banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ଅର୍ଥଲାଭ ସହ ପାରିବାରିକ ଶାନ୍ତି ପାଇବେ। କିନ୍ତୁ ଦୂରଯାତ୍ରା ଓ ବିବାଦୀୟ ପରିବେଶରୁ ଦୂରେଇ ରହିବା ଭଲ ହେବ। ମନରେ ଅସ୍ଥିରତା ଲାଗି ରହିବା କାରଣରୁ ଅନ୍ୟମାନଙ୍କ କଥାଗୁଡିକ ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ। କଳା, ସାହିତ୍ୟ, ସାମ୍ବାଦିକତା, ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।

ବୃଷ:-ଆଜି ଆପଣ ବୈଷୟିକ ସୁଖ, ସମ୍ପଦ ପ୍ରଦାନ କରିବାରେ ସହାୟକ ହେବେ। ଆପଣ ଘର ସକାଶେ, ଜମିଜମା, ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହୋଇପାରନ୍ତି। କ୍ରୀଡା, କଳା, ସାହିତ୍ୟ ଚର୍ଚ୍ଚାଦିରେ ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇପାରିବେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁଁ ବିଚଳିତ ହେବାକୁ ପଡିପାରେ।

ମିଥୁନ:-ଆଜି ଘରୋଇ ବ୍ୟାପାରରେ ଅନ୍ୟମାନଙ୍କ ହସ୍ତକ୍ଷେପ ଯୋଗୁଁ ଅଶାନ୍ତ ବାତାବରଣ ସୃଷ୍ଟିର ଆଶଙ୍କା ରହିଛି। ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି। ଶିଳ୍ପ, ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। କୌଣସି ପାର୍ଟିର ଆୟୋଜନ କରିବା ଦ୍ୱାରା ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ।

କର୍କଟ:-ଆଜି କୌଣସି ନୂତନ ପରିବେଶରେ ସହାବସ୍ଥାନରୁ ନିଜକୁ ଭାଗ୍ୟବାନ୍‌ ମନେକରିପାରନ୍ତି। ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପୂର୍ବାହ୍ନରେ ପାଇ ସାମୟିକ ଖୁସୀ ରହିବେ। ଶିଳ୍ପ, ସାମ୍ବାଦିକତା, ପରିବହନ, ବାଣିଜ୍ୟ ଓ ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ। ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ କିନ୍ତୁ ସବୁ କଥାରେ ନରମି ରହି ପାରିଲେହିଁ ଭଲ।

ସି˚ହ:-ରବିଙ୍କ ଦୁର୍ବଳତା ସାଇନୋସାଇଟିସ୍‌ ଭଳି ରୋଗ ଜନିତ ମୁଣ୍ଡବ୍ୟଥା କିମ୍ବା କ୍ରନିକ୍‌ ରୋଗ ପୀଡାକୁ ନିମନ୍ତ୍ରଣ କରିପାରେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। କର୍ମକ୍ଷେତ୍ରରେ ଅପରାହ୍ନ ସମୟରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବାର ଆଶଙ୍କା ରହିଛି। ଆଗାମୀ ସାଂସ୍କୃତିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।

କନ୍ୟା:-ରବିଙ୍କ ନକ୍ଷତ୍ରସ୍ଥ ବୃହସ୍ପତିଙ୍କ ଯୋଗୁଁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ। ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାରେ ବନ୍ଧୁ ସାହାଯ୍ୟ କରିବେ। ଗଠନମୂଳକ କାର୍ଯ୍ୟ ଅଟକିବ ନାହିଁ। ପଡୋଶୀଙ୍କ ସହ ମିଷ୍ଟାଳାପରେ ମାତିରହିବା ସଙ୍ଗକୁ କେତେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେଇପାରନ୍ତି।

ତୁଳା:-ଷଷ୍ଠଭାବସ୍ଥ ମଙ୍ଗଳ ହେତୁ ପନତ୍ୀଙ୍କ କ୍ଷୋଭ, ସନ୍ତାନଙ୍କ ବେଖାତିର କାମ ସଙ୍ଗକୁ ଭାବପ୍ରବଣତାଜନିତ ମାନସିକ ସ୍ଥିରତା ରହି ନ ପାରେ। ଖଳ ଲୋକଙ୍କ ପ୍ରାୟୋଜିତ କାର୍ଯ୍ୟାବଳୀ ମାଧ୍ୟମରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅନିୟମିତ ଆହାର ଯୋଗୁଁ ସ୍ବାସ୍ଥ୍ୟହାନି ଘଟିବାର ସୂଚନା ରହିଛି। ନିକଟ ସମ୍ପର୍କୀୟଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି।

ବିଛା:-ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁଁ ଆପଣ କଳ୍ପନା ମାଧ୍ୟମରେ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ ଯେହେତୁ ବାସ୍ତବତା ବହୁ ଦୂରରେ ରହିଯିବ। କଳା, ସାହିତ୍ୟ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ଆଶଙ୍କା ବୃଦ୍ଧି ପାଇପାରେ।

ଧନୁ:-ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ କିନ୍ତୁ ଖର୍ଚ୍ଚଭାର ଯୋଗୁଁ ଚିନ୍ତାପ୍ରକଟ କରିପାରନ୍ତି। ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ପାଖ,ପଡୋଶୀମାନେମାନେ ସାହାଯ୍ୟ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ। ଶୁକ୍ର ଓ ବୃହସ୍ପତିଙ୍କ ସମ୍ବନ୍ଧରୁ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଅଯଥା ଅଶାନ୍ତିର ବାତାବରଣ ସୃଷ୍ଟି ହେବାର ଆଶଙ୍କା ରହିଛି।

ମକର:-ଆପଣ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେହି କ୍ଷେତ୍ରରେ କିଛି ଅସୁବିଧା ହେବ ନାହିଁ। ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧି ପାଇବ। ବାହାର ସ୍ଥାନରେ କାହାକୁ ଅପେକ୍ଷା କରି ବିରକ୍ତ ହେବେ ଏବଂ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।

Khansweb Solution Bhubaneswar

Leave A Reply

Your email address will not be published.