banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ସକାଳୁ ସକାଳୁ ବନ୍ଧୁଙ୍କ ନିକଟରୁ ଶୁଭ ଖବର ପାଇ ମନ ଖୁସୀ ହୋଇଯିବ । ଅପରାହ୍ନରେ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କୌଣସି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଫଳରେ ଯୋଜନାକୁ କାର୍ଯ୍ୟକାରୀ କରିବା ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ ।

ବୃଷ:-ଆଜି ଅନ୍ୟମାନଙ୍କର ମନକୁ ସୁହାଇଲା ଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ । ମୃଗଶିରା ନକ୍ଷତ୍ର ଶେଷ କରିବାକୁ ଭାବୁଥିବା କାମଟି ବିଭିନ୍ନ ସମସ୍ୟା ହେତୁ ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇଯିବ । କଳା, ସାହିତ୍ୟ, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ ।

ମିଥୁନ:-ଆଜି ଖର୍ଚ୍ଚାନ୍ତ ହେତୁ ମନସ୍ତାପ କରିବାକୁ ପଡ଼ିପାରେ । ପିଲାଙ୍କ ଅଭିଯୋଗକୁ ଅଦେଖା ଅଶୁଣା କରିବା ଦ୍ୱାରା ଓଲଟା ଫଳ ପାଇବେ । ପରିବାରରେ ସ୍ତ୍ରୀଙ୍କ ସହଯୋଗରେ ଅଟକି ରହିଥିବା କାମଗୁଡିକ ତ୍ୱରାନ୍ବିତ ହେବ । ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି ।

କର୍କଟ:-ଆଜି ଅର୍ଥଲାଭ, ନଷ୍ଟଦ୍ରବ୍ୟ ପ୍ରାପ୍ତି ଓ ସହକର୍ମୀଙ୍କ ସହାନୁଭୂତି ପାଇବେ । ତଥାପି ବିଶ୍ରାମହୀନ କାର୍ଯ୍ୟ, ଅନିଦ୍ରା, କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ । ଆଶା ପୂରଣ ନ ହେଲେ ମଧ୍ୟ କେତେକାଂଶରେ ଉପକୃତ ହେବା କାରଣରୁ ମନକୁ ବୁଝାଇ ନେଇପାରିବେ ।

ସି˚ହ:-ଆଜି ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ କାରଣରୁ ମାନସିକ ଶାନ୍ତି ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ,ଏଣୁ ସତର୍କ ରହିବା ଭଲ । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ସଙ୍ଗୀତ ସମାରୋହରେ ନିଜକୁ ପ୍ରତିଷ୍ଠିତ କରାଇପାରିବେ।

କନ୍ୟା:-ଆଜି ବନ୍ଧୁମିଳନଜନିତ ଆନନ୍ଦ ଅନୁଭବ କରିବେ । ସାହାଯ୍ୟ ଓ ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ । ନିଜର କୌଣସି ତ୍ରୁଟି ନ ଥିଲେ ମଧ୍ୟ ଆତ୍ମୀୟସ୍ବଜନଙ୍କ ଭୁଲ୍‌ ବିଚାର ପାଇଁ ଚିନ୍ତା ବଢିପାରେ । ଚିତ୍ରା ନକ୍ଷତ୍ର ଆଇନ ଅଦାଲତରୁ ସୁଫଳ ପାଇବା ସଙ୍ଗକୁ ସମସ୍ୟା ମଧ୍ୟ ସମାଧାନ ହୋଇଯିବ ।

ତୁଳା:-ଆଜି ପ୍ରତ୍ୟେକ କ୍ଷେତ୍ରରେ ଚୁପଚାପ ହୋଇ ବସିରହିଲେ ବହୁ କ୍ଷତି ସହିବାକୁ ପଡିବ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ, ନତୁବା କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ । ସଭାସମିତିରେ ନିଜର ପ୍ରାଧାନ୍ୟତା ବଜାୟ ରଖିପାରିବେ ।

ବିଛା:-ଆଜି ମାନସିକ ଅସ୍ଥିରତା କାରଣରୁ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ଅଫିସ୍‌ କାମରେ ଘଟଣାଗୁଡିକୁ ଅସ୍ବାଭାବିକ ମନେ ହେବ ଓ ସନ୍ଦହଜନକ ସ୍ଥିତି ଉପୁଜିବ । ଖଳ ଲୋକମାନଙ୍କ ଦ୍ୱାରା ଅପପ୍ରଚାର ଜନିତ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ସୂଚନା ରହିଛି ।

ଧନୁ:-ଆଜି ଅତୀତ କଥାକୁ କେନ୍ଦ୍ର କରି କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ଆବଶ୍ୟକତା ପୂରଣ କରିବା ସକାଶେ ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ, ଯାହା କି ଦୁଶ୍ଚିନ୍ତାର କାରଣ ହୋଇପାରେ । ସାମୟିକ ଭାବରେ ପୁରାତନ ରୋଗରେ କଷ୍ଟ ପାଇପାରନ୍ତି ।

ମକର:-ଆଜି ଯେଉଁ କାମରେ ହାତ ଦେଲେ ମଧ୍ୟ ସେଥିରେ ସଫଳତା ନିଶ୍ଚିତ । ସାଧାରଣ କଥାକୁ କେନ୍ଦ୍ର କରି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ପୂର୍ବ ଶତ୍ରୁତା କାରଣରୁ ସାଧାରଣ କଥାକୁ ନେଇ ପଡୋଶୀ କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି । ବନ୍ଧୁମାନଙ୍କ ସହ ଆଜି ମନୋରଞ୍ଜନ ପ୍ରୀତିପ୍ରଦ ହେବ ।

କୁମ୍ଭ:-ଆଜି ପ୍ରତ୍ୟେକ କ୍ଷେତ୍ରରେ କୌଶଳ ପ୍ରୟୋଗ କରି କାମ ହାସଲ କରିବାରେ ସମର୍ଥ ହେବେ । ମାଙ୍ଗଳିକ କାର୍ଯ୍ୟ ସକାଶେ ଦୀର୍ଘ ପଥ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ । ପରିବହନରେ ଲାଭାଂଶ ମାନ୍ଦା ହେବ ନାହିଁ । ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି, ଯାହା କି ଆପଣଙ୍କ ଚିନ୍ତାକୁ ବଢାଇ ଦେଇପାରେ ।

ମୀନ:-ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ପାଇବା ହେତୁ କର୍ମକ୍ଷେତ୍ରରେ ଟେନସନ ଲାଗି କମିଯିବ । ଆଲୋଚନା, ସଭାସମିତି, ପ୍ରଶାସନ, ରାଜନୀତି ତଥା ଆମଦାନୀ କାରବାରରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ । ଉତ୍ତରଭାଦ୍ର ନକ୍ଷତ୍ରର ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ ।

Khansweb Solution Bhubaneswar

Leave A Reply

Your email address will not be published.