banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ପଦସ୍ଥବ୍ୟକ୍ତିଙ୍କ ଦ୍ୱାରା କାର୍ଯ୍ୟସିଦ୍ଧି ଘଟିବ। କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସକାଶେ ଘରକୁ ବନ୍ଧୁ ଆଗମନ ଘଟିବ। ସଭାସମିତିରେ ସୀମା ଭିତରେ ନ ରହିଲେ ସାଧାରଣ କଥାରେ ସମସ୍ୟା ଆସିବ। ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଅନୁଭବ କରିବେ ।

ବୃଷ:-ଆଜି ବିଭିନ୍ନ କ୍ଷେତ୍ରରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ପ୍ରଶାସନିକ ସ୍ତରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍ ଦୂର ହେବ । ବ୍ୟବସାୟ, କଳା, ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ । ବନ୍ଧୁଙ୍କ ସାହାଯ୍ୟରେ କାମ ତ୍ୱରାନ୍ବିତ କରିବେ।

ମିଥୁନ:-ଆଜି ମାନସିକ ସ୍ଥିତି ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ମନକଥା ଗୋପନ ନ ରଖିପାରି ବନ୍ଧୁଙ୍କ ନିକଟରେ ପ୍ରକାଶ କରିବାକୁ ବାଧ୍ୟ ହେବେ । ପାରିବାରିକ କ୍ଷେତ୍ରରେ କେତେକ ସମସ୍ୟା ଦୂର କରିବାକୁ ସକ୍ଷମ ହେବେ।

କର୍କଟ:-ଆଜି ଆର୍ଥିକ ଦୂରବସ୍ଥାକୁ ସୁଧାରି ନେଇପାରନ୍ତି । କଳହ ଲାଗିଥିବା ବନ୍ଧୁ ପ୍ରତି ସତର୍କ ନ ରହିଲେ ସମସ୍ୟା ଭିତରକୁ ଟାଣି ହୋଇଯିବେ । ନିର୍ମାଣ, ଯୋଗାଯୋଗ, ପ୍ରେସ୍, ପବ୍ଲିକେଶନ, ଆଲୋଚନା ଓ ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ । ପ୍ରତୀକ୍ଷିତ ଖବରଟି ଆଜି ପାଇ ଖୁସି ହେବେ।

ସି˚ହ:-ଆଜି ହଠାତ୍ ନୂତନ ଯୋଜନା ଆରମ୍ଭ କରିବେ। ମୌଖିକ ଆଲୋଚନା ନ କଲେ ସହଯୋଗ ଅଭାବରୁ ତାହା ମଉଳି ଯାଇପାରେ । ପରିସ୍ଥିତିବଶତଃ ଆପଣ କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ । ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାରେ ପଡ଼ିପାରନ୍ତି ।

କନ୍ୟା:-ଆଜି ସନ୍ଦେହୀ ମନୋଭାବ ହେତୁ କେତେକ ସମସ୍ୟା ଦେଖାଦେବ। ଆପଣ ଅନ୍ୟମନସ୍କ ରହି ନୀରବତା ଅବଲମ୍ବନ କରିବା ଆପଣଙ୍କ ସକାଶେ ଦୁଶ୍ଚିନ୍ତାର କାରଣ ହୋଇପାରେ । ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।

ତୁଳା:-ଆଜି କେତେକ ଅପୂରଣୀୟ ଆଶା ମନରେ ଆଲୋଡନ ସୃଷ୍ଟି କରିବ। ଆଜି ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ପରିସ୍ଥିତିର ତାଡନାରେ ଅଫିସରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ସହକର୍ମୀ ଅବଶ୍ୟ ସାହାଯ୍ୟ କରିବେ ।

ବିଛା:-ଆଜି ନିଜର ମଣୁଥିବା ବ୍ୟକ୍ତି ଆପଣଙ୍କ ପଛରେ ବିଭିନ୍ନ କଥା କହିବେ। ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସରଳ ସମାଧାନ ହୋଇଯିବ । ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ଭାବୁଥିବା କାମଟିକୁ ଠିକ୍ ସମୟରେ ଶେଷ କରି ଖୁସି ହେବେ। କଳା, ସାହିତ୍ୟ, ଗବେଷଣା, ଅନୁସନ୍ଧାନ କ୍ଷେତ୍ରରେ ସମସ୍ୟା ସମାଧାନ ଆଶା ରହିଛି ।

ଧନୁ:-ଆଜି ଯେତେ ସମସ୍ୟା ଆସିଲେ ମଧ୍ୟ ତାହାର ସାମ୍ନା କରିବା ସଫଳ ହେବେ । ବ୍ୟବସାୟ, ପରିବହନ, ପ୍ରକାଶ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଉତ୍ତରାଷାଢା ନକ୍ଷତ୍ର ସହକର୍ମୀ କିମ୍ବା ପ୍ରେମିକାଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ । ଯୁକ୍ତିତର୍କ କାରଣରୁ ପରିବାରରେ ସ୍ତ୍ରୀଙ୍କ ସହ ମନାନ୍ତର ସୃଷ୍ଟି ହୋଇପାରେ।

ମକର:- ଅସୁସ୍ଥତା ଦୂରେଇଯିବ । ଆକସ୍ମିକ ଭାବେ ବନ୍ଧୁଙ୍କ ବ୍ୟବହାର ବଦଳି ଯିବ, ଯାହା କି ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ଆଶାରେ ପଡ଼ୋଶୀ ବିନୟପୂର୍ଣ୍ଣ କଥା କହିପାରନ୍ତି । ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ ।

କୁମ୍ଭ:-ସ୍ବଗୃହୀ ମଙ୍ଗଳଜନିତ କାମ ହାସଲ ସକାଶେ ଆଗନ୍ତୁକଟି ମୁହଁ ସାମନାରେ ପ୍ରଶଂସା ଓ ପଶ୍ଚାନ୍ତେ ସମାଲୋଚନା କରିପାରନ୍ତି । ବନ୍ଧୁମିଳନ, ସଂଗଠନ, ସଭାସମିତି କିମ୍ବା ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ । ପରିବାରର ଭିତର ସମସ୍ୟା ସମ୍ପର୍କୀୟଙ୍କ ଚେଷ୍ଟାରେ ସମାଧାନ ହୋଇଯିବ । ଜଣେ ପଡୋଶୀ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଆଶା ପୂରଣ କରିବେ ।

ମୀନ:-ଆଜିର କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବୁଧଙ୍କ କୁପ୍ରଭାବରେ ବନ୍ଧୁଙ୍କ ଖାପଛଡା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିବେ । ଅବଶ୍ୟ ନିଜର କାର୍ଯ୍ୟ ଦକ୍ଷତା ହେତୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ

Khansweb Solution Bhubaneswar

Leave A Reply

Your email address will not be published.