banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ସୁବିଧାରେ କୌଣସି କାମ ସମ୍ପନ୍ନ ହେବନାହିଁ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ଶିଳ୍ପ, ବୃତ୍ତି, ବ୍ୟବସାୟ ଭଲରେ ଚାଲିବ।

ବୃଷ:-ଆଜି ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ। କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହେବ। ପିଲାମାନଙ୍କ ଗୌରବ ସାମୟିକ ସାନ୍ତ୍ବନାର କାରଣ ହେବାର ଆଶା ରହିଛି। ନିର୍ମାଣାଧୀନ କାମ ଶେଷ ହେବା ପୂର୍ବରୁ ସମସ୍ୟା ଦେଖାଦେବ।

ମିଥୁନ:-ଆଜି ଆପଣ ଯୋଜନାରମ୍ଭ ପାଇଁ ମନ ବଳାଇବେ। ଆଜି ବନ୍ଧୁମାନଙ୍କ ସହ ନିଜକୁ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ କରିବେ। ପରିବାରରେ ପକ୍ଷପାତିତା କାରଣରୁ ସୁଯୋଗ ହରାଇ ବ୍ୟଥିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ।

କର୍କଟ:-ଆଜି ନୂଆ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ପୂର୍ବ ସମସ୍ୟା ଦୂର ହେବ। ଯାତ୍ରା ସମୟରେ ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ନିଜ ପରିବେଶର ବ୍ୟକ୍ତିଙ୍କ ଅନୁରୋଧକ୍ରମେ ସମାଜକଲ୍ୟାଣ କାର୍ଯ୍ୟରେ ଯୋଗଦେଇପାରନ୍ତି।

ସି˚ହ:-ଆଜି ଆପଣଙ୍କର ଦୂରଯାତ୍ରାରେ ପ୍ରତିବନ୍ଧକ ରହିବ ନାହିଁ। ବନ୍ଧୁମାନଙ୍କ ନିମନ୍ତ୍ରଣକ୍ରମେ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇପାରନ୍ତି। ସରକାରୀ ଆଦେଶପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। ନିର୍ମାଣ, କାରିଗରି, ରପ୍ତାନି, ବାଣିଜ୍ୟରେ ଉନ୍ନତି ହେବ।

କନ୍ୟା:- ଆଜି ଯାହା ପାଇବାକୁ ଆଶା ବାନ୍ଧି ବସିଛନ୍ତି ତାହା ହୁଏତ ମିଳି ନ ପାରେ। ବ୍ୟବସାୟରେ ଲାଭ ମିଳିବ; ମାତ୍ର ଅନ୍ୟ ବାଟରେ ବ୍ୟୟ ସୂଚନା ରହିଛି। ଗରିଷ୍ଠ ଖାଦ୍ୟର ବିଷମତା ହେତୁ ପେଟ ଗୋଳମାଳ ଦେଖାଦେଇପାରେ। ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।

ତୁଳା:-ଆଜି ଆପଣ ଅର୍ଥଲାଭ ପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରନ୍ତି। ଆଜି ବ୍ୟବସାୟରେ ଝଗଡା, ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସହ ମତ ପାର୍ଥକ୍ୟ ମାନସିକ ଅଶାନ୍ତିର କାରଣ ହୋଇପାରେ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ସାମାଜିକ ସ୍ତରରେ ଉପୁଜିଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି।

ବିଛା:-ଆଜି ଆନୁଷ୍ଠାନିକ କାମରେ ଅବହେଳା, ଘରୋଇ କଥାରେ ଝଗଡା, କାମରେ ପ୍ରତିବନ୍ଧକ କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଗାଡି ମରାମତି, ଘର ସାଜସଜ୍ଜା, ବ୍ୟବସାୟିକ ଆଲୋଚନା, ସଂଗଠନ ଓ ମାଲି ମକଦ୍ଦମାରେ ସମୟ ଅତିବାହିତ ହେବ। ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।

ଧନୁ:-ଆଜି ଆପଣଙ୍କର କର୍ମାରମ୍ଭ, ସାକ୍ଷାତ୍‌କାର, ସରକାରୀ କାର୍ଯ୍ୟ ସକାଶେ ଅନୁକୂଳତା ରହିବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗଁୁ ବିବ୍ରତ ହେବେ। କାର୍ଯ୍ୟରେ ପ୍ରତିବନ୍ଧକ ହେତୁ ବିଚଳିତବୋଧ କରିବେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ।

ମକର:-ଆଜି ପ୍ରତୀକ୍ଷିତ ଖବରଟି ପଡୋଶୀଙ୍କଠାରୁ ପାଇ ଖୁସି ହେବେ। ପରିବାରରେ କାହା ସହ କାହାର ନ ପଡ଼ିବାରୁ ମାନସିକ ଅଶାନ୍ତି ଦେଖାଦେବ। ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ। କିନ୍ତୁ ଅର୍ଥ ସଙ୍କଟ ମଧ୍ୟରେ ଗତି କରିବେ।

କୁମ୍ଭ:-ଆଜି କର୍ମକ୍ଷେତ୍ରରେ ଗୁଜବ ମାନସିକ ସ୍ଥିରତାକୁ ବିକ୍ଷିପ୍ତ କରିପାରେ। କୌଣସି ବିବାଦୀୟ ପରିସ୍ଥିତିରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ବନ୍ଧୁମାନେ ଅସହଯୋଗ କରିବା ଦ୍ୱାରା କେତେକ କାମ ବିଳମ୍ବରେ ସମ୍ପନ୍ନ ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଶୁଭଫଳ ମିଳିବ। ଆର୍ଥିକ ସ୍ଥିତି ଦୁର୍ବଳ ରହିବ।

ମୀନ:-ଆଜି ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ। ପୂର୍ବବିବାଦକୁ ମନେପକାଇ ମିତ୍ର ବନ୍ଧୁମାନେ ଅସହଯୋଗ କରିପାରନ୍ତି। ସ୍ବାସ୍ଥ୍ୟରେ ଅବନ୍ନତି ପରିଲକ୍ଷିତ ହେବା ଦୁଶ୍ଚିନ୍ତାର କାରଣ ହୋଇପାରେ। ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବ।

Khansweb Solution Bhubaneswar

Leave A Reply

Your email address will not be published.