banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଶିଳ୍ପ,ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ। ନୂତନ ଗୃହୋପକରଣ କ୍ରୟ କରିପାରନ୍ତି।

ବୃଷ:-ଆଜି ପରିବାର ସକାଶେ ପରିସ୍ଥିତି ତାଡନାରେ କେତେକ କାମ କରିବାକୁ ବାଧ୍ୟ ହେବେ। ଦୀର୍ଘଦିନରୁ ପରିକଳ୍ପନା କରିଥିବା ନୂତନ ଯୋଜନା ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ। ସହକର୍ମୀଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।

ମିଥୁନ:-ଆଜି ଆର୍ଥିକ ଅଭାବ ଅନଟନ ମାନସିକ ଶାନ୍ତିକୁ ନଷ୍ଟକରିପାରେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ସାମାଜିକ ସ୍ତରରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ପୁନର୍ବସୁ ନକ୍ଷତ୍ରର ବହୁ ବିଳମ୍ବରେ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ।

କର୍କଟ:-ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ପ୍ରଶାସନିକ ସ୍ତରରେ, ସାଂଗଠନିକ ସ୍ଥିତିରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ସାଧାରଣ ଭାବରେ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେଇପାରେ।

ସି˚ହ:-ଆଜି କର୍ମ କ୍ଷେତ୍ରରେ ଆହ୍ବାନ ବ୍ୟତିରେକ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବନ୍ଧୁମାନଙ୍କୁ କୌଶଳପୂର୍ଣ୍ଣ କଥା କହି ନିିଜର କାର୍ଯ୍ୟ ହାସଲ କରିନେବେ।

କନ୍ୟା:-ଆଜି ପୂର୍ବରାଗ ଶୁଝାଇବାକୁ ଯାଇ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ପୁରାତନ ରୋଗ, ଋଣ ଓ କାର୍ଯ୍ୟହାନି ଯୋଗୁ ଅଧିକାଂଶ ସମୟ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

ତୁଳା:-ଆଜି ବିଭିନ୍ନ ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିବ। ବନ୍ଧୁଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ।

ବିଛା:-ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟହାସଲ ସକାଶେ ନିଜର ଆତ୍ମୀୟ ମାନଙ୍କ ସହ ଆଲୋଚନା କରିପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁତା ପଥରୋଧ କରୁଥିବାର ସନ୍ଦେହ କରି ପଡୋଶୀଙ୍କ ସହ କଳହ ଲାଗିପାରେ। ଆଇନ, ଅଦାଲତ ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।

ଧନୁ:-ପାରିବାରିକ କ୍ଷେତ୍ରରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଉତ୍ତରାଷାଢା ନକ୍ଷତ୍ରର ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଯିବାର ସୂଚନା ରହିଛି।

ମକର:-ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ। ଶ୍ରବଣା ନକ୍ଷତ୍ରର ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ। କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଯାତ୍ରା ସମୟରେ ଅନ୍ୟମନସ୍କ ରହି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

କୁମ୍ଭ:-କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ସ୍ବାସ୍ଥ୍ୟହାନି, ଅର୍ଥାଭାବ, ପଡୋଶୀଙ୍କ କଳହ, ଆତ୍ମୀୟଙ୍କ ବେଖାତିର ଯୋଗୁ ମନ ଅଶାନ୍ତ ରହିବ।ଯାତ୍ରା, ବାଣିଜ୍ୟ, ପରିବହନ ବାଧାପ୍ରାପ୍ତ ହେବନାହିଁ।

ମୀନ:-ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ଟେନ୍ସନ ଜମା ଛାଡିବ ନାହିଁ। ବନ୍ଧୁଙ୍କ ପରାମର୍ଶକୁ ଅନୁଧ୍ୟାନ କରି ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ଶତ୍ରୁମାନେ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରନ୍ତି। ବନ୍ଧୁଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହେବେ।

Khansweb Solution Bhubaneswar

Leave A Reply

Your email address will not be published.