banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆପଣ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ସବୁ କିଛି ଶୁଣି ପାରିବା ପରେ ଫେରିବା ସମୟକୁ ମନଦୁଃଖ କରି ବହୁତ ଅନୁରୋଧପୂର୍ଣ୍ଣ କଥା କହିବେ । ଅତ୍ୟଧିକ ଭ୍ରମଣଜନିତ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି ।

ବୃଷ:-ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧପଡ କରିବାକୁ ପଡିବ । କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ପାରିବାରିକ ସ୍ଥିତିକୁ ଦେଖି ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ।

ମିଥୁନ:-ପରିସ୍ଥିତିକୁ ଆଖିଆଗରେ ରଖି ଇଚ୍ଛା ନ ଥିଲେ ସୁଧା ହଠାତ୍‌ ଦୂରକୁ ଯିବାକୁ ପଡିବ । କେତେକ କଥା କହିବାକୁ ଇଚ୍ଛା ଥିଲେ ମଧ୍ୟ ସଂକୋଚବଶତଃ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ । ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତବୋଧ କରିପାରନ୍ତି ।

କର୍କଟ:-କେତେକ ଅପ୍ରୀତିକର ପରିସ୍ଥିତିର ସାମନା କରି ଆଜି ପରିବାରର କୌଣସି ବ୍ୟକ୍ତିଙ୍କ ମନରେ ସରସତା ଆଗଭଳି ରହିବ ନାହିଁ । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବାରୁ ସାମୟିକ ଖୁସୀ ରହିବେ । ପରିବାରର ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।

ସି˚ହ:-ଆଗାମୀ ସମୟର ପରିସ୍ଥିତି ବିଷୟକୁ ନେଇ ଖସଡା ପ୍ରସ୍ତୁତ କରିପାରନ୍ତି । ବହୁତ ଦିନ ପରେ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । କର୍ମ କ୍ଷେତ୍ରରେ ଏକ ମାମୁଲି
ଘଟଣାରେ ଉଚ୍ଚବାଚ ଘଟିପାରେ ।

କନ୍ୟା:-ବିଭିନ୍ନ ପ୍ରକାରର କାରଣକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ତରବର ନ ହୋଇ ଧୀରସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ । ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି ।

ତୁଳା:-ବିଭିନ୍ନ ପ୍ରକାରର ଅସୁବିଧା ଭିତରେ ଗତି କରୁଥିବାରୁ ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ । ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ । ଆକସ୍ମିକଭାବରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଚାକିରିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।

ବିଛା:-ପାରିବାରିକ କ୍ଷେତ୍ରର କୌଣସି ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବ । କର୍ମକ୍ଷେତ୍ର କିମ୍ବା ପ୍ରଶାସନିକ ସ୍ତରରେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ପ୍ରତିଟି କ୍ଷେତ୍ରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ଏମିତି କେତେକ ପରିସ୍ଥିତି ଭିତରେ ଚଳିବାକୁ ବାଧ୍ୟ ହେବେ ।

ଧନୁ:-ସାମାଜିକ ସ୍ତରର ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ଘରର ବରାଦ ଅନୁଯାୟୀ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବାକୁ ବାଧ୍ୟ ହେବେ । ବ୍ୟବସାୟ,ପରିବହନ, ଅର୍ଥ ସମ୍ପର୍କ, ସଭା ସମିତି ଓ ଆନୁଷ୍ଠାନିକ କାମରୁ ମନ ଖୁସୀ ରହିବ । ବନ୍ଧୁମାନଙ୍କ ସହାୟତାରେ ପାରିବାରିକ ସମସ୍ୟାକୁ ସୁଧାରି ନେବେ ।

ମକର:-ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ପାଖ, ପଡୋଶୀଙ୍କ ସହଯାତ୍ରୀ ହୋଇ ଆଜି ସୁଖଭ୍ରମଣ ଯୋଗ ରହିଛି । କଳା, ସାହିତ୍ୟରେ ଉନ୍ନତି କରି ସଭାସମିତିରେ ପ୍ରଶଂସିତ ହେବେ । ଟିକିଏ କଥାରେ ରାଗିଯାଇ ଯାହା ପଡିଲା ତାହା କହି ପକାଇବେ, ଫଳରେ କିଛି ସମସ୍ୟା ଆସିପାରେ ।

କୁମ୍ଭ:-ଆମତ୍ୀୟସ୍ବଜନଙ୍କ ସହାୟତାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ । ନିଜର ପ୍ରିୟ ବନ୍ଧୁଙ୍କୁ ମିଶନ୍ତୁ, ସେ ଅବଶ୍ୟ ଆପଣଙ୍କୁ କିଛିଟା ସାହାଯ୍ୟ କରିପାରନ୍ତି ।

ମୀନ:-ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ । ପୁନଶ୍ଚଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହା କି ବ୍ୟସ୍ତତାର କାରଣ ହୋଇପାରେ । ଅପରାହ୍ନରେ ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ । କର୍ମଜଞ୍ଜାଳ ବଢିବା କାରଣରୁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ ।

Khansweb Solution Bhubaneswar

Leave A Reply

Your email address will not be published.