banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

୧୪ ଜୁନ୍ ୨୦୨୦, ରବିବାର , ପହିଲି ରଜ

0

ମେଷ:-ଆଜି ଆପଣ ନିଜ ମନର ଅସନ୍ତୋଷକୁ କଠୋର ବାକ୍ୟରେ ପ୍ରକାଶ କରିପାରନ୍ତି। ବହୁତଦିନରୁ ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା ବ୍ୟବସାୟିକ କିଛି ବିଫଳତାରୁ ଚିନ୍ତିତ ରହିପାରନ୍ତି। ଅଫିସିଆଲି କାମ ଚାପରେ ନିଜକୁ ଆଡ୍‌ଜଷ୍ଟ କରିବାକୁ ବାଧ୍ୟ ହେବେ। ଯାନ୍ତ୍ରିକ ଜିନିଷର ବ୍ୟବସାୟ ପାଇଁ ଭଲ।

ବୃଷ:-ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ।କିନ୍ତୁ ଅତୀତରୁ ରହିଆସିଥିବା ରୋଗପୀଡା, ଶତ୍ରୁତା ଓ ଧାର କରଜ ସକାଶେ ଚିନ୍ତା ଟିକେ ରହିବ। ଅବଶ୍ୟ କର୍ମ କ୍ଷେତ୍ର, ଯାନବାହନ, ଦୋକାନ ବାଡି, ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମରୁ ଉପକୃତ ହେବେ।

ମିଥୁନ:-ଆଜିର ଯାତ୍ରା ସମୟରେ ଅନ୍ୟମନସ୍କ କିମ୍ବା ଅସାବଧାନତା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ। କୌଣସି ଅଭାବ ନ ଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ମନକୁ ବିଚଳିତ କରିବ। ଅନ୍ୟମାନଙ୍କ ଦ୍ୱାରା ପ୍ରେରିତ ନ ହୋଇ ଲକ୍ଷ୍ୟହୀନ ଯାତ୍ରାରୁ ବିରତ ରହିବା ଭଲ ହେବ।

କର୍କଟ:-ଆଜି ଭୋଗବିଳାସ ସଙ୍ଗକୁ ଷ୍ଟେସନେରୀ ଜିନିଷ, ନୂତନ ବସ୍ତ୍ର ଅଳଙ୍କାର ପ୍ରାପ୍ତି ହୋଇପାରେ। ଯାନ୍ତ୍ରିକ ଜିନିଷ କିମ୍ବା ଗାଡି ମୋଟର ଆଦି କ୍ରୟ କରିବା ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ। ଦୀର୍ଘ ସମୟ ଗୋଟିଏ ସ୍ଥାନରେ ଅଟକି ରହି ଓ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ।

ସି˚ହ:ଆଜି ଆର୍ଥିକ ଅନଟନ ଓ ପାରିବାରିକ ଦୁଶ୍ଚିନ୍ତା କେତେ ମାତ୍ରାରେ ମାନସିକ ଅଶାନ୍ତି ସୃଷ୍ଟି କରିବ। ଆପଣଙ୍କ ଖର୍ଚ୍ଚ ପରିମାଣ ବଢିଯିବା ସଙ୍ଗକୁ ମନରେ ଆଶଙ୍କା ଓ ଅସ୍ଥିରତା ଲାଗି ରହିବ। ଅବଶ୍ୟ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ।

