banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ। ଯଦିଓ ବିଶେଷ କିଛି ସମସ୍ୟା ନାହିଁ, ତଥାପି ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ। ଉଚ୍ଚାବସ୍ଥାନ ଶନିଙ୍କ ସୁପ୍ରଭାବରୁ ଅଟକି ରହିଯାଇଥିବା କାର୍ଯ୍ୟ ଗୁଡିକ ତ୍ୱରାନ୍ବିତ ହେବ।

ବୃଷ:-ଆଜି ପ୍ରତ୍ୟେକ କାମ ଖର୍ଚ୍ଚାନ୍ତ ହୋଇ କରିବାକୁ ପଡିବ। ରାଜନୀତି ତଥା ସାମାଜିକ କ୍ଷେତ୍ରରେ ଓ ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଗୃହ ନିର୍ମାଣ କିମ୍ବା ଆନୁଷ୍ଠାନିକ କାମରେ ଲିପ୍ତ ରହିବା ହେତୁ ଟେନ୍‌ସନ କିଛି ମାତ୍ରାରେ ଲାଗିରହିବ। ପାରିବାରିକ କ୍ଷେତ୍ରରେ ଏମିତି କେତେକ କଥା ରହିଛି, ଯାହାକୁ କି କହିପାରିବେ।

ମିଥୁନ:-ଆଜି ଆପଣ ସାହାଯ୍ୟ ଓ ସହାନୁଭୂତିର ସୁଯୋଗ ଲାଭ କରିବା ସଙ୍ଗକୁ ଅନ୍ୟମାନଙ୍କର ମାର୍ଗଦର୍ଶକ ହେବେ। କାରଣ ଯେଉଁ କାମଟିକୁ ଆଜି ଯାଏ ଆପଣ କରି ପାରୁ ନ ଥିଲେ, କେତେକ ବନ୍ଧୁମାନଙ୍କ ସାହାଯ୍ୟରେ ଆଜି ତାହା ସୁବିଧାରେ ହୋଇଯିବ। ଅଫିସରେ ଅଟକି ରହିଥିବା କାମଗୁଡିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ।

କର୍କଟ:-ଆଜି ଆପଣଙ୍କର ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ସୃଷ୍ଟି ହେବ, ତଥାପି ବିଶେଷ କିଛି ଅସୁବିଧା ହେବ ନାହିଁ। ବନ୍ଧୁଙ୍କ ପକ୍ଷପାତିତାକୁ ଦେଖି ମଧ୍ୟ ନ ଦେଖିଲା ପରି ରହିବା କାରଣରୁ ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେବେ। ଯାହା କରିବା ପାଇଁ ଚିନ୍ତା କରିଥିଲେ ସେଥିରେ କୌଣସି ପ୍ରକାରର ଅସୁବିଧା, ପ୍ରତିବନ୍ଧକ ସୃଷ୍ଟି ହେବନାହିଁ।

ସି˚ହ:-ଆଜି ଅଭାବ ଓ ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ। ପୁନଶ୍ଚ ଜମିଜମା, ଯାନବାହନ, ଦିଆନିଆ ପ୍ରଭୃତିକୁ କେନ୍ଦ୍ରକରି ବିତର୍କ ଦେଖାଦେବ। ମାନସିକ ଚାପଗ୍ରସ୍ତରୁ କିଛିଟା ହଇରାଣ ହୋଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ତାହା ନିୟନ୍ତ୍ରଣ ମଧ୍ୟରେ ହିଁ ରହିବାର ଆଶା କରାଯାଇପାରେ।

କନ୍ୟା:-ଆଜି ସାଧାରଣ କଥାରେ କଳହ ଲାଗିବାର ଆଶଙ୍କା ରହିଛି। ଆଜିର ପରିସ୍ଥିତିରେ ବନ୍ଧୁମାନଙ୍କ ନିକଟରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହେବ ନାହିଁ। ଦୀର୍ଘଦିନ ହେଲା ଯେଉଁ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇଥିଲେ ଆଜି ତାହା କରିବା କାରଣରୁ ମନ ଖୁସୀ ରହିବ।

ତୁଳା:-ଆଜି ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସାଧାରଣ କଥାକୁ ନେଇ ଯୁକ୍ତିତର୍କ ଲାଗିପାରେ ଫଳରେ ମଧ୍ୟାହ୍ନରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ।

Khansweb Solution Bhubaneswar

Leave A Reply

Your email address will not be published.