banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ଆପଣ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ସାଧନ କରିବେ । ମୁଖଭାବରେ ରବି ଓ ଶୁକ୍ରଜନିତ ଅପ୍ରିୟସତ୍ୟ ଭାଷଣ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ଦକ୍ଷତାର ମୂଲ୍ୟାୟନ ହେବା ସଙ୍ଗକୁ ପୁରସ୍କୃତ ହୋଇପାରନ୍ତି । ଅଫିସ୍‌ କାମରେ ସାମୟିକ ଭୁଲ୍‌ ବୁଝାମଣା ଯୋଗୁ ମାନସିକ ସ୍ଥିରତା ରହି ନ ପାରେ ।

ବୃଷ:-ଆଜି ଆପଣଙ୍କର ଅର୍ଥନୈତିକ ଅଭିବୃଦ୍ଧି ଘଟିବା କାରଣରୁ ମନ ପ୍ରଫୁଲ୍ଲ ରହିବ । କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି, ଯାହା କି କାମଟି ଅପୂର୍ଣ୍ଣ ରହିଯିବ  ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ସହ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ।ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ ।

ମିଥୁନ:-ଆଜି ମତିଭ୍ରମ ଘଟିବାର ସୂଚନା ରହିଛି । ଆମତ୍ୀୟମାନେ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ । ନିଜକୁ ଅନ୍ୟମାନଙ୍କ ସହ ତୁଳନା କରି ମନ ଊଣା କରିପାରନ୍ତି । ସାମାଜିକ ସ୍ତରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ସହିତ ମାନସିକ ସ୍ଥିତି ଭଲ ରହି ନ ପାରେ ।

କର୍କଟ:-ଆପଣଙ୍କ ରାଶିପ୍ରତି ଶନି ଓ ବୃହସ୍ପତିଙ୍କ ଦୃଷ୍ଟିର କୁପ୍ରଭାବରୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ । ବ୍ୟବସାୟରେ ଲାଭ ମିଳିବ, ମାତ୍ର ନିଜର ଅବହେଳାରୁ ଅନ୍ୟ ବାଟରେ ବ୍ୟୟ ହୋଇଯିବାର ଆଶଙ୍କା ରହିଛି । ପାରିବାରିକ ସ୍ଥିତି ପୂର୍ବପରି ଅକ୍ଷୁଣ୍ଣ ରହିବ ।

ସି˚ହ:- ଆଜିର କାମଗୁଡିକ ଯଥାରୀତି ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ । ପାଖ ପଡୋଶୀଙ୍କ କୁଟିଳ କଥାକୁ ଠିକ୍‌ ଭାବେ ବୁଝି ପାରିବେନି । ଯାନ୍ତ୍ରିକ କାରବାର, ଯାନବାହନ କ୍ରୟ ବିକ୍ରୟରେ ଅଗ୍ରଗତି ହେବ । ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ଚିନ୍ତିତ ରହିବେ ।

କନ୍ୟା:-ଆଜି କର୍ମଭାବ ପାପଯୁକ୍ତ କାରଣରୁ ପ୍ରତ୍ୟେକ କାମ ପ୍ରତିବନ୍ଧକ ମଧ୍ୟରେ ଅଟକି ରହିବ । ଏଣେ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡିବେ । ଅବଶ୍ୟ ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସାଧାରଣ କଥାରେ ପ୍ରିୟ ବ୍ୟକ୍ତିଟି ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।

ତୁଳା:-ଆଜି ସମସ୍ୟା ମଧ୍ୟରେ ଲକ୍ଷ୍ୟ ହାସଲ କରିପାରିବାରେ ସଫଳ ହେବେ । ଅବଶ୍ୟ ଆମତ୍ୀୟସ୍ବଜନ ତଥା ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ । ଆନୁଷ୍ଠାନିକ କାର୍ଯ୍ୟ କରିବା ସଙ୍ଗକୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ସହକର୍ମୀମାନେ ଫାଇଦା ହାସଲ କରିବା ଲାଗି ମନ ବଳାଇପାରନ୍ତି ।

ବିଛା:-ଆଜି ପ୍ରତ୍ୟେକ କାର୍ଯ୍ୟ ମନ୍ଥର ଗତିରେ ଗଡି ଚାଲିବା କାରଣରୁ ସାମୟିକ ଅନୁଚିନ୍ତା କରିପାରନ୍ତି । ପ୍ରିୟ ବ୍ୟକ୍ତିଟିର ଛଳନା ଓ ପ୍ରତାରଣା ପୂର୍ଣ୍ଣ କଥାରେ ମନରୁ ସରସତା ଉଭେଇଯିବ । ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି । ମାନସିକ ଅବସାଦ ଦୂର ହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

ଧନୁ:-ଆଜି ଶନିଙ୍କ ଯୋଗୁ ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ ସାମୟିକ କିଛିଟା ଲାଘବ ହେବାର ଅନୁଭବ କରିପାରନ୍ତି । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ସତର୍କତା ଅବଲମ୍ବନ କରିବା ଭଲ । ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର, ନୂତନ ଚୁକ୍ତିପତ୍ର ସ୍ବାକ୍ଷର, ନୂତନ ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇପାରିବେ ।

ମକର:-ଆଜି କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଭାବପ୍ରବଣତାବଶତଃ ବିଚାରବୁଦ୍ଧି ହରାଇ ଦୁଷ୍ଟଲୋକଙ୍କ ସହ ସମ୍ପର୍କ ସ୍ଥାପନ କଲେ ପସ୍ତେଇବେ । ଅତି ନିକଟରେ ରହୁଥିବା ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ । ଅତ୍ୟଧିକ ଭ୍ରମଣ କିମ୍ବା ଅନିଦ୍ରାଜନିତ ଶାରୀରିକ ପୀଡାରେ କଷ୍ଟ ପାଇପାରନ୍ତି ।

କୁମ୍ଭ:-ଆଜି ଆପଣ ବନ୍ଧୁଙ୍କ ସହ ଆଲୋଚନା,ପିଲାଙ୍କ କୃତିତ୍ୱ, କଳା, ସାହିତ୍ୟାଦିରୁ ସମ୍ମାନ ଲାଭ କରିବେ । ଧନାଧିପତି ଦୁର୍ବଳ ହେବା ଜନିତ ଅର୍ଥସଙ୍କଟ ଲାଗିରହିବ, ଫଳରେ କରଜ କରିବାକୁ ବାଧ୍ୟ ହେବେ । ପରିବାରରେ ବାରମ୍ବାର ପୁରୁଣା କଥାକୁ ବେଶି ଆଲୋଚନା କରିବା ଠିକ୍‌ ହେବନି  ।

ମୀନ:-ଆଜି ପାରିବାରିକ ଜୀବନ ସୁଖ, ସନ୍ତୋଷରେ ଅତିବାହିତ ହେବା କାଠିକର ପାଠ ହୋଇପାରେ । ଘର ପାଇଁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ବିଭିନ୍ନ କ୍ଷେତ୍ରରୁ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ ଏବଂ ପାଇବେ ମଧ୍ୟ ।ସଙ୍ଗୀତ ତଥା ସାମ୍ବାଦିକତା ଓ ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ ।

Khansweb Solution Bhubaneswar

Leave A Reply

Your email address will not be published.