banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ଆପଣଙ୍କର ଶାରୀରିକ ଅସୁସ୍ଥତା,ବ୍ୟୟବୃଦ୍ଧି ଓ ଆକସ୍ମିକ ଅନିଚ୍ଛାକୃତ ଯାତ୍ରା ଜନିତ ଚିନ୍ତା ରହିବ। ଅବଶ୍ୟ ଚନ୍ଦ୍ର ଓ ମଙ୍ଗଳଙ୍କ ସ୍ଥିତି ହେତୁ ସାମାଜିକ ସ୍ତରରେ ଉଲ୍ଲେଖନୀୟ କାମ କରି ପ୍ରଶଂସିତ ହେବେ । ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ ପରକଥା ଶୁଣି ମାନସିକ ଶାନ୍ତି ବ୍ୟାହତ ହୋଇପାରେ ।

ବୃଷ:-ଆଜି ଆନୁଷ୍ଠାନିକ କ୍ଷେତ୍ରରେ, ବନ୍ଧୁତ୍ୱ ସ୍ଥାପନରେ, ଲେଖାପଢ଼ାରେ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ । ଶେଷପର୍ଯ୍ୟାୟରେ ବିବାଦୀୟ ଘଟଣା ଅମୀମାଂସିତ ରହିଯାଇପାରେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ସମସ୍ୟା ମୁକ୍ତ ରହିପାରନ୍ତି ।

ମିଥୁନ:-ଆଜି ସ୍ବାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ନିୟନ୍ତ୍ରିତ ରହିବ । ଘରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହେବେ । ଅଫିସ୍‌ରେ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି ।
ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବାରେ ଜଣେ ଅଜଣା ବନ୍ଧୁଙ୍କ ଅବଦାନ ରହିପାରେ ।

କର୍କଟ:-ଆଜି ଆପଣ ବିବାଦୀୟ ମନ୍ତବ୍ୟ ଦେଲେ ସମାଲୋଚିତ ହେବାକୁ ପଡିପାରେ । ତଥାପି ନିଜର ପ୍ରତ୍ୟୁପତ୍ନ୍ନମତିତା କାରଣରୁ ପ୍ରତ୍ୟେକ ଅସଜଡା ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ । ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡିପାରନ୍ତି ।

ସି˚ହ:-ଆଜି କୌଣସି ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ । ଅତୀତର ବିବାଦୀୟ ଘଟଣାରେ ଆଶଙ୍କା ସୃଷ୍ଟି ହେଲେ ମଧ୍ୟ ସେମିତି କିଛି ହେବ ନାହିଁ । କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।

କନ୍ୟା:-ଆପଣ ଯେତେ ଭଲକାମ କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରାଇ ପାରିବେ ନାହିଁ । ସାହିତ୍ୟ, କଳା, କ୍ରୀଡା,ଚଳଚ୍ଚିତ୍ର ଓ ଗବେଷଣା, ଅନୁସନ୍ଧାନକ୍ଷେତ୍ରରୁ ସଫଳତା ମିଳିବ । ଭାବପ୍ରବଣତାବଶତଃ ବନ୍ଧୁଙ୍କ ସହ ରୁଚିହୀନ ବାର୍ତ୍ତାଳାପ କରି ଅପଦସ୍ଥ ହୋଇପାରନ୍ତି ।

ତୁଳା:-ଆଜି ଚାପର ବଶବର୍ତ୍ତୀ ହୋଇ ଇଚ୍ଛାବିରୁଦ୍ଧ କାର୍ଯ୍ୟ ଅନୁତାପର କାରଣ ହୋଇପାରେ । ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ଭିନ୍ନାର୍ଥରେ ଗ୍ରହଣ କରିପାରନ୍ତି । ଅଭାବ ନ ଥିଲେ ମଧ୍ୟ ଯାହା ଚାହୁଁଛନ୍ତି ତାହା ନ ପାଇବା କାରଣରୁ ମାନସିକ ଅବସାଦ ଲାଗି ରହିବ ।

ବିଛା:-ଆଜିର ଦୈନିକ ଚର୍ଯ୍ୟାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ, ପ୍ରକାଶନ, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ଦୂରେଇଯିବ । ଯେତେ ଶୀଘ୍ର ଶେଷ କରିବା ସକାଶେ ଭାବୁଥିବା କାମଟିକୁ ଶେଷ କରିପାରିବେନି । ମାଲିମକଦ୍ଦମା ଓ ଚୁକ୍ତିପତ୍ର ପାଇଁ ଦିନଟି ଭଲ ।

ଧନୁ:-ଆଜି ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ରାଜନୀତି, ପ୍ରକାଶନ କିମ୍ବା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଅର୍ଥ ସମ୍ପର୍କକୁ ନେଇ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି ।

ମକର:ଅନ୍ୟମାନେ ଶତ୍ରୁତା କଲେ ମଧ୍ୟ ଅନିଷ୍ଟ କରିପାରିବେନାହିଁ । ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ, ରାଜନୀତିରେ, ସାଂସ୍କୃତିକ କାମରେ ପ୍ରଶଂସିତ ହେବେ । କିନ୍ତୁ ଅଫିସରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି ।

କୁମ୍ଭ:-ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଆଦୌ ଭଲ ସମ୍ପର୍କ ନ ଥିବା କୌଣସି ବ୍ୟକ୍ତି ବିଶେଷଙ୍କ କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଖଭାବସ୍ଥ ମଙ୍ଗଳ ଯୋଗୁ ନିକଟ ସମ୍ପର୍କୀୟ କିମ୍ବା ଆତ୍ମୀୟ ସ୍ବଜନମାନଙ୍କ ପକ୍ଷପାତିତାକୁ ନାପସନ୍ଦ କରିପାରନ୍ତି ।

ମୀନ:-ବହୁ ଆକାଂକ୍ଷିତ ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିପାରନ୍ତି । ଆନୁଷ୍ଠାନିକ କାମରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଖୁସୀ ହେବେ । ନିଜ ଚତୁଃପାର୍ଶ୍ୱରେ ରହୁଥିବା ବ୍ୟକ୍ତିବିଶେଷଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.