ ସେତିକି ନ ପାଇ ଅସନ୍ତୁଷ୍ଟ ହେବେ। ସମ୍ପର୍କୀୟଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବ ନାହିଁ। ଦୁର୍ବଳ ବୃହସ୍ପତି ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

Khansweb Solution Bhubaneswar

Leave A Reply

Your email address will not be published.