କନ୍ୟା:-ଆଜି ମନ ସ୍ଥିର ରହିବ ନାହିଁ, ସାଧାରଣ କଥାରେ ମଧ୍ୟ ବିରକ୍ତି ଅନୁଭବ କରିବେ। ଆପଣ ଗୋଟିଏ ସ୍ଥାନରେ ଜିନିଷ କିମ୍ବା କାଗଜପତ୍ର ପ୍ରଭୃତି ରଖିଦେଇ ବିସ୍ମରଣ କାରଣରୁ ବ୍ୟସ୍ତ ହେବେ। ପୁଣି ଆଣ୍ଠୁଠାରୁ ଗୋଡ ତଳକୁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ତୁଳା:-ଆଜିର ପ୍ରତ୍ୟୁଷଯାତ୍ରା, ପ୍ରତିଯୋଗିତା, ପରିବାର ଓ କର୍ମକ୍ଷେତ୍ର ସକାଶେ ମନ୍ଦ ହେବନି। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଆଧ୍ୟାତ୍ମିକ ସଭା ସମିତିରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଅଭାବ ନ ଥିଲେ କେତେକ ସମସ୍ୟା ହେତୁ ବିଶାଖା ନକ୍ଷତ୍ର ଚିନ୍ତିତ ରହିବେ।

ବିଛା:-ଆପଣଙ୍କ ଆର୍ଥିକ ଅଭିବୃଦ୍ଧି ଓ ସମ୍ମାନ, ପ୍ରତିଷ୍ଠା ମାନସିକ ସ୍ଥିତିକୁ ଋଦ୍ଧିମନ୍ତ କରିବ। ତଥାପି ତରବରିଆ ଭାବରେ କୌଣସି କାମ ନ କରି ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ଦେଖି ଚାହିଁ କାମ କରନ୍ତୁ। ପାଖରେ ଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ। ବୈଷୟିକ ସୁଖ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ।

ଧନୁ:-ଆଜି ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ ଏବଂ ଟିକିଏ ଟିକିଏ କଥାରେ ରାଗିବେ। ବହୁତ ପରିଶ୍ରମ ପରେ ଆଜି ହଠାତ୍‌ ଆପଣ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହୋଇପାରନ୍ତି। ଯାହା ଭାବୁଛନ୍ତି ଶୀଘ୍ର କରନ୍ତୁ ପୁଣି ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇବେ।

ମକର:-ଆପଣଙ୍କର ସହଜରେ କାମ ହାସଲ ହେବା କଷ୍ଟକର ହେବ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ତଥା ବିଭିନ୍ନ ପ୍ରକାରର ଝମେଲା ହେତୁ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଅର୍ଥ ସମ୍ପର୍କରୁ ଖୁସି ରହିବେ ଏବଂ ଆପୋଷ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ।

କୁମ୍ଭ:-ଆଜି ବିଶେଷ କ୍ଷତି ନ ହେଲେ ମଧ୍ୟ ସ୍ବାସ୍ଥ୍ୟ ସେତେ ଭଲ ରହିବ ନାହିଁ। ନିର୍ମାଣାଧୀନ କାର୍ଯ୍ୟ କିମ୍ବା ନୂଆ ଯୋଜନାର ପରିକଳ୍ପନା ଉପରେ ଗୁରୁତ୍ୱ ଦେବେ। ଘର କଥା ମନକୁ ବାରମ୍ବାର ଆଲୋଡିତ କରିବ। ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ, ଅନ୍ୟଥା ବିବଦମାନ ପରିସ୍ଥିତିର ସାମନା କରିବାକୁ ପଡିପାରେ।

ମୀନ:-ଆଜି ପାରିବାରିକ ସ୍ଥିରତା ସଙ୍ଗକୁ ସ୍ବାସ୍ଥ୍ୟରେ ଉନ୍ନତି ମନକୁ ସାନ୍ତ୍ୱନା ଦେବାରେ ସହାୟକ ହେବ। ଆପଣ ମନ କଥା କାହାକୁ କହିପାରିବେ ନାହିଁ କିମ୍ବା ସମାଧାନର ରାସ୍ତା ମଧ୍ୟ ଖୋଜି ପାଇବା କଷ୍ଟକର ହୋଇପଡି। ଆଜି ହଠାତ୍‌ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।

Khansweb Solution Bhubaneswar

Leave A Reply

Your email address will not be published.