banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲ କରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ଦ୍ୱିଜା ନକ୍ଷତ୍ର ସନ୍ତାନଙ୍କ କୃତୀ ଓ କୃତିତ୍ୱରେ ଖୁସୀ ହୋଇପାରନ୍ତି। ଅଫିସ୍‌ରେ ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ନିଜର ଘର ଲୋକ ମାନଙ୍କୁ କୈଫିୟତ୍‌ ଦେବାକୁ ପଡିବାର ଆଶଙ୍କା ରହିଛି।

ବୃଷ:-ମାନସିକ ଅସ୍ଥିରତାକୁ ବୃଦ୍ଧି କରିବାରେ ନିଜର ବନ୍ଧୁ ମାନଙ୍କ ପରୋକ୍ଷ କାର୍ଯ୍ୟାବଳୀ ଅନନ୍ୟ କାରଣ ହୋଇପାରେ। କୃତ୍ତିକା ନକ୍ଷତ୍ର ସକାଶେ ସନ୍ତାନ ମାନଙ୍କ ସମସ୍ୟା ସମାଧାନର ଓ ଚିନ୍ତା ମନକୁ ଆନ୍ଦୋଳିତ କରିବ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋରଦାର କରିପାରନ୍ତି।

ମିଥୁନ:-ଆଜି ହଠାତ୍‌ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପ୍ରିୟଜନମାନଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ।

କର୍କଟ:-କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବ। ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ବନ୍ଧୁ ସାହାଯ୍ୟ କରିବେ। ନିଜର ଚତୁଃପାର୍ଶ୍ୱରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।

ସି˚ହ:-ଯେତେ ପ୍ରକାରର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନଙ୍କୁ ତାହା ସନ୍ତୁଷ୍ଟ କରିପାରିବନାହିଁ। ଆଜିର ସଭାସମିତିରେ ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ପ୍ରବାସରେ ହଠାତ୍‌ ବନ୍ଧୁଙ୍କ ସାନ୍ନିଧ୍ୟଲାଭରୁ ଏକାନ୍ତତାବୋଧ ହ୍ରାସ ପାଇବ।

କନ୍ୟା:-ଆଜି ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଜମିଜମା, ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ। ହସ୍ତା ନକ୍ଷତ୍ର ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।

ତୁଳା:-ଚନ୍ଦ୍ର ସହ ବୁଧଙ୍କ ସଂଯୋଗଜନିତ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ। ପରିବାରରେ ସୁଖ ଶାନ୍ତି ରାଜୁତି କରିବ, କିନ୍ତୁ ଏଥିପାଇଁ କିଛିଟା ସ୍ବାର୍ଥତ୍ୟାଗ ଜରୁରୀ ହୋଇପାରେ।

Khansweb Solution Bhubaneswar

Leave A Reply

Your email address will not be published.