banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ଶାରୀରିକ ସୁସ୍ଥତା ପୂର୍ବପରି ଭଲ ଥିଲେ ମଧ୍ୟ ମାନସିକ ସ୍ଥିରତା ରହିବ ନାହିଁ । ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇବେ । ଆର୍ଥିକ ସ୍ଥିତି ଦୁର୍ବଳ ହେବା କାରଣରୁ ସବୁ କାମ ଅଟକି ରହିପାରେ ।

ବୃଷ:-ଆଜି ପାଖ ପଡୋଶୀମାନେ ସହଯୋଗର ହାତ ବଢାଇବେ ଓ କାମଟି ସୁବିଧାରେ ହୋଇଯିବ । ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ମାତ୍ର ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ପ୍ରିୟବନ୍ଧୁଙ୍କର ଅନୁପସ୍ଥିତିର ଅଭାବ ଅନୁଭବ କରିବେ ।

ମିଥୁନ:-ଆଜି କୌଣସି ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରିବେ । ବିଶେଷଭାବେ ପ୍ରଶାସନ, ପ୍ରକାଶନ, ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ନିଜର ପ୍ରିୟଜନଙ୍କ ସହଯୋଗରୁ ଉପକୃତ ହେବେ ।

କର୍କଟ:-ଆଜି ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ବହୁତ ଭଲ ରହିବ । ଭାଇ, ବନ୍ଧୁ ଓ କୁଟୁମ୍ବ ଲୋକମାନଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇପାରେ । ପୁଷ୍ୟା ନକ୍ଷତ୍ର ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି । ବିବାଦୀୟ ଘଟଣାରେ, ମାଲିମକଦ୍ଦମାରେ ଜୟଲାଭ କରିବାର ଆଶା ରହିଛି ।

ସି˚ହ:-ଆଜି ଦୈହିକ ଏବଂ ମାନସିକ ସୁସ୍ଥତା ଓ ସ୍ଥିରତା ରହି ନ ପାରେ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି । ପୂର୍ବାଫାଲଗୁନୀ ନକ୍ଷତ୍ର କ୍ରୀଡା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । କଚେରି ମାମଲାର ଶୁଣାଣିରୁ ମନ ଖୁସୀ ରହିବ ।

କନ୍ୟା:-ଆଜି ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ । ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ କାମ ହାସଲ କରି ଖୁସୀ ହେବେ । ଚିତ୍ରା ନକ୍ଷତ୍ର ଯୋଜନା ବିହୀନ କାମରେ ମୁଣ୍ଡ ପୂରାଇ ଅଶାନ୍ତିକୁ ଆମନ୍ତ୍ରଣ କରିପାରନ୍ତି । ଭୁଲ୍‌ ବୁଝାମଣା ଜନିତ ପରିବାରରେ ଛୋଟ ଛୋଟ କଥା ନେଇ ଅଶାନ୍ତ ରହିବେ ।

ତୁଳା:-ଆଜିର କାମରେ ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇପାରନ୍ତି । ବିଭିନ୍ନ ସମସ୍ୟା ମଧ୍ୟରେ ବୁଡିରହି ନିଜର କାମଗୁଡିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯାଇପାରେ । ଅଫିସ୍‌ କାମରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ, ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ ।

ବିଛା:-ଆଜି ବନ୍ଧୁଙ୍କ ନିକଟରୁ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ ପାଇବ। ପରିବାରର ସଦସ୍ୟଙ୍କ ତରଫରୁ କିମ୍ବା ସହକର୍ମୀଙ୍କ ଦ୍ୱାରା ସମସ୍ୟା ଆସିପାରେ । ଜ୍ୟେଷ୍ଠା ନକ୍ଷତ୍ରର ଘରୋଇ ବ୍ୟାପାରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ ।

ଧନୁ:-ପରୋକ୍ଷ ଶତ୍ରୁତା କରୁଥିବା କୌଣସି ବ୍ୟକ୍ତିମାନଙ୍କ ଦ୍ୱାରା ଆଜିର କର୍ମ କ୍ଷେତ୍ର ବିଶୃଙ୍ଖଳିତ ହୋଇପାରେ । ମୂଳା ନକ୍ଷତ୍ର ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ସମାଧାନର ପନ୍ଥା ଖୋଜି ପାଇବେ । ଅଫିସରେ ସହକର୍ମୀମାନଙ୍କ ସହ ସାମୟିକ ମିଷ୍ଟାଳାପରେ ମାତି ରହିପାରନ୍ତି ।

ମକର:-ଆଜିର ପୂର୍ବାହ୍ନରେ ଅଫିସରୁ ହଠାତ୍‌ କାୈଣସି ଖବର ପାଇ ବିଚଳିତ ବୋଧ କରିବେ । ଆର୍ଥିକ ସ୍ଥିତି ମନ୍ଦ ହେବନି କିନ୍ତୁ ଆବଶ୍ୟକତା ପୂର୍ଣ୍ଣ ହେବା କାଠିକର ପାଠ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢା ପ୍ରଭୃତିରୁ ସୁଫଳ ପାଇବେ । ବିଶୃଙ୍ଖଳା ଲାଗି ରହିବା କାରଣରୁ ମନ ସ୍ଥିର ରହିବ ନାହିଁ ।

କୁମ୍ଭ:-ଆଜି ଉପଯୁକ୍ତ ଚିକିତ୍ସା କରିବା ହେତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ । ପାରିବାରିକ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁ ମାନଙ୍କ ସାହାଯ୍ୟ ଭିକ୍ଷା କରି ପାରନ୍ତି । ଶତଭିଷା ନକ୍ଷତ୍ରର ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ ।

ମୀନ:-ସାଧାରଣ କଥାକୁ ଅତିରଞ୍ଜିତ କରି ପରିବାର ଭିତରେ ଅଯଥା ବ୍ୟସ୍ତତାଜନିତ ସମାଲୋଚିତ ହେବେ । ପରିସ୍ଥିତି ବଶତଃ ଧାର କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହୋଇପାରନ୍ତି । ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ, ନତୁବା ସମସ୍ୟା ଉପୁଜିପାରେ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରିବେ ।

Khansweb Solution Bhubaneswar

Leave A Reply

Your email address will not be published.