banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:- ଆଜି ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାତ୍ରାରେ କଳହର ଆଶଙ୍କାକୁ ଏଡିହେବ ନାହିଁ। ଅବଶ୍ୟ କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅପେକ୍ଷାକରି ରହିଥିବା ଖବର ପାଇ ମନ ଖୁସି ହୋଇଯାଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହେବା କାରଣରୁ ବିବ୍ରତବୋଧ କରିପାରନ୍ତି।

ବୃଷ:- ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ। ଆର୍ଥିକ ସ୍ଥିତିରେ ଅଭାବନୀୟ ପରିସ୍ଥିତି କାର୍ଯ୍ୟହାନିର କାରଣ ହୋଇପାରେ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ ଓ କର୍ମକ୍ଷେତ୍ର ସମସ୍ୟାବହୁଳ ରହିବ।

ମିଥୁନ:-ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତା କାରଣରୁ ଦୈହିକ ଓ ମାନସିକ ସୁସ୍ଥତା ହରାଇବେ। ଚନ୍ଦ୍ରଙ୍କ ଦୁର୍ବଳତା ଅର୍ଥସଂକଟ, ଋଣ ପରିଶୋଧ, ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତିତ କରାଇପାରେ। ପୃଷ୍ଠପୋଷକମାନଙ୍କ ସହାୟତାରେ ରାଜନୀତି ତଥା ଗଠନମୂଳକ କାର୍ଯ୍ୟ ପ୍ରତି ମନ ବଳିପାରେ।

କର୍କଟ:- ଆଜି କର୍ମକ୍ଷେତ୍ରରେ ସାମୟିକ ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯାଇପାରେ। ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ସଭାସମିତି ଓ ମାଙ୍ଗଳିକ କାର୍ଯ୍ୟରେ ବାଧା ଉପୁଜିପାରେ।

ସି˚ହ:- ଆଜି ପରିସ୍ଥିତିବଶତଃ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା କରିପାରନ୍ତି। କେତେକ ଗୁରୁତ୍ୱପୂର୍ଣ୍ଣ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ସହକର୍ମୀଙ୍କ ସାହାଯ୍ୟ,ସହଯୋଗରୁ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ପଡ଼ିବ।

କନ୍ୟା:- ଆଜି ପରିବାରରେ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଚନ୍ଦ୍ରଙ୍କ ସ୍ଥିତି ଜନିତ ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇଦେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରା ବିଳମ୍ବ ଘଟିପାରେ। ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି।

ତୁଳା:- ଆଜି ସକାଳୁ ସକାଳୁ ଶୁଭ ଖବର ପାଇ ମନ ଏକ ପ୍ରକାର ଖୁସି ହୋଇଯିବ। କିନ୍ତୁ ଦୁର୍ବଳ କର୍ମାଧିପ କାରଣରୁ ସବୁ କାମ ବହୁ ଡେରିରେ ହେଉଥିବାରୁ ମନଟା ଭଲ ଲାଗିବ ନାହିଁ। ଘର ସାଜସଜ୍ଜା କମ୍ବା ମରାମତି କାମରେ ସମୟ ଅତିବାହିତ କରିବେ। ପାରିବାରିିକ ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିପାରନ୍ତି।

ବିଛା:- ଆଜି ବିଭିନ୍ନ ପ୍ରକାର ଦୁର୍ଭାବନାରେ ମନ ବିଚଳିତ ରହିବ ମାତ୍ର ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଚିନ୍ତା କରୁଥିବା କାମରେ ସଫଳତା ବିଳମ୍ବରେ ପାଇବେ।

ଧନୁ:- ଆଜି ପରିବାରର ଖର୍ଚ୍ଚ ପରିମାଣ ବଢ଼ିଯିବା କାରଣରୁ ମାନସିକ ସ୍ଥିତି ବିଗିଡି ଯାଇପାରେ। ବକ୍ରୀ ତୃତୀୟାଧିପଙ୍କ ଯୋଗୁ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ବନ୍ଧୁ ଭୁଲ୍‌ ବୁଝିବେ। ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ। ବନ୍ଧୁଙ୍କ ମନୋରଞ୍ଜନ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି।

ମକର:- ଆଜି ଆତ୍ମୀୟଙ୍କ ନିକଟରୁ ସକାଳୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ବନ୍ଧୁଙ୍କ ରୁଗ୍‌ଣ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। କର୍ମକ୍ଷେତ୍ରରେ ସ୍ଥିରତା ଫେରିଆସିବାର ସମ୍ଭାବନା ରହିଛି। ନିଜ କୃତକର୍ମର ପରିଣାମସ୍ବରୂପ ଲୋକଙ୍କ ଉପରୁ ଆସ୍ଥା ହରାଇପାରନ୍ତି।

କୁମ୍ଭ:- ଆଜି କର୍ମକ୍ଷେତ୍ର, ପରିବାର, ଯାନବାହନ,ବନ୍ଧୁ ସମ୍ପର୍କ ଦୃଢ଼ୀଭୂତ ହେବ। ବିନା ଆହ୍ବାନରେ ଅନ୍ୟମାନଙ୍କ ସକାଶେ ଭଲ କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ଅନ୍ୟମନସ୍କତାରୁ ହାତ ପାଦ କିମ୍ବା ଆଣ୍ଠୁଗଣ୍ଠିରେ ପୀଡ଼ା ଲାଗିପାରେ। ଦୂରସ୍ଥାନକୁ ଯିବାକୁ ମନସ୍ଥ କରି ବାଟରୁ ଫେରି ଆସିବାକୁ ପଡ଼ିବ।

ମୀନ:-ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦ ବଢ଼ିବ। ଅଧସ୍ତନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କରି ଅପମାନିତ ହେବେ। ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉଥିବାରୁ ଚିନ୍ତିତ ରହିପାରନ୍ତି।

Khansweb Solution Bhubaneswar

Leave A Reply

Your email address will not be published.