banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ଆର୍ଥିକ ଅଭାବ, ଅନଟନ ନ ଥିଲେ ମଧ୍ୟ କାମଗୁଡ଼ିକ ସୁବିଧାରେ ହେବନାହିଁ। ଶତ୍ରୁତା କାରଣରୁ ବନ୍ଧୁଙ୍କ ସଦ୍‌ଭାବ ସହକର୍ମୀମାନଙ୍କ ସହଯୋଗ ମଧ୍ୟ ପାଇବେ ନାହିଁ। ଦୀର୍ଘଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିବ।

ବୃଷ:-ଆଜି କଥା ଦେଇଥିବା ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଆବଶ୍ୟକ ସାହାଯ୍ୟ, ସହଯୋଗ ଅବଶ୍ୟ ପ୍ରଦାନ କରିବେ । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଆଇନ, ଅଦାଲତ ସମ୍ବନ୍ଧୀୟ ଝମେଲାର ଅବସାନ ଘଟିବ। ସପ୍ତମାଧିପତି ଶନି ଦୃଷ୍ଟିରେ ଥିବାରୁ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।

ମିଥୁନ:-ଆଜି ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ। ପାରିବାରିକ,ପ୍ରଶାସନ,ଯାନବାହନ,ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପାରିବାରିକ ସମସ୍ୟା ବୃଦ୍ଧି ପାଇବା ହେତୁ ବ୍ୟସ୍ତତା ବଢ଼ିଯିବ। ରାଜନୀତି କ୍ଷେତ୍ରରେ ଆଶାନୁରୂପ ଫଳ ମିଳିବ।

କର୍କଟ:-ଆଜି ପଡ଼ୋଶୀଙ୍କ ମଧୁରବଚନ ଓ ସରଳ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। କୌଣସି ବିବାଦୀୟ ପରିସ୍ଥିତିରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। ଚନ୍ଦ୍ର ଓ ଶନିଙ୍କ ଷଡ଼ାଷ୍ଟକସ୍ଥିତି ହେତୁ ଶିଳ୍ପ,ବାଣିଜ୍ୟ,ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।

ସି˚ହ:-ଆଜି ପରିବାରରେ ସାଧାରଣ କଥାରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବିଭିନ୍ନ ପ୍ରକାର ଆବଶ୍ୟକତାକୁ ନେଇ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବ। ହୋଟେଲ, ରେଷ୍ଟୁରାଣ୍ଟ ପ୍ରଭୃତିରୁ ଲାଭବାନ୍‌ ହେବେ।

କନ୍ୟା:-ଆପଣଙ୍କର ବାରମ୍ବାର ଅସଫଳତା ହେତୁ ମାନସିକ ଅବସାଦ ବୃଦ୍ଧି ପାଇବ। ପାଖ ପଡ଼ୋଶୀଙ୍କ ହସ୍ତକ୍ଷେପ ଫଳରେ ପରିବାରରେ ପୁନର୍ବାର ଶାନ୍ତି ଫେରିଆସିବ। ଇଚ୍ଛା ନ ଥାଇ ମଧ୍ୟ ନିମନ୍ତ୍ରଣ ପ୍ରାପ୍ତ ହୋଇ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାମାଜିକ ସ୍ତରରେ ମିଥ୍ୟା ଗୁଜବ ପ୍ରତି ମନ ଦିଅନ୍ତୁ ନାହିଁ।

ତୁଳା:-ପରିବାରରେ ବିଶୃଙ୍ଖଳିତ ପରିସ୍ଥିତି ଲାଗି ରହିବା କାରଣରୁ ଆଜିର କାମଗୁଡ଼ିକ ସମ୍ପୂର୍ଣ୍ଣ ହେବନାହିଁ। ବିଶାଖା ନକ୍ଷତ୍ର ମାନସିକ ଅସ୍ଥିରତା ହେତୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।

ବିଛା:-ଆଜି ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ। ପାରିବାରିକ ସ୍ତରରେ ବୃଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସମସ୍ୟାର କାରଣ ହୋଇପଡ଼ିବ। ସାହିତ୍ୟ, କଳା, ଗବେଷଣା
ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।

ଧନୁ:-ଆପଣଙ୍କ କାର୍ଯ୍ୟଦକ୍ଷତା ହେତୁ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ମଧ୍ୟରେ କାମ ହାସଲ କରିବେ। ନିର୍ମାଣ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ବାଧାପ୍ରାପ୍ତ ହେବ। ଈର୍ଷାପରାୟଣ ହୋଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।

ମକର:-ବିବାଦୀୟ ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କଲେ ସଫଳତା ପାଇବାର ଆଶା ରହିଛି। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସ୍ବଭାବରେ ପରିବର୍ତ୍ତନ ଯୋଗୁ ବିଚଳିତ ହେବେ। ବନ୍ଧୁମାନଙ୍କ ପରାମର୍ଶରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।

କୁମ୍ଭ:-ସମସ୍ୟା ଲାଗିରହିଥିଲେ ମଧ୍ୟ ଆପଣଙ୍କ କୌଣସି କାମ ଅଟକି ରହିବ ନାହିଁ। ଯାନବାହନ, ଲୋକସମ୍ପର୍କ,ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ଫାଇଲ ସମ୍ବନ୍ଧୀୟ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିପାରନ୍ତି।

ମୀନ:-ଯେକୌଣସି ପରିସ୍ଥିତି ହେଉନା କାହିଁକି, ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସବୁକିଛି ଠିକ୍‌ ହୋଇଯିବ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇପାରନ୍ତି। ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।

Khansweb Solution Bhubaneswar

Leave A Reply

Your email address will not be published.