banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ଆପଣଙ୍କ ପାଇଁ ମନୋରଞ୍ଜନ, ନୂତନ ବନ୍ଧୁ ସମ୍ପର୍କ, ଶୁଭଖବର, ଖୁସୀଗପର ମଉକା ମିଳିବ। ଅଶ୍ୱିନୀ ନକ୍ଷତ୍ର ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ପୂର୍ବ କଳହ, ସମ୍ପର୍କୀୟ ଆଲୋଚନା ମଧ୍ୟରେ ଚିନ୍ତିତ ରହିବେ । ଅଭାବ ଦୂରୀକରଣ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ ଆର୍ଥିକ ସ୍ଥିତିରେ ସୁଧାର ଆଣିବ ।

ବୃଷ:-ଆପଣଙ୍କର କାମଗୁଡିକ ଅଟକି ରହିଯାଇଥିବାରୁ ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ । ପୂର୍ବପରି କର୍ମକ୍ଷେତ୍ରରେ ସଦିଚ୍ଛା ଓ ସମ୍ମାନର ଅଭାବ ମନରେ ବହୁତ କ୍ଷୋଭ ଆଣିବ । ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ ।

ମିଥୁନ:-ଆଜି ଆପଣଙ୍କର ଘାତବାର ହୋଇଥିବାରୁ ପାରିବାରିକ ଅଶାନ୍ତି ସଙ୍ଗକୁ ସ୍ବାସ୍ଥ୍ୟହାନି ମାନସିକ ଓ ଶାରୀରିକ ସୁସ୍ଥତାକୁ କ୍ଷୁଣ୍ଣ କରିବ । ମନର କଥାକୁ ଅନ୍ୟମାନଙ୍କୁ ଜଣାଇଲେ ମଧ୍ୟ ସହାନୁଭୂତି ପାଇବା ଦୁର୍ଲଭ ହୋଇପାରେ । ଯେଉଁ କାମରେ ହାତ ଦେଲେ ମଧ୍ୟ ସବୁ କିଛି ବିଗିଡି ଯାଉଥିବାରୁ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ ।

କର୍କଟ:-ଆଜି ଅର୍ଥଲାଭ, ନଷ୍ଟଦ୍ରବ୍ୟ ପ୍ରାପ୍ତି ଓ ସହକର୍ମୀଙ୍କ ସହାନୁଭୂତି ପାଇବେ । ତଥାପି ବିଶ୍ରାମହୀନ କାର୍ଯ୍ୟ, ଅନିଦ୍ରା, କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ । ଆଶା ପୂରଣ ନ ହେଲେ ମଧ୍ୟ କେତେକାଂଶରେ ଉପକୃତ ହେବା କାରଣରୁ ମନକୁ ବୁଝାଇ ନେଇପାରିବେ ।

ସି˚ହ:-ଆଜି ପର୍ଯ୍ୟାପ୍ତ ଖର୍ଚ୍ଚ ସଙ୍ଗକୁ ବନ୍ଧୁତ୍ୱରେ ଛିଟା ଲଗାଇପାରେ । ଏହିଭଳି କେତେକ କାମର ସମ୍ମୁଖୀନ ହେବାକୁ ପଡିବ, ଯାହା କି ନ କଲେ ଚଳିବନି କିମ୍ବା କରିବା ମଧ୍ୟ ସେତେଟା ସୁବିଧାଜନକ ନ ଥିବ । ଅନ୍ୟମାନଙ୍କୁ ବୁଝାଇ ଶୁଝାଇ କାମ ହାସଲ ପାଇଁ ଚେଷ୍ଟା କଲେ ହୁଏତ କେତେକାଂଶରେ ଉପକୃତ ହୋଇପାରିବେ ।

କନ୍ୟା:-ଆଜି ମଙ୍ଗଳଙ୍କ ଦୃଷ୍ଟିରେ ଶୁକ୍ର ସୌଖ୍ୟପ୍ରଦ ସୁନ୍ଦର ପରିବେଶକୁ ଉତ୍ତେଜନାପୂର୍ଣ୍ଣ ବାତାବରଣରେ ପରିଣତ କରିଦେଇପାରେ । ହସ୍ତା ନକ୍ଷତ୍ର ପାଇଁ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୋଇ ଆଜିର କାମଗୁଡିକ ସମ୍ପନ୍ନ ହୋଇପାରିବ । ସହଜରେ ଅନ୍ୟ ମାନଙ୍କୁ ସରଳ ବିଶ୍ୱାସ କରି କାମ କଲେ ଅସୁବିଧାରେ ପଡିପାରନ୍ତି ।

