banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:- ଆଜି ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି। ଉପୁଜି ଥିବା ଆକସ୍ମିକ ସମସ୍ୟାର ସମାଧାନ କରିବାରେ ବିବ୍ରତ ହୋଇପାରନ୍ତି। ପରଧନରେ ଧନୀ ହେବା ଆଶା କରାଯାଏ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନ ଚାଳନାରେ ସତର୍କ ହେବେ।
ବୃଷ:- ଆଜି ବନ୍ଧୁ ମିଳନ ଘଟିପାରେ। ଧନ, ଜନ, ଗୋପ, ଲକ୍ଷ୍ମୀ ପ୍ରାପ୍ତିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ଧର୍ମାଶ୍ରିତ ହେବେ। କର୍ମଚଞ୍ଚଳ ରହିବେ। ଜ୍ଞାନ ଗରିମାଯୁକ୍ତ ହୋଇପାରନ୍ତି। ନିଜ ଅଭିଜ୍ଞତାରୁ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଯୋଜନା ପ୍ରସ୍ତୁତ କରିବେ।
ମିଥୁନ:- ଆଜି ଦୀର୍ଘଦିନର ଆଶାପୂରଣ ହୋଇପାରେ। ଶାନ୍ତି-ସନ୍ତୋଷ ଲାଭ କରିବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଶାନ୍ତ, ନିପୁଣ ଓ ମେଧାବୀ ହେବେ। ଜିତେନ୍ଦ୍ରିୟ ହୋଇପାରନ୍ତି। ବିଦ୍ବାନ୍ ଓ ଦୟାଳୁ ସ୍ବଭାବର ହେବେ। ଉତ୍ତମ ମନ୍ତ୍ରଣାଦାତା ହେବେ।
କର୍କଟ:- ଆଜି ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସଫଳତା ମିଳିବ। ସର୍ବ ସୁଖ ମିଳିବା ଆଶା କରାଯାଏ। ନୃତ୍ୟ-ସଙ୍ଗୀତପ୍ରିୟ ହୋଇପାରନ୍ତି। ସତ୍‌କର୍ମରେ ନିୟୋଜିତ ହେବେ। ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି। ଲାଗି ଥିବା ବିବାହ ପ୍ରସଙ୍ଗ ବିଳମ୍ବିତ ହେବ।
ସିଂହ:- ଆଜି ଆପଣ ନିଜ ଜିଦ୍‌ରେ ଅଟଳ ରହିପାରନ୍ତି। ସାଧନାରେ ସିଦ୍ଧି ପାପ୍ତ ହେବା ଆଶା କରାଯାଏ। ଠାକୁରଙ୍କ ଦର୍ଶନାଭିଳାଷୀ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କୃଷିକାର୍ଯ୍ୟରେ ମନ ଦେବେ। ଯାନବାହନ ଓ ଗୃହ ସୁଖ ମିଳିବା ଆଶା କରାଯାଏ।
କନ୍ୟା:- ଆଜି ଆପଣଙ୍କର ଉଚ୍ଚ ଆଶା ଫଳବତୀ ହେବ। ସତ୍‌ସଙ୍ଗୀ ହେବେ। ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ପୂଜାର୍ଚ୍ଚନା ପାଇଁ ମନ ବଳାଇ ପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ବୀ ହୋଇପାରନ୍ତି। ନିଜ ବିଭାଗୀୟ ଅର୍ଥ ପ୍ରାପ୍ତ ହେବେ।
ତୁଳା:- ଆଜି କୃତକର୍ମର ଫଳଭୋଗ କରିବେ। ଅପେକ୍ଷାରତ ହେଲେ ବିଳମ୍ବରେ ଅର୍ଥ ମିଳିବ। ଗୁରୁକୃପା ଲାଭ କରିବେ। ପ୍ରୀତିଲାଭ କରିପାରନ୍ତି। ବୁଦ୍ଧିମାନ୍‌ ହେବେ। ଯାନବାହନ ଓ ଧନଯୁକ୍ତ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ମିଳିପାରେ।
ବିଛା:- ଆଜି ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟର ମାତ୍ରା ବୃଦ୍ଧି ହୋଇପାରେ। ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ମନୋବଳ ଦୃଢ଼ ରହିବ। ସୁସ୍ଥ ଓ ନିରାମୟ ରହିବେ। ପାରିବାରିକ ସୁଖ ମିଳିବ। ବନ୍ଧୁ ସହାୟତା ପାଇପାରନ୍ତି।
ଧନୁ:- ଆଜି ଆର୍ଥିକ ସମସ୍ୟା ସୁଧାରିବା ପାଇଁ ମନରେ ଦ୍ବନ୍ଦ୍ବ ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ସତ୍‌ଚିନ୍ତାଧାରା ନେଇ କାର୍ଯ୍ୟ ସଂପାଦନ କରିବେ। କାର୍ଯ୍ୟରେ ବୈଶିଷ୍ଟ୍ୟ ଲାଭ କରିପାରନ୍ତି। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ମଧୁରଭାଷୀ ହେବେ।
ମକର:- ଆଜି ଜଟିଳ କାର୍ଯ୍ୟକୁ ସରଳ କରିବାରେ ପାରଙ୍ଗମ ହେବେ। ସମ୍ମାନିତ ହେବା ଆଶା କରାଯାଏ। ଅସୁସ୍ଥତାରୁ ଆରୋଗ୍ୟ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। କୀର୍ତ୍ତିମାନ୍‌ ହେବେ। ମନ ପ୍ରସନ୍ନ ରହିବ। ସୁଖୀ ହେବେ।
କୁମ୍ଭ:- ଆଜି ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ସେବା ମନୋଭାବର ହେବେ। ମନ ପ୍ରଫୁଲ୍ଲ ରହିବ। କର୍ମକ୍ଷେତ୍ର ଉଳମୟ କରିପାରନ୍ତି। ସରକାରୀ ଅର୍ଥ ମିଳିପାରେ। ଉତ୍ତମଗୁଣଯୁକ୍ତ ହେବେ। ଯାନବାହନ ସୁଖ ମିଳିବ। କରିତ୍‌କର୍ମା ହେବେ।
ମୀନ:- ଭାଗ୍ୟଶାଳୀ ହେବେ। ଈଶ୍ବର ନିଷ୍ଠା ଆପଣଙ୍କୁ ମହାନ୍‌ କରିପାରେ। ନୂତନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ବ୍ୟବସାୟ ଲାଭଜନକ ହେବ। ପ୍ରୀତି ଲାଭ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ।

Khansweb Solution Bhubaneswar

Leave A Reply

Your email address will not be published.