banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ଆପଣ ସହଜ ଓ ସୁବିଧାରେ କାମ ହାସଲ କରିବେ । ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିପାରନ୍ତି ।  ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ ।

ବୃଷ:-ଆଜି ପରୋକ୍ଷ ଶତ୍ରୁତା ପ୍ରାପ୍ୟଧନରେ ବାଧା ସୃଷ୍ଟି କରିବ ।  ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଆପଣଙ୍କୁ ଅତିଷ୍ଠ କରିପାରେ ।  କଳା, ସାହିତ୍ୟ, ସାମ୍ବାଦିକତାରେ ସମସ୍ୟା ସମାଧାନ ହୋଇଯିବ ।  ପିଲାମାନଙ୍କ ଗୌରବ ସାମୟିକ ସାନ୍ତ୍ୱ୍ବନାର କାରଣ ହେବ ।

ମିଥୁନ:-ଆଜି ଅନ୍ୟମନସ୍କତା କାରଣରୁ ଟଙ୍କା ପଇସା କିମ୍ବା କୌଣସି ଜିନିଷ ହଜିଯାଇପାରେ ।  ପାରିବାରିକ ସମସ୍ୟାକୁ ନେଇ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ ।  ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ ।  ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି ।

କର୍କଟ:-ଆଜି ଆପଣ ବିଭିନ୍ନ ସମସ୍ୟା ବିଷୟ ଚିନ୍ତା କରିବା ଦ୍ବାରା ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ ।  ଅଶ୍ଳେଷା ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା ସମାଲୋଚିତ ହେବାକୁ ପଡିପାରେ ।  ଆର୍ଥିକ ଦିଗଟି ଭଲ ରହିବ, କିନ୍ତୁ ବାକି ଥିବା ଟଙ୍କା ଫେରି ପାଇବେ ନାହିଁ ।  ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ।

ସି˚ହ:-ଆଜି ଅଧିକାଂଶ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।  କୌଣସି ଆନୁଷ୍ଠାନିକ କାମ କିମ୍ବା କୌଣସି ଶୁଭକାର୍ଯ୍ୟରେ ଯୋଗଦେଇପାରନ୍ତି ।  ପୂର୍ବାଫାଲଗୁନୀ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି ।  ବ୍ୟବସାୟ, ନିର୍ମାଣ, କାରିଗରୀ, କଣ୍ଟ୍ରାକ୍ଟରୀ, ରପ୍ତାନି ବାଣିଜ୍ୟରେ ଉନ୍ନତି କରିବେ ।

କନ୍ୟା:-ଆଜି ଆପଣ ଯାହା ପାଇବା ପାଇଁ ଆଶା ବାନ୍ଧି ବସିଛନ୍ତି ତାହା ପାଇବା ପାଇଁ ଲଢେଇ କରିବାକୁ ପଡିପାରେ ।  ବ୍ୟବସାୟରେ ଲାଭ ମିଳିବ; ମାତ୍ର ତାହା ଅନ୍ୟ ଦିଗରେ ବ୍ୟୟ ହୋଇଯିବ ।  ଖାଦ୍ୟର ବିଷମତା ହେତୁ ପେଟ ଗୋଳମାଳ ଦେଖାଦେଇ ପାରେ ।  ହସ୍ତା ନକ୍ଷତ୍ର ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ।

ତୁଳା:-ଆଜିର ଯାତ୍ରା ସ୍ଥଗିତ ରହିଯିବ,ବ୍ୟବସାୟରେ ଝଗଡାଜନିତ ମାନସିକ ଅଶାନ୍ତିର ସୂଚନା ରହିଛି ।  ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି, ଆପଣ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ ।  ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ ।  ସ୍ବାତୀ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି ।

ବିଛା:-କାମରେ କିଛିଟା ପ୍ରତିବନ୍ଧକ ଲାଗି ରହିଥିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ ।  ଗାଡି ମରାମତି ଘର ସାଜସଜ୍ଜା,ବ୍ୟବସାୟିକ ଆଲୋଚନାରୁ ସଫଳତା ମିଳିବ ।  ଅଫିସ୍‌ କାମ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ ।  ଜ୍ୟେଷ୍ଠା ନକ୍ଷତ୍ର ସକାଶେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ ।

ଧନୁ:-ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ଅବଶ୍ୟମ୍ଭାବୀ ।  କଳା, ସାହିତ୍ୟ, କ୍ରୀଡା କିମ୍ବା ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ ।  ଉତ୍ତରାଷାଢା ନକ୍ଷତ୍ରର ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ।  ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡିପାରେ ।

ମକର:-ଆଜି ମନ ବୁଝିଲା ଭଳି କିଛି ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ ।  କୌଣସି ପ୍ରତୀକ୍ଷିତ ଖବରଟି ପଡୋଶୀଙ୍କଠାରୁ ପାଇ ଖୁସି ହେବେ ।  ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ମାନସିକ ଅଶାନ୍ତି ଦେଖା ଦେଇପାରେ ।  ଶ୍ରବଣା ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ ।

କୁମ୍ଭ:-ଆଜି ଯାନ ବାହନରେ ଯାତ୍ରାକାଳୀନ ଅପ୍ରୀତିକର ପରିସ୍ଥିିତିର ସାମ୍‌ନା କରିବାକୁ ପଡିପାରେ ।  ଶତଭିଷା ନକ୍ଷତ୍ର ବ୍ୟକ୍ତିବିଶେଷ ପ୍ରଚାରିତ ମିଥ୍ୟା ଗୁଜବ ପ୍ରତି ମନ ଦିଅନ୍ତୁ ନାହିଁ ।  ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି ।  ବାଣିଜ୍ୟ, ବ୍ୟବସାୟରେ ଶୁଭଫଳ ମିଳିବ ।

ମୀନ:-ଅତୀତର କୌଣସି ଅଭୁଲା କଥା ମନକୁ ବାରମ୍ବାର ଆଲୋଡିତ କରିବ ।  ଉତ୍ତରଭାଦ୍ର ନକ୍ଷତ୍ର ପାଇଁ ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି ।  ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ ।  ମିତ୍ର ବନ୍ଧୁମାନେ ଅସହଯୋଗ କରିପାରନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.