banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ଶନିବାର ରାଶିଫଳ

0

ମେଷ:-ଆଜି ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବନ୍ଧୁମାନଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯାଇପାରନ୍ତି। ବ୍ୟବସାୟିକ ସ୍ଥିତି କେତେକାଂଶରେ ଚିନ୍ତାଜନକ ସ୍ଥିତିକୁ ଆସି ଯାଇପାରେ। ବିବାଦୀୟ ଘଟଣାଠାରୁ ଦୂରେଇ ରହିବା ଭଲ ହେବ।

ବୃଷ:-ଆଜି କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇପାରନ୍ତି। ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ କରିବାକୁ ପଡିବ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ସାମୟିକ ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି।

ମିଥୁନ:-ଆଜି ପୂର୍ବ କଥାକୁ ଦୋହରାଇ ପାଖ,ପଡୋଶୀ/ଆତ୍ମୀୟ ସ୍ବଜନମାନଙ୍କ ସହ ସମ୍ପର୍କ ହ୍ରାସ ଘଟିପାରେ। ପରିବାର ସଦସ୍ୟଙ୍କୁ ସନ୍ଦେହ କରି ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ଜମିଜମା ସମ୍ପର୍କୀୟ ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥିରତା ରହି ନ ପାରେ।

କର୍କଟ:-ଆଜି ପ୍ରିୟଜନଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ କୌଣସି ଅନୁଚିନ୍ତା ସାୟାହ୍ନେ ଦୂର ହେବ। ଦୀର୍ଘଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। ଅଫିସ୍‌ରୁ ଫେରନ୍ତା ବାଟରେ କୌଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି। ପରିବାର ସଦସ୍ୟମାନଙ୍କ ନିକଟରୁ ସ୍ନେହ ଶ୍ରଦ୍ଧାନୁରାଗୀ ହୋଇପାରନ୍ତି।

ସି˚ହ:-ଆଜି ପରିବାରର ଦାବି ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ସହକର୍ମୀଙ୍କ ସହ ଉଚ୍ଚବାଚ ଘଟିପାରେ। ଶିଳ୍ପ,ବାଣିଜ୍ୟ ଓ ପରିବହନ,ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ବନ୍ଧୁମାନଙ୍କ ସହ ଭ୍ରମଣରେ ଯିବାକୁ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ।

କନ୍ୟା:-ଆଜି ବିଭିନ୍ନ ସମସ୍ୟା ବିଷୟରେ ଚିନ୍ତାକରି ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ସ୍ବାର୍ଥର ବଶବର୍ତ୍ତୀ ହୋଇ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

ତୁଳା:-ଆଜି ଶାରୀରିକ ସ୍ବାସ୍ଥ୍ୟ ଭଲ ରହୁ ନ ଥିବାରୁ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ। ଆଜି ଦିନଟିରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ।

ବିଛା:-ଆଜି କର୍ମକ୍ଷେତ୍ର ସକାଶେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଈର୍ଷାପରାୟଣ ମନୋଭାବ ପୋଷଣ କରି ନିକଟ ସମ୍ପର୍କୀୟମାନେ ଶତ୍ରୁତା କରିପାରନ୍ତି। ଭୁଲ୍‌ ବୁଝାମଣା ଜନିତ ସୁସମ୍ପର୍କ ନଷ୍ଟ ହେବାର ଆଶଙ୍କା ଦେଖାଦେବ।

ଧନୁ:-ଆଜି କର୍ମକ୍ଷେତ୍ରରେ ଈର୍ଷା ପରାୟଣ ବନ୍ଧୁଙ୍କ ସହ ଝଗଡା ଲାଗିପାରେ। ପୂର୍ବାଷାଢା ନକ୍ଷତ୍ରର ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ। ପରିବାରର ଆବଶ୍ୟକତାକୁ ଉପଲବ୍ଧ କରି ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।

ମକର:-ଆଜି ଆପଣ ପାଖ ପଡୋଶୀମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ। ସନ୍ଧ୍ୟା ସମୟରେ ପରିବାର ସହ ସୁଖଭ୍ରମଣ ଯୋଗ ରହିଛି। କଳା, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍ସନ ଲାଗି ରହିବ। ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି।

କୁମ୍ଭ:-କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ସମର୍ଥ ହେବେ। ନିଜର ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ଆପଙ୍କର କୌଣସି ଅସୁବିଧା ହେବ ନାହିଁ। ଆଜି ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।

ମୀନ:-ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବାର ସୂଚନା ରହିଛି। ଉତ୍ତରଭାଦ୍ରବ ନକ୍ଷତ୍ର ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ। ଅପରାହ୍ନରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ଅଟକି ରହିଥିବା କାମଟି ଅପରାହ୍ନେ ଆଶା କରୁଥିବା କାମ ସମ୍ପନ୍ନ ହୋଇଯିବ।

Khansweb Solution Bhubaneswar

Leave A Reply

Your email address will not be published.