ତୁଳା:-ଆଜି ଭାଇ, ବନ୍ଧୁ ତଥା ପଡୋଶୀଙ୍କ ସହ ସାଧାରଣ କଥାକୁ ନେଇ କଳହ ଘଟିବାର ସୂଚନା ରହିଛି । ସାହାଯ୍ୟ, ସହଯୋଗ ନ ପାଇଲେ ମଧ୍ୟ ନିଜର ଆମତ୍ବଳ ଓ ଦକ୍ଷତା ମାଧ୍ୟମରେ ପ୍ରତ୍ୟେକ ପରିସ୍ଥିତିକୁ ସାମ୍‌ନା କରିପାରିବେ । ଦୀର୍ଘ କେତେଦିନ ହେଲା ଲାଗି ରହିଥିବା ପାରିବାରିିକ ସମସ୍ୟାର ସରଳ ସମାଧାନ ହୋଇଯିବ।

ବିଛା:-ଆଜି ବେହିସାବୀ କାର୍ଯ୍ୟକଳାପ ମାଧ୍ୟମରେ ଅପବ୍ୟୟ ମାନସିକ ଦୁଶ୍ଚିନ୍ତାର କାରଣ ପାଲଟିଯିବ । ଯଦିଓ ଅନୁରାଧାର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ କିନ୍ତୁ ତରବରିଆ ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ । ବନ୍ଧୁ ମାନଙ୍କ ଆଦର, ଗୌରବରେ ନିଜର ଅତୀତ ଦୁଃଖକୁ ସାମୟିକ ଭାବରେ ପାସୋରି ଦେଇପାରନ୍ତ।

ଧନୁ:-ଆଜି ଯିଏ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ କିଛି କରିପାରିବେ ନାହିଁ । ସମସ୍ୟା ସମାଧାନପୂର୍ବକ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ସାମୟିକ ଖୁସୀ ରହିବେ । ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ । ବ୍ୟବସାୟରେ ଉନ୍ନତି ଜନିତ ଆନନ୍ଦ ଅନୁଭବ କରିବେ।

ମକର:-ଆଜି ବିଭିନ୍ନ ପ୍ରକାରର ଅଭିଯୋଗ ହେତୁ ମାନସିକ ସ୍ଥିତି ଜମା ଭଲ ରହିବ ନାହିଁ । ଶ୍ରବଣାର ପ୍ରିୟବନ୍ଧୁ କିମ୍ବା ସହକର୍ମୀଙ୍କ ସାହାଯ୍ୟ ନେଇ ସମସ୍ୟା ସମାଧାନ ହେବାରୁ ସାମୟିକ ମନ ପରିବର୍ତ୍ତନ ଘଟିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ସରଗରମ ଆଲୋଚନା କରିପାରନ୍ତ।

କୁମ୍ଭ:-ନିଜର ଲୋକମାନଙ୍କ ପରୋକ୍ଷ ଶତ୍ରୁତା ଓ ବିରୋଧ ମନୋଭାବ ଯୋଗୁଁ ମାନସିକ ସ୍ତରରେ ବିଚଳିତବୋଧ କରିବେ । ନିର୍ମାଣ କ୍ଷେତ୍ରରେ ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଆଗାମୀ ମାଙ୍ଗଳିକ କାର୍ଯ୍ୟସକାଶେ ପୂର୍ବ ପ୍ରସ୍ତୁତିରେ ବ୍ୟସ୍ତ ରହିପାରନ୍ତି ।

ମୀନ:-ରାହୁଯୁକ୍ତ ବୁଧଙ୍କ କୁପ୍ରଭାବରୁ ଯାହାକୁ ବିଶ୍ୱାସ କରି କିଛି ଗୋପନୀୟ କଥା କହିବେ ସେହି ବ୍ୟକ୍ତି ହିଁ ସବୁ ସମସ୍ୟା ସୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟି ଯିବ  ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ ।

Khansweb Solution Bhubaneswar

Leave A Reply

Your email address will not be published.