banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ନୂତନ କର୍ମାରମ୍ଭ ସକାଶେ ଅନୁକୂଳ ବାତାବରଣ ଆସି ନ ପାରେ। ଅଧିକନ୍ତୁ ମତାନ୍ତର କିମ୍ବା ମନାନ୍ତର ଜନିତ ମାନସିକ ଅଶାନ୍ତିର ଆଶଙ୍କା ମଧ୍ୟ ରହିଛି। ତଥାପି ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।

ବୃଷ:-ଆଜି ପର କଥାକୁ ସତ ମନେକରି ଘରୋଇକଳହକୁ ନେଇ ଅଶାନ୍ତି ଲାଗିରହିବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିରେ ପ୍ରତିବନ୍ଧକ ରହିବନାହିଁ। ଆଜିର ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। କିନ୍ତୁ ଆର୍ଥିକ ଅନଟନ ନେଇ ବ୍ୟସ୍ତ ହୋଇପାରନ୍ତି।

ମିଥୁନ:-ଆଜି କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ନେଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ କିନ୍ତୁ ଆପଣ ହୁଏ ତ ତାହାକୁ ଅସ୍ବୀକାର କରିଦେଇପାରନ୍ତି। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।

କର୍କଟ:-ଆଜି ଯେକୌଣସି କାମ କରନ୍ତୁନା କାହିଁକି,ବିଶେଷ ଭାବେ ଖର୍ଚ୍ଚ କରିବାକୁ ପଡ଼ିପାରେ। କୌଣସି ଗୋଟିଏ ସ୍ଥାନରେ ସ୍ଥିର ଭାବରେ ରହିପାରିବେ ନାହିଁ। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।

ସି˚ହ:-ଆଜି ପରୋକ୍ଷ ଶତ୍ରୁତା କାରଣରୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଅବଶ୍ୟ ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ କିଛି ମାତ୍ରାରେ ସାହାଯ୍ୟ କରିବ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।

କନ୍ୟା:-ଆଜି ସବୁ ସୁବିଧା ଥିଲେ ମଧ୍ୟ କୌଣସି କାମ ସହଜରେ ସମ୍ପନ୍ନ ହୋଇପାରିବ ନାହିଁ। ଗଠନମୂଳକ କିମ୍ବା ସାମୂହିକ କାମରେ ଅଥବା ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ। ଅପରାହ୍ନେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।

ତୁଳା:-ଆଜି ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଆବଶ୍ୟକତା ପୂରଣ ସକାଶେ ଅର୍ଥ ସଂଗ୍ରହ କରିବାରେ ତତ୍ପରତା ପ୍ରକାଶ କରିବେ। ସତର୍କତା ଅଭାବରୁ ଜିନିଷପତ୍ର ହଜିଯିବାର ସମ୍ଭାବନା ରହିଛି। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।

ବିଛା:-ଆଜିଏକ ସାଧାରଣ କିମ୍ବା ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ପରିବାରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ନେବେ। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଓ ସାହାଯ୍ୟ ମଧ୍ୟ କରିବେ।

ଧନୁ:-ବୁଧାଦିତ୍ୟ ଯୋଗ ପ୍ରଭାବରୁ ସମସ୍ୟା ଯଦିଓ ଆସିବ ତଥାପି ବେଶି ସମୟ ତିଷ୍ଠି ରହିବ ନାହିଁ। ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ସାମୟିକ ଶାରୀରିକ ସୁସ୍ଥତା ଫେରିପାଇବେ।

ମକର:-ଆଜି ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡ଼ିବ। ପରିବାରରେ ସ୍ତ୍ରୀଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୂରେଇଯିବ। ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି।

କୁମ୍ଭ:-ଆଜି ଅଭାବବୋଧ ଲାଗିରହିବା କାରଣରୁ ବ୍ୟସ୍ତତା ବଢ଼ି ବଢ଼ି ଯିବ। ସାମାଜିକ ସ୍ତରରେ ପ୍ରତିଷ୍ଠା ସାଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତତ୍ପରତା ବଢ଼ିପାରେ। ପ୍ରକାଶନ, ପ୍ରଶାସନ ଓ ପରିବହନରେ ସମସ୍ୟାର ସମାଧାନର ରାସ୍ତା ଖୋଲିଯିବ।

ମୀନ:-ଆଜି ଆପଣ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ବଢ଼ିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ। ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ହେବା ନିଶ୍ଚିତ।

Khansweb Solution Bhubaneswar

Leave A Reply

Your email address will not be published.