banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି କର୍ମକ୍ଷେତ୍ର ପ୍ରଶସ୍ତ ରହିବ ବନ୍ଧୁମାନଙ୍କ ପରାମର୍ଶ କ୍ରମେ ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟମାନଙ୍କ ପ୍ରତି ଆଗ୍ରହୀ ହେବେ । ଗୃହ ମରାମତି, ଭୂମିକ୍ରୟ, ଗାଡିମୋଟର କିଣାବିକା କ୍ଷେତ୍ରରେ ସମସ୍ୟା ଉପୁଜିପାରେ ।

ବୃଷ:-ଆଜି ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମଗୁଡିକ ସହଜରେ ସମ୍ପନ୍ନ କରିପାରିବେ । ଅସାବଧାନତାବଶତଃ ଘରେ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବାରୁ ଲଘୁକ୍ରୋଧ ପ୍ରକାଶ କରିପାରନ୍ତି । କୌଣସି ଦୂରାଗତ ବନ୍ଧୁଙ୍କ ସହ ଦେଖାହୋଇ କିଛି ସମୟ ଅଟକି ରହିଯାଇପାରନ୍ତି ।

ମିଥୁନ:-ଆପଣଙ୍କର ଅଟକି ରହିଥିବା କାମକୁ ଆଜି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରି ସଫଳତା ଅର୍ଜନ କରିବେ । ପରିବାର ଭିତରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି ତର୍କ ବିତର୍କର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ ।

କର୍କଟ:-ଆଜି କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ ଓ ଅସମ୍ଭବ ମନେହେଉଥିବା କାମକୁ ସମ୍ଭବ କରିପାରିବେ ।ଗୃହୋପଯୋଗୀ ଜମିଜମା କିମ୍ବା ଯାନ୍ତ୍ରିକ ଉପକରଣ, ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି । ଶିଳ୍ପ,ବାଣିଜ୍ୟ,ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ମିଳିବ ।

ସି˚ହ:-ଆଜି କିଛି ଦ୍ୱନ୍ଦ୍ୱାମତ୍କ ଖବର ମନକୁ ଅସ୍ଥିର କରିଦେଇପାରେ । ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନମାନେ ପରୋକ୍ଷ ଭାବେ କଡା ସମାଲୋଚନା କରିପାରନ୍ତି । ଯାତ୍ରା ସମୟରେ ଅନ୍ୟମନସ୍କ କିମ୍ବା ସତର୍କ ନ ରହିଲେ ଜିନିଷ ହଜିଯାଇପାରେ ।

କନ୍ୟା:-ଆଜି ଆପଣଙ୍କର କଳହର ଆଶଙ୍କା ରହିବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜ ଓ ସରଳ ଭାବରେ ଗ୍ରହଣ କରିପାରିବେ ନାହିଁ । ପରିବାର ସଦସ୍ୟଙ୍କର ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ମଧ୍ୟରେ ସ୍ବଚ୍ଛତାର ଅଭାବ ପରିଲକ୍ଷିତ ହେବ ।

ତୁଳା:-ଆଜି ଆପଣ ସବୁଥାଇ ମଧ୍ୟ ନ ଥିଲା ଭଳି ଅନୁଭବ କରିବେ । ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରି ମନ ଅଶାନ୍ତ ହୋଇପାରେ । ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନରେ ଅଫିସ୍‌ କାମରେ ଯୁକ୍ତିତର୍କର ଆଶଙ୍କା ରହିଛି । ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟରେ ଅବଶ୍ୟ ଲାଭବାନ୍‌ ହେବେ ।

ବିଛା:-ବ୍ୟୟାଧିପଙ୍କ ଦୃଷ୍ଟିପ୍ରଭାବରେ ଆଜି ପ୍ରତ୍ୟେକ କାମ ବ୍ୟୟ ବହୁଳ ହେବ କିନ୍ତୁ ସଫଳତା ପାଇବେ । କିନ୍ତୁ ପ୍ରଶାସନ, ପ୍ରକାଶନ, ପରିବହନ, ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି ।

ଧନୁ:-ଆଜି ସାଧାରଣ ଭୁଲ୍‌ରୁ ପରିବାରରେ ଅଶାନ୍ତର ବାତାବରଣ ସୃଷ୍ଟି ହୋଇପାରେ । ଖର୍ଚ୍ଚଭାର ବୃଦ୍ଧି ପାଇବାକୁ ଥିବା ବିଷୟ ଆପଣଙ୍କ ସକାଶେ ଚିନ୍ତାର କାରଣ ହେବ । ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ । ନିଜ ଲୋକମାନଙ୍କୁ ସନ୍ଦେହ କରିପାରନ୍ତି ।

ମକର:-ଆର୍ଥିକ ଅଭାବ ଓ ଅନଟନ କାମକୁ କିଛି ମାତ୍ରାରେ ସଂକୁଚିତ କରି ଦେଇପାରେ । ତଥାପି ଆକସ୍ମିକ ଭାବରେ ବନ୍ଧୁଙ୍କ ସାହାଯ୍ୟ ଲାଭ କରି ସାମୟିକ ଆଶ୍ୱସ୍ତି ଲାଭ କରିବେ । ଶିକ୍ଷା, ପରୀକ୍ଷା, ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ, ଗବେଷଣା, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବ । ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ଚିନ୍ତିତ ରହିପାରନ୍ତି ।

କୁମ୍ଭ:-ଆଜି ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ । ସାମୟିକ ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ଚେଷ୍ଟାକଲେ ଉପକାର ମିଳିବ । ଆଜିର ପ୍ରତ୍ୟୁଷ ଯାତ୍ରା, ନିର୍ମାଣ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଭଲ । କୌଣସି ଚୁକ୍ତିପତ୍ର ପାଇଁ ଟଣାଓଟରା ଲାଗିପାରେ ।

ମୀନ:-ଦୀର୍ଘଦିନରୁ ମନରେ ବସା ବାନ୍ଧିଥିବା ନୂତନ ଯୋଜନା କରିବା ସକାଶେ ମନ ବଳାଇବେ । ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ପରେ ଅନୁତାପ କରିବାକୁ ପଡିପାରେ । ଶନିଯୁକ୍ତ ଚନ୍ଦ୍ରଜନିତ ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜି ବୁଲିବେ।

Khansweb Solution Bhubaneswar

Leave A Reply

Your email address will not be published.