banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ପ୍ରତ୍ୟେକ ସମୟରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅଶାନ୍ତି ଅନୁଭବ କରିପାରନ୍ତି । ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସ।ହପ୍ରଦ ହେବ ନାହିଁ । ଦୀର୍ଘ ଦିନରୁ ଅଟଳି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ ।

ବୃଷ:-ଆଜି ପରିବାରରେ ଏମିତି କେତେକ କଥା ଘଟିପାରେ, ଯାହା କି ଅନ୍ୟ ସମ୍ମୁଖରେ ମଧ୍ୟ ଆଦୌ କହିପାରିବେ ନାହିଁ । ଈର୍ଷାପରାୟଣ ହୋଇ ଖଳପ୍ରକୃତି ଲୋକମାନେ ବିରୋଧାଚରଣ କରିପାରନ୍ତି । ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ । ପାରିବାରିକ ସମସ୍ୟା ସୁଧାରି ନେବା ପାଇଁ ପ୍ରଯନତ୍ କରିବେ ।

ମିଥୁନ:-ଆଜି ନିଜର ଲୋକମାନେ ଶତ୍ରୁତା କରି କେତେକ କାମ ପାଇଁ ପ୍ରତିବନ୍ଧକ ସାଜିବେ । ଆନୁଷ୍ଠାନିକ କାମ, ସଭାସମିତି, ସଂଗଠନ, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଏଜେନ୍ସିପ୍‌, କଳା, ସାହିତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ ।

କର୍କଟ:-ଆଜି କର୍ମକ୍ଷେତ୍ରରେ କେତେକ ଆକସ୍ମିକ ଅସୁବିଧା ଦେଖାଦେବା କାରଣରୁ ଆଜି ସହଜରେ କାମ ହାସଲ ହେବା କଷ୍ଟକର ହେବ । ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ପରିବାରରେ ବ୍ୟସ୍ତତା ବଢିପାରେ । ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବାରେ କୌଣସି ଅସୁବିଧା ହେବନାହିଁ ।

ସି˚ହ:-ଆଜି କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ଆର୍ଥିକ ଅନଟନ କାମକୁ କେତେକାଂଶରେ ଅଟକାଇ ଦେଇପାରେ । ନିଜର ଲୋକମାନଙ୍କ ପରୋକ୍ଷ ବିରୋଧାଚରଣ ହେତୁ ସାମୟିକ ଚିନ୍ତିତ ରହିବାକୁ ପଡିପାରେ । ବାଣିଜ୍ୟ, ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ପାଇବେ ।

କନ୍ୟା:-ଆଜିର କର୍ମକ୍ଷେତ୍ରରେ ଅନ୍ୟ ମାନଙ୍କ ସହ ସଂମ୍ପର୍କ ଭଲ ରହି ନପାରେ । ସଭାସମିତି,ସାହିତ୍ୟ,ସାମ୍ବାଦିକତାରେ ପ୍ରଂଶସିତ ହେବେ । ଅବଶ୍ୟ ପାରିବାରିକ କ୍ଷେତ୍ରରେ ବିଶେଷ କିଛି ଅପ୍ରୀତିକର ପରିସ୍ଥିତିର ସମ୍ଭାବନା ନାହିଁ । ଗବେଷଣା,ଅନୁସନ୍ଧାନ,କୃଷି,ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ ।

ତୁଳା:-ଆଜିର କର୍ମକ୍ଷେତ୍ରରେ ଅନ୍ୟ ମାନଙ୍କ ସହ ସଂମ୍ପର୍କ ଭଲ ରହି ନପାରେ । ସଭାସମିତି,ସାହିତ୍ୟ,ସାମ୍ବାଦିକତାରେ ପ୍ରଂଶସିତ ହେବେ । ଅବଶ୍ୟ ପାରିବାରିକ କ୍ଷେତ୍ରରେ ବିଶେଷ କିଛି ଅପ୍ରୀତିକର ପରିସ୍ଥିତିର ସମ୍ଭାବନା ନାହିଁ ।ଗବେଷଣା,ଅନୁସନ୍ଧାନ,କୃଷି,ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ ।

ବିଛା:-ନିଜର ଲୁକ୍କକାୟିତ କୈାଣସି ଅପୁରଣୀୟ ଆଶା ମନକୁ ବାରମ୍ବାର ଆଲୋଡିତ କରିବ । ଯାନ ବାହାନ,ଗୃହସୀମା,ଦୂର ବନ୍ଧୁ, ସଭାସମିତି,ଜମିଜମା,ନିକଟ ସମ୍ପର୍କୀୟ ମାନଙ୍କ ସ୍ଥିତି ମଧ୍ୟମ ପ୍ରକାରର ରହିବ । ଯାହାକୁ ବେଶୀ ବିଶ୍ୱାସ କରୁଛନ୍ତି ସେହି ବ୍ୟକ୍ତି ବିଶେଷଙ୍କ ଦ୍ୱାରା ହିଁ ପ୍ରତାରିତ ହେବାକୁ ପଡିପାରେ ।

ଧନୁ:-କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବା କାରଣରୁ ମାନସିକ ସ୍ଥିତି ଭଲ ରହିନପାରେ । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ । ସ୍ଥଗିତ କାମପାଇଁ ଅନ୍ୟକୁ କୈଫୟତ୍‌ ଦେବାକୁ ପଡିପାରେ । ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ମାନଙ୍କ ଦ୍ୱାରା ପ୍ରଶଂସିତ ହେବେ ।

ମକର:-ପରିସ୍ଥିତି ପ୍ରତି ସଜାଗ ରହି କାମ କରିବା ଭଲ ହେବ,ଅନ୍ୟଥା ମାନସିକ ଦୁଃଶ୍ଚିନ୍ତାରେ ପଡିବେ । ଈର୍ଷାପର ଲୋକ ମାନଙ୍କ ପାଖରୁ ଶୁଭ କାମନା ଆଶା କରିବା ବୃଥା ହେବ । ଭଲ କାମ କଲେ ମଧ୍ୟ ପ୍ରଶଂସା ପାଇବା କଷ୍ଟକର ହୋଇପାରେ । ଆନୁଷ୍ଠାନିକ ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।

କୁମ୍ଭ:-କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ । ଆକସ୍ମିକ କେତେକ ସମସ୍ୟା ଦେଖା ଦେବା କାରଣରୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ଦୀର୍ଘଦିନଧରି ଗୃହକୁ ପ୍ରତ୍ୟାବର୍ତନ ନକରିପାରିବାରୁ ପ୍ରବାସରେ ନିଃସଙ୍ଗତା ବୋଧ କରିପାରନ୍ତି ।

ମୀନ:-ବାରମ୍ବାର ବହୁତ ଚିନ୍ତା କରିବା ପରେ କୈାଣସି ପଦେକ୍ଷପ ନେବା ଠିକ୍‌ ହେବ । ଯାତ୍ରା ସମୟରେ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହୟତାରୁ ଉପକୃତ ହେବେ । ବନ୍ଧୁମାନଙ୍କ ସହାୟତାରେ ସଭାସମିତିରେ ସଫଳତା ହାସଲକରିବେ ଏବଂ ଆନୁଷ୍ଠାନିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।

Khansweb Solution Bhubaneswar

Leave A Reply

Your email address will not be published.